ନଵୋଉତ୍କଳର ନିର୍ମାତା ହରେକୃଷ୍ଣ ମହତାବ : ସବୁ ହୃଦୟରେ ବିଦ୍ୟମାନ

0
  • ଜନ୍ମ 1899- ମୃତ୍ୟୁ1987
  • TATKAL ODISHA //ଶ୍ରଦ୍ଧାଞ୍ଜଳି//
       ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ତଥା  ନଵୋଉତ୍କଳର ନିର୍ମାତା ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କର ରବିବାର ଜନ୍ମଦିନ। ୧୮୯୯ ନଭେମ୍ବର ଅଭିଭକ୍ତ ବାଲେଶ୍ୱର ଜିଲ୍ଲା ଅଗରପଡ଼ାରେ ଜନ୍ମ ଗ୍ରହଣ କରିଥିଲେ I
ହୀରାକୁଦ ଡ୍ୟାମ ଉଦଘାଟନ : ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁଙ୍କ ସହ ଡ଼ଃ ମହତାବ

  • ସେ କଣ ନ ଥିଲେ?
       ଡ଼ଃ ମହତାବ ଥିଲେ ଏକାଧାରରେ  ଓଡ଼ିଶାରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ବିଚକ୍ଷଣ ରାଜନୀତିଜ୍ଞ, ଶିକ୍ଷାବିତ, ସାହିତ୍ୟିକ, ସମାଜସେବୀ, ସାମ୍ବାଦିକ ଓ ସ୍ତମ୍ଭକାର I    ପିଲାଦିନରୁ ସେ ଥିଲେ ଦେଶପ୍ରେମୀ।
     ଭଦ୍ରକ ହାଇସ୍କୁଲ୍‌ରୁ ମାଟ୍ରିକ୍ ପାସ୍ କଲାପରେ ସେ ରେଭେନ୍ସା କଲେଜରେ ନାଁ ଲେଖାଇଥିଲେ | ଅଧାରୁ କଲେଜ ପାଠ ଛାଡ଼ି ୧୯୨୧ରେ ସେ ସ୍ବାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ ।
    ୧୯୨୨ରେ ପ୍ରଥମେ ଗିରଫ ହୋଇ ଏକ ବର୍ଷ ପାଇଁ ଜେଲ୍ ଦଣ୍ଡ ଭୋଗିଥିଲେ। ସେ ୧୯୪୬ରୁ ୧୯୫୦ ଏବଂ ୧୯୫୬ରୁ ୧୯୬୧ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ। ୧୯୫୫-୫୬ରେ ସେ ବମ୍ବେ ରାଜ୍ୟର ରାଜ୍ୟପାଳ ଦାୟିତ୍ବ ନିର୍ବାହ କରିଥିଲେ I       ଡ଼ଃ ମହତାବଙ୍କର ଅନେକ କାଳଜୟୀ କୃତି ରହିଛି I ସେହି ସଫଳ  ସାରସ୍ବତ କୃତି ମଧ୍ୟରେ ‘ପ୍ରତିଭା’, ‘ଅବ୍ୟାପାର’, ‘ନୂତନ ଧର୍ମ’, ‘ଟାଉଟର୍’, ‘ତୃତୀୟ ପର୍ବ’ ଆଦି ରହିଛି I ‘ସାଧନାର ପଥେ’ ତାଙ୍କର ଆତ୍ମଜୀବନୀ | ସେ ମଧ୍ୟ  ପ୍ରଜାତନ୍ତ୍ର ପ୍ରଚାର ସମିତି’ ପ୍ରତିଷ୍ଠା କରିବା ସହିତ ‘ଝଙ୍କାର’ର ସଂପାଦକ ଥିଲେ।


   ଡ଼ଃ ମହତାବ ପ୍ରଜାତନ୍ତ୍ରରେ ନିୟମିତ ସ୍ତମ୍ବ  ‘ଗାଁ ମଜଲିସ’ ଲେଖୁଥିଲେ I ତାହା ଲୋକପ୍ରିୟତାର ଶୀର୍ଷରେ ପହଞ୍ଚି ଥିଲା I ଏହି ପୁସ୍ତକର ତୃତୀୟ ଭାଗ ପାଇଁ ୧୯୮୩ରେ ତାଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା I  
    ‘୨ ଜାନୁଆରି ୧୯୮୭ରେ ତାଙ୍କର ଦେହାନ୍ତ ଭୁବନେଶ୍ୱର ଏକାମ୍ର ନିବାସରେ ହୋଇଥିଲା |

Leave A Reply

Your email address will not be published.