ନୂଆ ବାଚସ୍ପତି କିଏ ? ବଦ୍ରୀ ନା’ ପ୍ରଫୁଲ୍ଲ??

0


ଭୁବନେଶ୍ୱର,//TATKAL ODISHA//

କାହା ମୁଣ୍ଡରେ ଶିରିପା? ସୁପ୍ରିମୋଙ୍କ ମୁଣ୍ଡରେ କଣ ଚାଲିଛି? ନୂଆ ବାଚସ୍ପତି ଉପକୂଳରୁ ନା’ ପଶ୍ଚିମ ଓଡ଼ିଶାରୁ??

ଏଭଳି ଅସମାହିତ ପ୍ରଶ୍ନ ଭିତରେ ଛନ୍ଧି ହୋଇଛନ୍ତି ସମସ୍ତେ I ନେତା ଠୁଁ କର୍ମୀଯାଏ ଟେନସନରେ I ତେବେ ବାଚସ୍ପତି ଦୌଡ଼ରେ ସର୍ବାଗ୍ରେ ଅଛନ୍ତି ପୂର୍ବତନ ମନ୍ତ୍ରୀ ବିଦ୍ରୀ ନାରାୟଣ ପାତ୍ର ଓ ପ୍ରଫୁଲ୍ଲ କୁମାର ସାମଲ?

  ଗତ ମଇ୧୨ରେ ବାଚସ୍ପତି ପଦରୁ ଇସ୍ତଫା ଦେଇଥିଲେ ବିକ୍ରମ କେଶରୀ ଆରୁଖ । ସେ ନିଜର ଇସ୍ତଫା ପତ୍ରକୁ ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କ ପାଖକୁ ପଠାଇ ଦେଇଛନ୍ତି । ଗତ ଜୁନ ୨୦୨୨ରେ ସେ ବାଚସ୍ପତି ପଦରେ ଆସୀନ ହୋଇଥିଲେ । ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରି ମାତ୍ର ବର୍ଷକ ଭିତରେକାର୍ଯ୍ୟ ସମ୍ପାଦନ କରିଥିଲେ । ବ୍ୟକ୍ତିଗତ କାରଣ ପାଇଁ ସେ ବାଚସ୍ପତି ପଦରୁ ଇସ୍ତଫା ଦେଇଛନ୍ତି ବୋଲି ସେ ଗଣମାଧ୍ୟମକୁ ପ୍ରକାଶ କରିଥିଲେ । ଇସ୍ତଫା ଦେବାପରେ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା । ସେ ପୁଣି ମନ୍ତ୍ରୀ ହୋଇଛନ୍ତି । ଏବେ ନୂଆ ବାଚସ୍ପତି କିଏ ହେବେ ତାକୁ ନେଇ ମିଡିଆ ଖେଳାତାଡ଼ ଆରମ୍ଭ ହୋଇଛି ।

 ମିଳିଥିବା ସୂଚନାନୁସାରେ ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ବାଚସ୍ପତି ଚୟନ ପାଇଁ ବିଶେଷଜ୍ଞଙ୍କ ପରାମର୍ଶ ନେବା ସହ  ଅଙ୍କ କଷି ସାରିଛନ୍ତି । ଓଡ଼ିଶାକୁ ଚାରିଭାଗ କରି କେଉଁ କ୍ଷେତ୍ରରୁ ବାଚସ୍ପତି ଚୟନ ହେବା ଉଚିତ ତାହା ତର୍ଜମା କରିଛନ୍ତି । ତେବେ ଯାହା ଜଣାପଡ଼ିଛି ବିଜେଡି ସୁପ୍ରିମୋ ଦଳର ବରିଷ୍ଠ ନେତାଙ୍କୁ ହିଁ ଚୟନ କରିବେ ।

   ପ୍ରଥମେ ପୂର୍ବତନ ବାଚସ୍ପତି ତଥା ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ୍‌ଙ୍କ ନାଁ ଉଠିଥିଲା । ହେଲେ ସେ କୁଆଡ଼େ ଅମଙ୍ଗ ହେବାରୁ ଆଉ ଦୁଇ ମହିଳାଙ୍କ ନାମରେ ଚର୍ଚ୍ଚା ହେଲା । ସେମାନେ ହେଉଛନ୍ତି ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ବିଜେଡି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ । ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ପରେ ପ୍ରମିଳାଙ୍କ ନାମ ତାଲିକାରୁ କଟିଛି । ବାକି ରହିଛନ୍ତି ସ୍ନେହାଙ୍ଗିନୀ ।

 ହେଲେ ଯାହା ଜଣାପଡ଼ୁଛି ବିବାଦୀୟ ବିଧାୟକ ସୁଶାନ୍ତ ସିଂହ ଓ ସ୍ନେହାଙ୍ଗିନୀଙ୍କ ମଧ୍ୟରେ ତାଳମେଳ ଅଭାବ ଯୋଗୁଁ ସେ ବି ହେବା ଭଳି ମନେ ହେଉନାହିଁ ।

ସେହିପରି ବରିଷ୍ଠ ବିଧାୟକ ଅମର ଶତପଥୀ ଓ ଦେବୀ ମିଶ୍ରଙ୍କ ନାଁ ଶୁଣା ଯାଉଥିଲେ ହେଁ କୋଟେରୁ ଗୋଷ୍ଠୀ ଅମଙ୍ଗ ଅଛନ୍ତି I

ତେଣୁ ବିଜେଡିର ଦୁଇ ବରିଷ୍ଠ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିଦ୍ରୀ ନାରାୟଣ ପାତ୍ର ଓ ପ୍ରଫୁଲ୍ଲ କୁମାର ସାମଲଙ୍କ ନାମକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ହେଲେ ସୁପ୍ରିମୋ କାହା ମୁଣ୍ଡରେ ସୁନା କଳସ ଢାଳୁଛନ୍ତି ତାହା ଦେଖିବା କଥା ।
  

Leave A Reply

Your email address will not be published.