ନିୟମଗିରିର ହାର୍ଡକୋର୍ ମାଓବାଦୀ ଲାଲସୁ ପୋଲିସ ନିକଟରେ ଆତ୍ମସମର୍ପଣ

0
  • କଳାହାଣ୍ଡି ନିୟମଗିରିରେ ଉତ୍ପାତ କରୁଥିଲା
  • କର୍ଲାପାଟ ଏରିଆ କମିଟି ସଭ୍ଯ ଥିଲା
  • ଆତ୍ମସମର୍ପଣ ଯୋଗୁଁ ସରକାର ଦେବେ 5 ଲକ୍ଷ
  • କଳାହାଣ୍ଡି//TATKAL ODISHA//
  • ରିପୋର୍ଟ //ଦୁଷ୍ମନ୍ତ କୁମାର ପଣ୍ଡା //

କଳାହାଣ୍ଡି ଜିଲ୍ଲା ଏରିଆ କମିଟି ସମ୍ପାଦକ ତଥା ଓଡିଶା ରାଜ୍ଯ କମିଟି ବିଜିଏନ୍ ଡିଭିଜନ (CPI)ର ହାର୍ଡକୋର୍ ମାଓବାଦୀ ଲାଲସୁ ଓରଫ ଲକ୍ଷ୍ମଣ ଓରଫ ସେନ୍ଧୁ ପୋଲିସ ନିକଟରେ ଆତ୍ମସମର୍ପଣ କରିଛି।

କୋରାପୁଟ ଡି ଆଇଜି ରାଜେଶ ପଣ୍ଡିତ ଆଇପିଏସ, କଳାହାଣ୍ଡି ଏସ୍ ପି ଶ୍ରବଣ ବିବେକ ଏମ୍ , ସି ଆର୍ ପି ଏଫ୍ କମାଣ୍ଡାଣ୍ଟ ବିପ୍ଳବ ସରକାରଙ୍କ ଉପସ୍ଥିତିରେ ଲାଲସୁ ଆତ୍ମସମର୍ପଣ କରିଛି।

ଲାଲସୁ ୨୦୦୯ ମସିହାରେ ସିପିଆଇ ଏମ୍ ଦଳରେ ଯୋଗଦେଇ ଛତ୍ତିଶଗଡ଼ ଗାଙ୍ଗଲର ଦଲମ୍ ରେ ୧ ବର୍ଷ ୨୦୧୧ ମସିହାରେ କଳାହାଣ୍ଡିର ନିୟମଗିରିକୁ ଆସିଥିଲେ।

୨୦୧୪ ମସିହାରେ କର୍ଲାପାଟ ଠାରେ ଲାଲସୁ ଏରିଆ କମିଟି ସଭ୍ଯ ହେବାପରେ ପରବର୍ତ୍ତୀ ସମୟରେ ଏରିଆ କମିଟି ସମ୍ପାଦକ ଭାବେ ପଦୋନ୍ନତି ପାଇଥିଲା। ସେ କଳାହାଣ୍ଡି ଜିଲ୍ଲାର ପାଞ୍ଚଗୋଟି ସ୍ଥାନରେ କଳାହାଣ୍ଡି ପୋଲିସ ସହ ଗୁଳି ବିନିମୟ ରେ ସାମିଲ ଥିଲା।

ମାଓବାଦୀଙ୍କୁ ହିଂସା ର ପଥ ପରିତ୍ଯାଗ କରି ସମାଜିକ ସ୍ରୋତରେ ସାମିଲ ହେବା ପାଇଁ ସରକାର ଙ୍କ ଆହ୍ଵାନ ପ୍ରତି ସମର୍ଥନ କରିବା ସହ ମାଓ ନେତା ମାନଙ୍କ ତଲ କ୍ୟାଡର କର୍ମୀଙ୍କୁ ଓ ମହିଳା କ୍ୟାଡରଙ୍କୁ ନିର୍ଯ୍ୟାତନା, ନିରିହ ଲୋକଙ୍କୁ ହତ୍ୟା ଆଦି କାର୍ଯ୍ୟକରି ମୂଲ ଲକ୍ଷ୍ୟ ରୁ ବିଚ୍ୟୁତ ହୋଇଥିବା ଯୋଗୁଁ ଲାଲସୁ ସମାଜର ମୁଖ୍ୟ ସ୍ରୋତକୁ ଫେରିବା ନିଷ୍ପତ୍ତି ନେଇ କଳାହାଣ୍ଡି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।

ସରକାରଙ୍କ ମାଓବାଦୀ ଥଇଥାନ ନୀତି ଅନୁଯାୟୀ ଲାଲସୁକୁ ପାଞ୍ଚ ଲକ୍ଷ ଟଙ୍କା ସହ ଅନ୍ୟାନ୍ୟ ଆନୁଷଙ୍ଗିକ ସହାୟତା ପ୍ରଦାନ କରାଯିବ ବୋଲି ପୋଲିସ ବିଭାଗ ପକ୍ଷରୁ ସୂଚନା ମିଳିଛି।

Leave A Reply

Your email address will not be published.