ନିଆରା ହୋଲି : ପୂଜ୍ୟପୂଜା କଲେ ସମାଜସେବିକା ଶାନ୍ତା

0
  • ବାଲେଶ୍ୱର //TATKAL ODISHA//

ଭାଇଚାରା, ଆତ୍ମୀୟତାକୁ ଉଜ୍ଜୀବିତ ରଖିବାର ପର୍ବ ହେଉଛି ହୋଲି l ସେହିପରି ମହିଳା ସଶକ୍ତିକରଣ ବାର୍ତ୍ତା ନେଇ ପାଳିତ ହେଉଛି ଅନ୍ତର୍ଜାତୀୟ ମହିଳା ଦିବସ I

ଦୁଇଟି ଯାକ ଉତ୍ସବ ସମାନ ଦିନରେ ପଡିଥିବାରୁ ଏହାକୁ ନିଆରା ଢଙ୍ଗରେ ପାଳିଛନ୍ତି ସମାଜସେବୀ ତଥା ବରୁଣସିଂର ସମିତି ସଭ୍ୟା ଶ୍ରୀମତୀ ଶାନ୍ତା ଦାସ I ଯେଉଁ ମହିଳା ତଥା ବୟୋଜ୍ୟେଷ୍ଠ ମା’ ମାଉସୀ ମାନେ କାର୍ଯ୍ୟ ବ୍ୟସ୍ତ ନିଜ ଜୀବନକୁ ଉପଭୋଗ କରି ପାରି ନାହାନ୍ତି ସେହିମାନଙ୍କ ପାଖକୁ ଆଜି ଶ୍ରୀମତୀ ଦାସ ଯାଇ ହୋଲି ଖେଳିବା ସହ ମହିଳା ଦିବସ ଶୁଭେଚ୍ଛା ଜଣାଇଥିଲେ I
ଏଥି ସହିତ ନିଜ ସମାଜସେବା କାର୍ଯ୍ୟକୁ ସେ ଆଗକୁ ଯେମିତି ଜାରି ରଖି ପାରିବେ ସେଥି ନେଇ ମା’ ମାଉସୀଙ୍କୁ ଠାରୁ ଆଶୀର୍ବାଦ ନେଇଥିଲେ I ମହିଳା ମାନଙ୍କ ଉଦ୍ୟମ ପାଇଁ ଆଜି ଗାଁରେ ଯେଉଁ ଖୁସିର ପରିବେଶ ସୃଷ୍ଟି ହୋଇଛି ସେଥିପାଇଁ ସେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ I
ଏଥି ସହିତ ମହିଳା ମାନେ କିପରି ଆଗକୁ ଯାଇ ପୂରା ପରିବାର ପାଇଁ ଖୁସି ଆଣିପାରିବେ ସେ ଉପରେ ସମସ୍ତଙ୍କୁ ବୁଝାଇଥିଲେ I ସମାଜସେବୀଙ୍କ ଏଇ ନିଆରା ମହିଳା ଦିବସ ପାଳନକୁ ସବୁ ଗ୍ରାମବାସୀ ପ୍ରଂଶସା କରିଥିଲେ I

ହେଲେ ସମାଜର କିଛି ବୟସ୍କ ସହ ହୋଲି ପର୍ବ ପାଳନ କରିବାର ଯେଉଁ ଆତ୍ମତୃପ୍ତି ମିଳିଥାଏ ତାହା ଭାଷାରେ ବର୍ଣ୍ଣନା କରିବା କଷ୍ଟକର I ସେମିତି ହିଁ ଚଳିତ ବର୍ଷ ହୋଲି ପାଳନ କରିଛନ୍ତି ସମାଜସେବୀ ଶାନ୍ତା ଦାସ I

ବୟସ୍କା ମା’ଙ୍କ ସହ ଶାନ୍ତା

TATKAL ODISHAକୁ ଶ୍ରୀମତୀ ଦାସ କହନ୍ତି, ଆଜି ମୋ ଗାଁ ସାହାର୍ଦ୍ଧା ଠାରେ ଗୁରୁଜନ,ପରିବାରର ସମସ୍ତ ସଦସ୍ୟ ଏବଂ ସ୍ନେହର ମଣିଷ ମାନଙ୍କ ସହିତ ଏହି ଦିନର ଅନୁଭୂତି ମୋ ଜୀବନରେ ଅଲିଭା ହୋଇ ରହିବ l ସମସ୍ତ ଆଶୀର୍ବାଦ ଏବଂ ଶୁଭେଚ୍ଛା ମୋର ହିଁ ସମ୍ପତ୍ତି l ମା ବଡ଼ପଇତିଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ଖୁସି, ସମୃଦ୍ଧିର ଇନ୍ଦ୍ରଧନୁରେ ପୁରି ଉଠୁ l’


Leave A Reply

Your email address will not be published.