ନାଇଜର ଭଳି ବାଲେଶ୍ୱରରେ ପ୍ରତିଷ୍ଠା ହେଉ ‘ନାଇପର’

0

ରାଜଧାନୀରେ ଜିଲ୍ଲା ସ୍ବାର୍ଥ ପାଇଁ ଲଢ଼ିବ ‘ଏକ‌ତ୍ର ବାଲେଶ୍ୱର’
-ଆଗାମୀ ଦିନରେ ଅନୁଷ୍ଠିତ ହେବ ମିଳନ ମେଳା
ଭୁବନେଶ୍ୱର, ବାଲେଶ୍ୱର//TATKAL ODISHA// :

ଜଟଣୀରେ ନାଇଜର, ରାଉରକେଲାରେ ଏନଆଇଟି, ବ୍ରହ୍ମପୁରରେ ଆଇଜର୍,ସମ୍ବଲପୁରରେ ଆଇଆଇଏମ୍ ଓ କୋରାପୁଟରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଛି। ମାତ୍ର ବାଲେଶ୍ଵରରେ କୌଣସି ବଡ଼ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନ ନାହିଁ । ତେଣୁ ସରକାରୀ ଇଞ୍ଜିନିୟରିଂ କଲେଜ ଓ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ନାଇପର) ବାଲେଶ୍ବରରେ ପ୍ରତିଷ୍ଠା ହେଉ। ସେହିପରି ଦ୍ଵିତୀୟ କୃଷି ବିଶ୍ଵବିଦ୍ୟାଳୟ ବାଲେଶ୍ଵରରେ କରାଯାଉ।

ବାଲେଶ୍ବର ଜିଲ୍ଲାର ଏମିତି ବିଭିନ୍ନ ଦାବୀଗୁଡିକୁ ନେଇ ଲଢ଼େଇ କରିବ ‘ଏକତ୍ର ବାଲେଶ୍ଵର’। ଏହା ଏକ ମିଳିତ ସଂଗଠନ I ଏଥିରେ ରାଜଧାନୀରେ ଥିବା ସବୁ ବର୍ଗର ଲୋକେ ସାମିଲ ଅଛନ୍ତି I ଏନେଇ ରାଜଧାନୀର ଏକ ଘରୋଇ ହୋଟେଲରେ ଏକତ୍ର ବାଲେଶ୍ଵରର ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏକତ୍ର ବାଲେଶ୍ଵରର ଆବାହକ ତଥା ରୋଟାରିଆନ୍ ସରୋଜ କୁମାର ଦାଶ କହିଛନ୍ତି ଯେ,ବାଲେଶ୍ଵରରେ ସରକାରୀ ଇଞ୍ଜିନିୟରିଂ କଲେଜ ଓ ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ନାଇପର) ପ୍ରତିଷ୍ଠା ନେଇ ଦାବି କରାଯିବ। ଉତ୍ତର ଓଡ଼ିଶାରେ ଗୋଟିଏ ବି ସରକାରୀ ଇଞ୍ଜିନିୟରିଂ କଲେଜ ନାହିଁ । ବାଲେଶ୍ଵର, ମୟୂରଭଞ୍ଜ ଓ ଭଦ୍ରକର ମଧ୍ୟସ୍ଥଳୀ ହୋଇଥିବାରୁ ସେଠାରେ ଏକ ସରକାରୀ ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା ହେଉ।

ବିଶିଷ୍ଟ କୃଷି ବିଜ୍ଞାନୀ ଡ ଅଦୈତ ପାତ୍ର କହିଛନ୍ତି ଯେ, ଆଗାମୀ ଦିନରେ ରାଜଧାନୀରେ ଆମ ଜନ୍ମମାଟିର ସାମଗ୍ରିକ ଉନ୍ନତି ପାଇଁ ସଂଗ୍ରମ ଜାରି ରଖିବ। ଏକ ମିଳନ ମେଳା କରାଯିବ ବୋଲି

ବୈଠକରେ ନିଷ୍ପତ୍ତି ଅନୁସାରେ ଖୁବଶୀଘ୍ର ଅନୁଷ୍ଠାନର ପରିଚାଳନା କମିଟି, ଅଭ୍ୟର୍ଥନା କମିଟି, ଅର୍ଥ କମିଟି ଓ ସାଂସ୍କୃତିକ କମିଟି ଗଠନ କରିବାକୁ ନିଷ୍ପରି ହୋଇଥିଲା।

ବୈଠକରେ ପ୍ରଫେସର ଅଦ୍ଵୈତ ପାତ୍ର, ସ୍ତମ୍ଭକାର ସୁଦର୍ଶନ ଦାସ, ବିଶିଷ୍ଟ ଅଭିନେତା ପ୍ରେମାଞ୍ଜନ ପରିଡ଼ା, ଚିତ୍ର ଶିଳ୍ପୀ କେଶୁ ଦାସ, ପଞ୍ଚାନନ ସାମଲ, ଶିକ୍ଷାବିତ୍ ବିନୋଦିନୀ ପାତ୍ର, ନିରଞ୍ଜନ ଚନ୍ଦ୍ର ପଣ୍ଡା, ଗୌରୀଶଙ୍କର ପଣ୍ଡା, ବିଶ୍ଵନାଥ ମହାନ୍ତି, ବରିଷ୍ଠ ସାମ୍ବାଦିକ ରାମଜୀବନ ଗୋଚ୍ଛାୟତ, ଜୟନ୍ତ କୁମାର ଦାସ, ବିରୋଜ କୁମାର ରାଉତ, ସ୍ନିଗ୍ଧା ବେହେରା, ସ୍ୱାତୀ ବିଶ୍ଵାଳ, ମେଘାଦାପ୍ତି ମହାପାତ୍ର, ପ୍ରଭଞ୍ଜନ ମହାନ୍ତି, ତୁଷାର ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ।

Leave A Reply

Your email address will not be published.