ନୂଆ CS କିଏ? ଆଉ 6 ମାସ ବଢ଼ିପାରେ ସୁରେଶଙ୍କ କାର୍ଯ୍ୟକାଳ ??

0
  • ଅବଧି ଭିତରେ କିଛି IAS ଅବସର ନେଇଯିବେ
  • 1986ରୁ 1991- କିଏ କେଉଁ ବ୍ୟାଚର, ଦେଖନ୍ତୁ…
  • ଭୁବନେଶ୍ୱର,//TATKAL ODISHA//

“ମୁଳୁ ମାରିଲେ ଯିବ ସରି

ଦେବଙ୍କ ସାଙ୍ଗେ କିମ୍ପା କଳି” 

ଓଡ଼ିଆରେ ଏହି ବହୁଳ ପ୍ରସାରିତ ଢଗକୁ ତର୍ଜମା କଲେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ(CS) କିଏ ହେବେ ତାହା ଅନୁମାନ କରି ପାରିବେ I କାରଣ ରାଜ୍ୟ ସରକାର ଗୋଟିଏ ତୀରରେ ଦୁଇଟି ନୁହେଁ ଅଜସ୍ର ଶିକାର କରିବାକୁ ଯାଉଥିବା  କୁହାଯାଉଛି I

  ବେଶ କେଇ ଦିନ ପରବର୍ତ୍ତୀ CSଙ୍କୁ  ଚର୍ଚ୍ଚା ଥମିଥିଲା I  ଏବେ ପୁଣି ତାହା ଜୋର ଧରିଛି I ଚର୍ଚ୍ଚାର ସର୍ବାଗ୍ରେ ରହିଛନ୍ତି ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ଖୋଦ ସୁରେଶ ଚନ୍ଦ୍ର ମହାପାତ୍ର I ତେବେ ତାଙ୍କୁ ନେଇ ଅନେକଙ୍କ ମନର ପ୍ରଶ୍ନ ଯେ, ସେ ନିଜ ପଦବୀ ବଜାୟ ରଖିବେ? ନା’ ନୂଆ କେହି ହେବେ?

ବର୍ତମାନର CS ସୁରେଶ ଚନ୍ଦ୍ର ମହାପାତ୍ର

   1986 ବ୍ୟାଚ୍‌ ଆଇଏଏସ୍‌ ଅଫିସର ସୁରେଶ ବାବୁଙ୍କ କାର୍ଯ୍ୟକାଳ ଅବସର ଗ୍ରହଣ ପୂର୍ବରୁ କ୍ରମାଗତ ଭାବେ ଦୁଇ ଥର ବଢ଼ିଛି I 1 ଜାନୁଆରୀ 2021ରୁ  ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବରେ କାର୍ଯ୍ୟ କରୁଥିବା ସୁରେଶ ବାବୁଙ୍କର  କାର୍ଯ୍ୟକାଳ ଫେବ୍ରୁଆରୀ ୨୮ରେ ସରିବା ପୂର୍ବରୁ ୬ ମାସ ବୃଦ୍ଧି ହୋଇଥିଲା। ପୁଣି  ଦ୍ୱିତୀୟ ଥର କାର୍ଯ୍ୟକାଳ ବୃଦ୍ଧି ହେବା ଯୋଗୁଁ ସେ 28 ଫେବୃଆରୀ 2023 ଯାଏ ରହିଛନ୍ତି।

  ତାପରେ ପୁଣି କଣ ହେବ?

TATKAL ODISHAର ସ୍ୱତନ୍ତ୍ର ଟିମ ଏହା ଉପରେ ଅନୁସନ୍ଧାନ କରିଛି I ମିଳିଥିବା ସୂଚନାଅନୁସାରେ ସୁରେଶ ବାବୁଙ୍କ CS କାର୍ଯ୍ୟକାଳ ଆଉ ଛଅ ମାସ ବୃଦ୍ଧି ହେବାର ଯଥେଷ୍ଟ ସମ୍ଭବନା ରହିଛି I ଆଗୁଆ ନିର୍ବାଚନ ନ ହେଲେ ପୁଣି ଛ ମାସ ବଢ଼ିପାରେ I  ଏନେଇ ରାଜ୍ୟ ସରକାର କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟକୁ ଗୁପ୍ତରେ ଜଣାଇଥିବା ଚର୍ଚ୍ଚା ଜୋର ଧରିଛି I ନିୟମ ଦୃଷ୍ଟିରୁ ଏଥର କେନ୍ଦ୍ର ଏକାକୀ ନିଷ୍ପତ୍ତି ନେବ I 

ହେଲେ ସରକାରୀ ଭାବେ କିଛି କୁହାଯାଇ ନାହିଁ I

ଯଦି ଏହା ସତ, ତାହାଲେ ଅନେକ ଆଶାୟୀଙ୍କ  ମନ ମଉଳି ଯିବ I ମୁଖ୍ୟ ଶାସନ ସଚିବ ହେବାର ସ୍ବପ୍ନ ବି ଚୁରମାର ହେବ I ଦ୍ଵିତୀୟରେ କିଛି ବରିଷ୍ଠ IAS ଏଇ ଅବଧି ଭିତରେ ଅବସର ନେଇଯିବେ I 

ଫଳରେ ରାଜ୍ୟ ସରକାର ‘ମୁଳୁ ମାରିବା’ ନ୍ୟାୟରେ କାର୍ଯ୍ୟ କରିଥିବା ଯେଉଁ ଚର୍ଚ୍ଚା ହେଉଛି ତାହା ସତ ପ୍ରମାଣିତ ହୋଇଯିବ…

1986ରୁ 1991 ମଧ୍ୟରେ କେଉଁ ଆଇଇଏସ? ତାଲିକା ଦେଖନ୍ତୁ…

  • 1986

– ସୁରେଶ ଚନ୍ଦ୍ର ମହାପାତ୍ର

– ସୁଦର୍ଶନ ପାଲ

– ଜି ଭି ବେନୁଗୋପାଲ

  • 1987

– ତୁହିନୀକାନ୍ତ ପାଣ୍ଡେ

– ନିକୁଞ୍ଜ କିଶୋର ସୁନ୍ଦରରାୟ

– ରାଜେଶ ବର୍ମା

– ରାଜ କିଶୋର ଶର୍ମା

  • 1988

– ସିଜେ ଭେନୁଗୋପାଳ

– ପ୍ରଦୀପ୍ତ କୁମାର ମହାପାତ୍ର

– ପରାଗ ଗୁପ୍ତା

  • 1989

– ପ୍ରଦୀପ କୁମାର ଜେନା

– ଡ଼ ମୋନା ଶର୍ମା

  • 1990

– ଡ଼. ନୀତେନ ଚନ୍ଦ୍ର

-ମନୋଜ ଶର୍ମା

-ସଂଜୀବ ଚୋପ୍ରା

– ଗୁଡ୍ଡୀ ଶ୍ରୀନିବାସ

– ଆରତୀ ଆହୁଜା

  • 1991

-ଅନୁ ଗର୍ଗ

– ସତ୍ୟବ୍ରତ ସାହୁ

– ବିଜୟ ଅରୋରା

– ସଞ୍ଜୟ ରେସ୍ତୋଗୀ 

Leave A Reply

Your email address will not be published.