ନୂଆ ମନ୍ତ୍ରୀଙ୍କ ନୂଆ ପିଏସ୍‌? କେଉଁମାନେ ଜାଣନ୍ତୁ..

0

ଭୁବନେଶ୍ୱର,TATKAL ODISHA //

କେଉଁ ମନ୍ତ୍ରୀଙ୍କ କିଏ ହେଲେ ବ୍ୟକ୍ତିଗତ ସଚିବ ବା ପିଏସ୍‌? ରାଜ୍ୟ ସଂସଦୀୟ ବ୍ୟାପର ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ମୋଟ 21 ମନ୍ତ୍ରୀଙ୍କ ମଧ୍ୟରୁ 17 ଜଣଙ୍କ ପାଇଁ ପିଏସ ତାଲିକା ପ୍ରକାଶ ପାଇଛି I ବାକି ଚାରି ଜଣ ମନ୍ତ୍ରୀଙ୍କ ପିଏସ ବିଜ୍ଞପ୍ତି ଖୁବଶୀଘ୍ର ହେବ I

  • ଜଙ୍ଗଲ ଓ ପରିବେଶ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍‌ଙ୍କର
    ପିଏସ୍ ଭାବେ ଡ. ପ୍ରଦୀପ କୁମାର ରାଉତ ନିଯୁକ୍ତି ପାଇଛନ୍ତି ।
  • ବରିଷ୍ଠ ଓଏଏସ୍ ଅନୂପ କୁମାର ସାହୁ ଏସଟି,ଏସ୍‌ସି, ସଂଖ୍ୟାଲଘୁ, ପଛୁଆ ବର୍ଗ କଲ୍ୟାଣ ଏବଂ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ବ୍ୟକ୍ତିଗତ ସଚିବ(ପିଏସ୍‌) ଭାବେ ନିଯୁକ୍ତି ପାଇଛନ୍ତି I 
  • ଅର୍ଥ, ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କର ଅଞ୍ଜନ କୁମାର ଦାସ ପିଏସ୍ ହୋଇଛନ୍ତି ।
  • କୃଷି ଏବଂ କୃଷକ ସଶକ୍ତିକରଣ,ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପିଏସ୍ ଭାବେ ସରୋଜ କୁମାର ରାଉତ ନିଯୁକ୍ତି ପାଇଛନ୍ତି I
  • ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କର ପ୍ରତାପ ଚନ୍ଦ୍ର ହୋତା
  • ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀଙ୍କର ଏସ୍ କେ ଜମିରୁଦ୍ଦିନ,
  • ଇସ୍ପାତ ଏବଂ ଖଣି, ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କର କାଳି ପ୍ରସନ୍ନ ମହାପାତ୍ର
  • ଶିଳ୍ପ, ଏମଏସଏମଇ, ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ବିଜୟ କୁମାର ସ୍ୱାଇଁ,
  • ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀଙ୍କ ଅତନୁ ସବ୍ୟସାଚୀ ନାୟକଙ୍କ ସୁରଞ୍ଜନ ପ୍ରଧାନ,
  • ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସଙ୍କ ଚିନ୍ମୟ କୁମାର ଆଚାର୍ଯ୍ୟ,
  • ଜଳ ସମ୍ପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ସୁକାନ୍ତ କୁମାର ପ୍ରଧାନ ନୂଆ ପିଏସ ହୋଇଛନ୍ତି I
  • ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ରଶ୍ମୀ ରଞ୍ଜନ ସାହୁ
  • ଯୋଜନା ଏବଂ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢ଼ୋଲକିଆଙ୍କ ପିଏସ୍ ଭାବେ ମନମୋହନ ବାରିକ ନିଯୁକ୍ତି ପାଇଛନ୍ତି ।
  • ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ନୂଆ ପିଏସ୍ ପ୍ରଶାନ୍ତ କିଶୋର ମହାପାତ୍ର ନିଯୁକ୍ତି ପାଇଛନ୍ତି I
  • ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି, ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ରଙ୍କର ମାନସ ରଞ୍ଜନ ପାଢ଼ୀ,
  • ଗୃହ, କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ନୂଆ ପିଏସ କୈଳାଶ ଚନ୍ଦ୍ର ଦାସ ନିଯୁକ୍ତି ପାଇଛନ୍ତି I
  • ମହିଳା/ଶିଶୁ କଲ୍ୟାଣ ଏବଂ ମିଶନ ଶକ୍ତି ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମଙ୍କ ନୁଆ ବ୍ୟକ୍ତିଗତ ସଚିବ ଭାବେ ଗୌରହରି ବେହେରା ନିଯୁକ୍ତି ପାଇଛନ୍ତି ।

Leave A Reply

Your email address will not be published.