ନର୍ଲା ଦକ୍ଷିଣ ବନଖଣ୍ଡ ମୁନୁସକୁନାରେ ହାତୀ ଶାବକର ମୃତ୍ୟୁ

0


ନର୍ଲା/ତତ୍କାଳ ଓଡ଼ିଶା (ପ୍ରଦୀପ କୁମାର ଗଉଡ)

ନର୍ଲା ଦକ୍ଷିଣ ବନଖଣ୍ଡ ଅଧୀନ ଭଟାଙ୍ଗର ମୁନୁସକୁନାଠାରେ ଏକ ହାତୀ ଶାବକର ମୃତ୍ୟୁ ହୋଇଛି। ଖବର ପାଇ ନର୍ଲା ବନପାଳ ଭବାନୀ ଶଙ୍କର ନାଏକ, ନର୍ଲା ରେଞ୍ଜ ଅଧିକାରୀ ଗିରିଧାରୀ ନାଗ, ଜିଲ୍ଲା ବନାଧିକାରୀ, ନର୍ଲା ପ୍ରାଣୀ ଚିକିତ୍ସାଧିକାରୀ ସହ ସର୍ଗିଗୁଡା ସରପଞ୍ଚ ନରସିଂହ କୁମାର, ନର୍ଲା ସରପଞ୍ଚ ଚିରଞ୍ଜିବୀ ଗୈ।ଡିଆ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ମୃତ ହାତୀର ତର୍ଜମା କରିଥିଲେ। ହାତୀ ଶାବକର ମୃତ୍ୟୁ କିପରି ଓ କେଉଁ କାରଣରୁ ହୋଇଛି ତାହା ଜାଣିବା ପାଇଁ ମୃତ ହାତୀର ଶବ ବ୍ୟବଚ୍ଛେଦ କରାଯାଇ ଭୁବନେଶ୍ୱର ଓୟୁଏଟିକୁ ପରୀକ୍ଷଣ ପାଇଁ ପଠେଇ ଦିଆଯାଇଥିବା ବନ ବିଭାଗ ଅଧିକାରୀଙ୍କ ସୂତ୍ରରୁ ଜଣାପଡିଛି।

Leave A Reply

Your email address will not be published.