ନୂଆ ଭୁତାଣୁ ‘ଟମାଟୋ ଫ୍ଲୁ’ ଆତଙ୍କ

0
  • ଓଡ଼ିଶା ସମେତ ସବୁ ରାଜ୍ୟରେ ସତର୍କତା ପଦକ୍ଷେପ
  • ଭୁବନେଶ୍ୱର//TATKAL ODISHA//


ଗୋଟିଏ ପରେ ଗୋଟିଏ ମାରାତ୍ମକ ଭୁତାଣୁ ଭାରତରେ ଆତଙ୍କ ସୃଷ୍ଟି କରିଚାଲିଛନ୍ତି I କରୋନା ମହାମାରୀରେ ଲୋକେ ଏବେବି ଆଉଟୁପାଉଟୁ ହେଉଥିବାବେଳେ ଏବେ ନୂଆ ଭୁତାଣୁ ‘ଟମାଟୋ ଫ୍ଲୁ’ ମାଡ଼ି ଚାଲିଛି I କେରଳରେ ଜଣେ ଯୁବତୀ ଏଥିରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଛି I ତେଣୁ ଓଡ଼ିଶା ସମେତ ଦେଶର ସବୁ ରାଜ୍ୟ ସତର୍କତା ମୂଳକ ପଦକ୍ଷେପ ସହ ସଚେତନ ଉପରେ ଗୁରୁତ୍ୱ ଦେଇଛନ୍ତି I  

ରୋଗୀର ଶରୀରରେ ଫୁଲାଗୁଡ଼ିକ ପ୍ରାୟତଃ ଟମାଟୋ ପରି ଗୋଲାକାର ଏବଂ ଲାଲ ରଙ୍ଗର ହୋଇଥାଏ I  ତେଣୁ ସେମାନଙ୍କୁ “ଟମାଟୋ ଫ୍ଲୁ” କିମ୍ବା “ଟମାଟୋ ଜ୍ୱର” ନାମରେ ନାମିତ କରାଯାଇଛି I ଚର୍ମରେ ଫଳିଯିବା ସହ କୁଣ୍ଡାଇ ହୁଏ ଏବଂ  ଶରୀରରେ ଜଳୀୟ ଅଂଶ ହ୍ରାସପାଏ। ଶରୀରର ବିଭିନ୍ନ ସ୍ଥାନରେ ଫୁଲା ଦେଖାଯାଏ। ଭୀଷଣ ଜ୍ୱର ହୁଏ I ଶରୀରରେ ଗଭୀର ଯନ୍ତ୍ରଣା, ଗଣ୍ଠି ଫୁଲା, ଥକାପଣ ଆଦି ପରିଲକ୍ଷିତ ହୋଇଥାଏ।

ପାଞ୍ଚ ବର୍ଷରୁ କମ୍‌ ବୟସର ପିଲାଙ୍କୁ ଏହି ଜ୍ବର ଅଧିକ ହେଉଛି I ହେଲେ ଅନ୍ୟମାନଂକୁ ବି ସଂକ୍ରମିତ କରିବାର ଭୟ ରହିଛି I

ତେବେ କେରଳର କାସାରାଗଡରେ ଜଣେ ଯୁବତୀ ଏହି ରୋଗରେ ଆକ୍ରାନ୍ତ ହୋଇ  ମୃତ୍ୟୁବରଣ କରିଛନ୍ତି I ଏକ ରେସ୍ତୋରାଁରୁ ସେ ସିଗେଲା ନାମକ ବ୍ୟାକ୍ଟେରିଆ ସଂସ୍ପର୍ଷରେ ଆସି ସଂକ୍ରମିତ ହୋଇଥିଲେ I

ରିପୋର୍ଟ ଅନୁସାରେ କେରଳରେ ୫୦ରୁ ଅଧୂକ ଜଣ ‘ଟମାଟୋ ଫିବର’ରେ ପୀଡିତ । ତେବେ ଏହି ରୋଗର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା କିଛି ସୃଷ୍ଟ ହୋଇନାହଁ।

  • କଣ କରିବେ?
  • ରୋଗୀ ଠାରୁ କିଛି ଦିନ ଦୁରେଇ ରୁହନ୍ତୁ I
  • * ମୁହଁ ଏବଂ ବେକର ଚର୍ମକୁ ଘଷନ୍ତୁ ନାହିଁ I
  • * ସଂକ୍ରମିତ ନ ହେବା ପାଇଁ ଘରକୁ ବିଶୋଧନ କରନ୍ତୁ I
  • * ଯଥେଷ୍ଟ ବିଶ୍ରାମ ନିଅନ୍ତୁ I
  • * ପ୍ରଚୁର ପାଣି ପିଇନ୍ତୁ I
  • * ଲକ୍ଷଣ ଦେଖିବା କ୍ଷଣି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ I 

Leave A Reply

Your email address will not be published.