ନବ ଦାସ ହତ୍ୟା ମାମଲା: ପୂର୍ବତନ ବିଚାରପତି ଜେ ପି ଦାସ କରିବେ ତଦନ୍ତ ତଦାରଖ

0
  • ଭୁବନେଶ୍ୱର//TATKAL ODISHA//

ନବ କିଶୋର ଦାସଙ୍କୁ ଗୁଳିମାଡ଼ ମାମଲାରେ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଜେ ପି ଦାସ ତଦନ୍ତ ତଦାରଖ କରିବେ I ହାଇକୋର୍ଟ ରେଜିଷ୍ଟ୍ରାର ରାଜ୍ୟ ସରକାରଙ୍କୁ ଚିଠି ଦେଇ ଅବଗତ କରିଛନ୍ତି I 

 ପୂର୍ବରୁ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ହାଇକୋର୍ଟ ରେଡିଷ୍ଟ୍ରାରଙ୍କୁ  ନବ ଦାସ ହତ୍ୟା ମାମଲାରେ ତଦନ୍ତ ତଦାରଖ ପାଇଁ ଚିଠି ଲେଖି ଅନୁରୋଧ କରାଯାଇଥିଲା I ତଦନ୍ତ ଦାୟିତ୍ବ ଜଣେ କାର୍ଯ୍ୟରତ ବିଚାରପତି କିମ୍ବା ଜଣେ ଅବରସରପ୍ରାପ୍ତ ବିଚାରପତି ଅବା ଜଣେ ଜିଲ୍ଲା ଜଜଙ୍କୁ ତଦନ୍ତର ତଦାରଖ ଦାୟିତ୍ବ ପ୍ରଦାନ କରାଯାଉ ବୋଲି ଅନୁରୋଧ କରିଥିଲେ ସରକାର I ସରକାର କହିଥିଲେ,ଏହା ଏକ ଅତ୍ୟନ୍ତ ସ୍ପର୍ଶକାତର ଘଟଣା । ଏଥିରେ ଜଣେ ପୋଲିସ ଅଧିକାରୀଙ୍କ ସଂପୃକ୍ତି ରହିଛି । ଏଣୁ ତଦନ୍ତରେ ସର୍ବୋଚ୍ଚ ସ୍ବଚ୍ଛତା ଆଣିବା ନିହାତି  ଆବଶ୍ୟକ ।

Leave A Reply

Your email address will not be published.