ନିଜ ନିୟମର ‘ଧଜ୍ଜିଆ’ ଉଡ଼ାଇଲା ଗଣଶିକ୍ଷା ବିଭାଗ? ମନଇଛା 20 ଜଣଙ୍କୁ ବଦଳି??

0
  • ରିପୋର୍ଟ : ମାନସ ରଞ୍ଜନ ପାତ୍ର

  • ଭୁବନେଶ୍ୱର//TATKAL ODISHA//ଅନୁସନ୍ଧାନ//


ଆନ୍ତଃଜିଲ୍ଲା ବଦଳି ନେଇ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ2018ରୁ  ସ୍ୱତନ୍ତ୍ର ‘ମାର୍ଗଦର୍ଶିକା’ ଜାରି କରିଛି I ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଅନୁମୋଦନ ବି କରିଛନ୍ତି I ହଜାର ହଜାର ଶିକ୍ଷକ-ଶିକ୍ଷୟତ୍ରୀ ‘ଅନଲାଇନ ପୋର୍ଟାଲ’ରେ ନିଜ ବଦଳି ପାଇଁ ଦୀର୍ଘ ବର୍ଷରୁ ଆବେଦନ କରି ‘ଚାତକ’ ପରି ଚାହିଁବସିଛନ୍ତି I  ହେଲେ ସମ୍ପୃକ୍ତ ବିଭାଗ ନିଜେ କରିଥିବା ନିୟମର ‘ଧଜ୍ଜିଆ’ ଉଡ଼ାଇ ଦେଇଛି? ମନଇଛା ବଦଳି କରିଛି I

 ଶିକ୍ଷକ ସଙ୍ଘ ଏନେଇ ଆପତ୍ତି ଉଠାଇବା ପରେ TATKAL ODISHA ପକ୍ଷରୁ ଅନୁସନ୍ଧାନ କରାଯାଇଥିଲା I ଆଳୁ ଖୋଳୁ ଖୋଳୁ ମହାଦେବ ଦର୍ଶନ ଭଳି ଗୋଟିଏ ପରେ ଗୋଟିଏ କେଳେଙ୍କାରୀ ପଦାକୁ ଆସିଛି I

ତଥ୍ୟାନୁସାରେ ଏଲିମେଂଟାରୀ ନିର୍ଦେଶାଳୟ ଚିଠି ନଂ 10A-12-VIII-2016(PT)/6890/02.05.2022 ଭିତ୍ତିରେ ବଦଳି ଵିଜ୍ଞପ୍ତି ପ୍ରକାଶ କରିଛି I ଏଥିରେ 10 ଜଣଙ୍କୁ ଅଫଲାଇନରେ ବଦଳି କରାଯାଇଛି I

ପ୍ରକାଶିତ ବିଜ୍ଞପ୍ତି

ସେମାନେ କିଏ ଓ କେଉଁଠିକି ବଦଳି ହୋଇଛନ୍ତି?? ଦେଖନ୍ତୁ.

  • ସ୍ଵର୍ଣ୍ଣଲତା ସାହୁ – ଭୁବନେଶ୍ୱର*
  • ଶୁଭ୍ରଜିତ ଦାଶ – ଯାଜପୁର
  • ମହାଲକ୍ଷ୍ମୀ ପଣ୍ଡା – ଯାଜପୁର
  • ବିଶ୍ୱଶ୍ରୀ ମହାରଣା – ଗଜପତି
  • ଜ୍ୟୋତ୍ସ୍ନାରାଣୀ ନାୟକ – ଭୁବନେଶ୍ୱର ବ୍ଲକ
  • ପୁଷ୍ପା ମଞ୍ଜରୀ ବେହେରା – ଭୁବନେଶ୍ୱର ବ୍ଲକ
  • ସୌମିତ୍ରା ମହାନ୍ତି – ଭୁବନେଶ୍ୱର
  • ଲୋପାମୁଦ୍ରା ମନ୍ତ୍ରୀ – କଟକ
  • ପୁର୍ଣିମାରାଣୀ ବେହେରା – ବାଲିଅନ୍ତା
  • ଶୁଭଶ୍ରୀ ସାହୁ – ମୟୁରଭଞ୍ଜ


ଏଥି ସହ ଆଉ 10 ଜଣଙ୍କ  ବି ବଦଳି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି

ଅଭିଯୋଗ ଅନୁସାରେ ଗଣଶିକ୍ଷା ବିଭାଗ ଗଳାବାଟରେ ହାତଗଣତି ଏହି ଶିକ୍ଷକଙ୍କର ଆନ୍ତଃଜିଲ୍ଲା ବଦଳି ଆଦେଶ ପ୍ରକାଶ କରିଛି । ତାହା ପୁଣି ‘ଅଫ ଲାଇନ’ରେ । ବଦଳି ତାଲିକାରେ ୨୦ଜଣ ଶିକ୍ଷକଙ୍କ ପଛରେ କେଉଁ କାର୍ପଟଦାର ଅଛନ୍ତି ତାକୁ ନେଇ ଉଠିଛି ପ୍ରଶ୍ନ I

ବଦଳି ହୋଇଥିବା ଶିକ୍ଷକଙ୍କର କିଛି ଦୋଷ ନାହିଁ I

ମାତ୍ର ନିୟମ ରକ୍ଷାକାରୀ କଲେ କଣ? ଅନ୍ୟମାନଙ୍କୁ କି ନ୍ୟାୟ ଦେଲେ?? ଅନଲାଇନ ବଦଳି ନିୟମ ଥିବାବେଳେ ଅଫଲାଇନ ବଦଳି ନିଷ୍ପତ୍ତି ହେଲା କେମିତି ? କିଏ ନେଇଛି ଏହି ନିଷ୍ପତ୍ତି? 

ଫଳରେ ହଜାର ହଜାର ପ୍ରାଥମିକ ଶିକ୍ଷକଙ୍କୁ ଗଣଶିକ୍ଷା ବିଭାଗ କେବଳ ବିଶ୍ୱାସଘାତକତା ନୁହେଁ, ଧୋକା ବି ଦେଇଛି ବୋଲି ଶିକ୍ଷକ ସଙ୍ଘ ଅଭିଯୋଗ କରିଛି I କାରଣ 4.10. 2018 ମାର୍ଗଦର୍ଶିକା ମେମୋ no -22168ରେ ତାହା ସ୍ପଷ୍ଟ ଉଲ୍ଲେଖ ରହିଛି I ଏନେଇ ଉଚ୍ଚସ୍ତରୀୟ କମିଟି ବି ରହିଛି I

ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଥିବା ଏହି ମାର୍ଗଦର୍ଶିକାକୁ ଉଲ୍ଲଘଂନ କରିବା ସମ୍ପୂର୍ଣ ବେଆଇନ I

ତେଣୁ ଏହି ବଦଳି କେଳେଙ୍କାରୀର ତଦନ୍ତ ହେଉ ବୋଲି ଶିକ୍ଷକ ସଙ୍ଘ ଦାବି କରିଛି I 

Leave A Reply

Your email address will not be published.