ନିରାପଦ ସ୍ଥାନରେ 22000 ଡଙ୍ଗା,ଟ୍ରଲର

0
  • ବାତ୍ୟା “ଜୱାଦ” ମୁକାବିଲା ନିମନ୍ତେ ମତ୍ସ୍ୟ ବିଭାଗର ବ୍ୟାପକ ପ୍ରସ୍ତୁତି
  • 24 ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲା
  • ପଡୋଶୀ ରାଜ୍ୟର ଟ୍ରଲର ସୁରକ୍ଷା ପାଇଁ ବି ମାଛବନ୍ଦର ଅନୁମତି
  • ବାଲେଶ୍ୱର, କଟକ,ବ୍ରହ୍ଣପୁର, ପୁରୀ, ପାରାଦ୍ୱୀପ ଭୁବନେଶ୍ୱର//TATKAL ODISHA //

ଓଡିଶା ଉପକୂଳରେ ସାମୁଦ୍ରିକ ବାତ୍ୟା ଜୱାଦକୁ ସଫଳ ମୁକାବିଲା ପାଇଁ ମତ୍ସ୍ୟ ବିଭାଗ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି। ମତ୍ସ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲା ଯାଇ ପରିସ୍ଥିତିକୁ ଅନୁଧ୍ୟାନ କରାଯାଉଛି। ସାମୁଦ୍ରିକ ବାତ୍ୟା ଜୱାଦ ପୁରୀ ଉପକୂଳ ଦେଇ ଗତିକରିବାର ସମ୍ଭାବନା ଥିବାରୁ ସାମୁଦ୍ରିକ ମତ୍ସ୍ୟ ଅବତରଣ କେନ୍ଦ୍ର ଓ ମତ୍ସ୍ୟ ବନ୍ଦରଗୁଡିକରେ ଥିବା ମାଛଧରା ଡଙ୍ଗା ଓ ଟ୍ରଲର ଗୁଡିକୁ ନିରାପଦରେ ରଖାଯାଇଛି।ରାଜ୍ୟରେ ଥିବା ୬୯ଟି ମତ୍ସ୍ୟ ଅବତରଣ କେନ୍ଦ୍ର, ୪ ଟି ମତ୍ସ୍ୟ ବନ୍ଦରରେ ମତ୍ସ୍ୟ ଅଧିକାରୀଙ୍କ ପ୍ରତ୍ୟେକ୍ଷ ତତ୍ୱବାଧାନରେ ସଚେତନତା କାର୍ଯ୍ୟକ୍ରମ ଚାଲିଛି।

ମାଛଧରା ଦଙ୍ଗା ଓ ଟ୍ରଲର ଗୁଡିକୁ ସମୁଦ୍ରକୁ ନଯିବାପାଇଁ ବାରଣ କରାଯିବା ସହ ସମୁଦ୍ର ମାଛ ଧରିବାକୁ ଯାଇଥିବା ସମସ୍ତ ଡ଼ଙ୍ଗା କୁ କୂଳକୁ ଫେରାଇ ଅଣାଯାଇଛି। ଟ୍ରଲର ଗୁଡିକୁ ବନ୍ଦର ମଧତାରେ ସୁରକ୍ଷିତ ରଖାଯିବା ସହ ଡ଼ଙ୍ଗା, ଇଞ୍ଜିନ, ଜାଲ ଓ ଅନ୍ୟାନ୍ୟ ମାଛ ଧରା ଉପକରଣ କୁ ନିରାପଦ ସ୍ଥାନକୁ ନିଆଯାଇଛି।
ସାମୁଦ୍ରିକ ମତ୍ସ୍ୟଜୀବୀଙ୍କ ଜୀବନ ଓ ଜୀବିକା ର୍ ସୁରକ୍ଷା ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବାରୁ ଯେପରି ଏହି ବାତ୍ୟାରେ ସେମାନେ ସୁରକ୍ଷିତ ରୁହନ୍ତି ଓ ସେମାନଙ୍କ ଡଙ୍ଗା ଜାଲ ଓ ଇଞ୍ଜିନ ନଷ୍ଟ ନ ହୁଏ ସେଥିପାଇଁ ମତ୍ସ୍ୟ ବିଭାଗ ସତର୍କ ଅଛି। କମିଶନର ତଥା ଶାସନ ସଚିବ ଆର ରଘୁପ୍ରସାଦ ପରାମର୍ଶରେ ମତ୍ସ୍ୟ ନିର୍ଦ୍ଦେଶକ ସ୍ମୃତିରଞ୍ଜନ ପ୍ରଧାନ ମତ୍ସ୍ୟ ଅଧିକାରୀଙ୍କ ସହ ପ୍ରତ୍ୟେକ୍ଷ ଯୋଗାଯୋଗରେ ରହିଛନ୍ତି।

