ନିଜେ ଚାଲିଗଲେ, ଯାତ୍ରୀଙ୍କୁ ବଞ୍ଚାଇଦେଲେ
- ନୀଳଗିରି, ସନ୍ତରଗଡ଼ିଆ// TATKAL ODISHA//
ମୃତ୍ୟୁ ବି ଏମିତି ଆସେ…
ବସ ଚଳାଇବା ବେଳେ ହୃଦଘାତରେ ଡ୍ରାଇଭର ଆର ପାରିକୁ ଚାଲିଗଲେ, ମାତ୍ର ମୃତ୍ୟପୁର୍ବରୁ ଉପସ୍ଥିତ ବୁଦ୍ଧି ଖଟାଇ ପ୍ରାୟ ପଚାଶରୁ ଅଧିକ ପର୍ଯ୍ୟଟକଙ୍କୁ ନିଶ୍ଚିତ ଦୁର୍ଘଟଣାରୁ ବଞ୍ଚାଇଦେଇଗଲେ I
ଏଭଳି ଘଟଣା ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଦେଖିବାକୁ ମିଳିଛି।
ପଶ୍ଚିମବଙ୍ଗରୁ ପଞ୍ଚଲିଙ୍ଗେଶ୍ୱରକୁ ଏକ ବସରେ ୫୦ ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ ଆସୁଥିଲେ। ନୀଳଗିରି ପଞ୍ଚଲିଙ୍ଗେଶ୍ୱର ରାସ୍ତା ପାଟପୁର ବଜାର ଛକରେ ଡ୍ରାଇଭର ଜଣକ ଛାତିରେ ଯନ୍ତ୍ରଣା କାରଣରୁ ଅସୁସ୍ଥ ହୋଇପଡିଥିଲେ।
ସାଙ୍ଗେ ସାଙ୍ଗେ ସେ ଉପସ୍ଥିତ ବୁଦ୍ଧି ଖଟାଇ ରାସ୍ତା ମଝିରୁ ବସକୁ କଡ଼କୁ ଆଣି ଷ୍ଟେରିଂ ଉପରେ ଟଳିପଡିଥିଲେ।
“ବାହାନଗା ଟ୍ରେନ ଦୁର୍ଘଟଣାରେ ସ୍ଥାନୀୟ ଲୋକଙ୍କ ଭଳି ନୀଳଗିରି ଅଞ୍ଚଳ ଲୋକେ ସୁହୃଦୟତାର ପରିଚୟ ଦେଇଛନ୍ତି”…
- ଏଭଳି ଦୁଃଖଦ ଘଟଣା ଭିତରେ ସ୍ଥାନୀୟ ଲୋକେ ସହଯୋଗର ହାତ ବଢ଼ାଇଥିଲେ I ଡ୍ରାଇଭରଙ୍କୁ ତତ୍କାଳ ନୀଳଗିରି ହସ୍ପିଟାଲକୁ ନିଆଯାଇଥିଲେ I ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଅନ୍ୟ ପକ୍ଷରେ ଅଟକି ଥିବା ପର୍ଯ୍ୟଟକଙ୍କୁ ସେହି ବସରେ ସୁରକ୍ଷିତ ଭାବେ ପଞ୍ଚଲିଙ୍ଗେଶ୍ୱର ଠାରେ ଲୋକେ ପହଁଚାଇ ଥିଲେ। ପରେ ପୋଲିସ ଅଧିକାରୀ ଆସି ବସଟିକୁ ନୀଳଗିରିକୁ ନେଇଥିଲେ I