ସ୍ମୃତି ରଞ୍ଜନ ପ୍ରଧାନ,ମତ୍ସ୍ୟ ନିର୍ଦେଶକ


ସେହିପରି ବାତ୍ୟା ର୍ ପ୍ରଭାବରୁ ମଧୁର ମାଛ ପୋଝରି ତଥା ଖାରି ଜଳ ଚିଙ୍ଗୁଡ଼ି ଓ ବୟୋଫ୍ଲକ କୁଣ୍ଡ ର୍ ମାଛ ଯେପରି କ୍ଷତି ଣ ହୁଏ ସେଥିପାଇଁ ଗତ ଦୁଇଦିନ ଧରି ବ୍ୟାପକ ଭାବେ ମତ୍ସ୍ୟଚାଷୀ ମାନଙ୍କୁ ସତର୍କ ସୂଚନା ମାଇକ ପ୍ରଚାର ଓ ପୋଷ୍ଟର ମାଧ୍ୟମରେ କରାଯାଉଛି।

ମାଛ ଓ ଚିଙ୍ଗୁଡ଼ି ପୋଖରୀର ବନ୍ଧ ଯଦି ଦୁର୍ବଳ ଥାଏ ତେବେ ତାହାକୁ ତୁରନ୍ତ ମଜଭୁତ କରିବା ପାଇଁ ଚାଷୀ ମାନଙ୍କୁ ପରାମର୍ଶ ଦିଆଯାଇଛି। ଆବଶ୍ୟକ ହେଲେ ବଳିବସ୍ତା ପ୍ରସ୍ତୁତ କରି ରଖିବେ ଓ ମାଛ ପୋଖରୀରେ ଘାଇ ହେଲେ ସେଠାରେ ବଳିବସ୍ତା ପକାଇ ପୋଖରୀ ସୁରକ୍ଷିତ ରଖିବାକୁ ପରାମର୍ଶ ଦିଆଯାଇଛି। ପୋଖରୀ ଚାରିକାଡେ ଜାଲ ଘେରାଇବାକୁ ଓ ବାତ୍ୟା ପରବର୍ତୀ ପୋଖରୀ ଜଳ ନିୟନ୍ତ୍ରଣ ପାଇଁ ଚୂନ, ଜିଓଲାଇଟ ରଖିବାକୁ ନିବେଦନ କରାଯାଇଛି।
ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ମତ୍ସ୍ୟ ନିର୍ଦ୍ଦେଶକ ଶ୍ରୀ ପ୍ରଧାନ କହିଛନ୍ତି ଯେ ସମୁଦ୍ରରେ ମାଛ ଧରିବାରେ ନିୟୋଜିତ ପ୍ରାୟ ୨୨୦୦୦ ଦଙ୍ଗା ଓ ଟ୍ରଲର ଆଦିକୁ ନିରାପଦ ଭାବେ ରଖାଯାଇଛି। ପଡୋଶୀ ରାଜ୍ୟର ଟ୍ରଲର ଯଦି ସୁରକ୍ଷା ମାଗନ୍ତି, ତେବେ ସେମାନଙ୍କୁ ମଧ୍ୟ ମାଛବନ୍ଦର ଗୁଡିକରେ ରହିବାପାଇଁ ଅନୁମତି ପ୍ରଦାନ କରାଯାଉଛି।


ମତ୍ସ୍ୟ ଅଧିକାରୀ ମାନେ ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି । ମତ୍ସ୍ୟଚାଷୀ ଓ ମତ୍ସ୍ୟଜୀବୀମାନେ ଯେପରି ବାତ୍ୟାରେ କ୍ଷତିଗ୍ରସ୍ତ ନ ହୁଅନ୍ତି ସେଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

Leave A Reply

Your email address will not be published.