ନବୋତ୍କଳର ନିର୍ମାତା ଡ଼ଃ ହରେକୃଷ୍ଣ ମହତାବ

0
  • TATKAL ODISHA//ଶ୍ରଦ୍ଧାଞ୍ଜଳି//
  • ଆଲେଖ୍ୟ // ଶ୍ରୀକାନ୍ତ ଦାଶ //

//ତିରୋଧାନ ଦିବସରେ ସ୍ମୃତିଚାରଣ//



ଜାନୁଆରୀ ଦୁଇ I ଓଡ଼ିଶାର ଅନ୍ୟତମ ବରପୁତ୍ର ଉତ୍କଳ କେଶରୀ ଡ଼କ୍ଟର ହରେକୃଷ୍ଣ ମହତାବଙ୍କ ତିରୋଧାନ ଦିବସ |

ନବ ଉତ୍କଳର ନିର୍ମାତା ଭାବେ ଓଡିଶା ଇତିହାସରେ ତାଙ୍କ ନାମ ସ୍ମରଣୀୟ |
ପାଠ ପଢା ସମୟରେ ତାଙ୍କର ଦେଖାହୁଏ ପ୍ରାତଃ ସ୍ମରଣୀୟ ନବକୃଷ୍ଣ ଚୌଧୁରୀଙ୍କ ସହିତ |

ପରିଚୟ ରୁ ବନ୍ଧୁତା ନିବିଡ ହୁଏ | ସାଥି ମାନଙ୍କ ସହଯୋଗରେ ‘ମଳୟ ‘ନାମରେ ଓଡ଼ିଆ ପତ୍ରିକା ଓ ‘dustbin’ନାମରେ ଇଂରାଜୀ ପତ୍ରିକା ଆତ୍ମ ପ୍ରକାଶକରେ |ପ୍ରଥମ rowlat ଆଇନ ଓ ପରେ ଜାଲିଆନାୱାଲାବାଗ ନର ସଂହାର ତାଙ୍କୁ ବିଚଳିତ କରେ | ପରେ ସେ କଲିକତା ଓ ନାଗପୁର କଂଗ୍ରେସ ଅଧିବେଶନରେ ଯୋଗ ଦିଅନ୍ତି ଓ ଜାତୀୟ ସ୍ତରରେ ନେତାଙ୍କ ସହ ପରିଚିତ ହୁଅନ୍ତି |ଏହି ସମୟରେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ସହ ତାଙ୍କର ପରିଚୟ ହୁଏ ଓ ତାଙ୍କ ପ୍ରେରଣାରେ ସେ ରେଭେନ୍ଶା କଲେଜ ତ୍ୟାଗ କରି ସ୍ୱାଧୀନତା ଆନ୍ଦୋଳନରେ ଝାସ ଦିଅନ୍ତି |

ସେ ଆନ୍ଦୋଳନରେ ଭାଗ ନେଇ 7ଥର କାରାବାସ ଭୋଗିଛନ୍ତି |1936 ଏପ୍ରିଲ ପହିଲାରେ ଓଡିଶା ସ୍ୱତନ୍ତ୍ର ପ୍ରଦେଶ ହେଲା |ଯଦିଓ 1930 ମସିହାରେ ସେ ଓଡିଶାରେ କଂଗ୍ରେସର ସଭାପତି ପଦରେ ଆସୀନ ଥିଲେ, ସେ ଜାତୀୟ ରାଜନୀତିରେ ବିଶେଷ ସକ୍ରିୟ ରହୁଥିଲେ |ଗାନ୍ଧିଜୀଙ୍କ ନେତୃତ୍ୱରେ ଚାଲିଥିବା ସମସ୍ତ ଆନ୍ଦୋଳନରେ ସେ ସକ୍ରିୟ ଥିଲେ |ସେ 1946-1950 ଓ 1956-1961ଓଡିଶାର ମୁଖ୍ୟମନ୍ତ୍ରୀ ଓ 1955-56 ବମ୍ବେ ରାଜ୍ୟପାଳ ରହିଥିଲେ |ତେବେ ଲୌହ ମାନବ ସର୍ଦ୍ଦାର ପଟେଲଙ୍କୁ ଦେଶୀୟ ରାଜ୍ୟ ମିଶ୍ରଣରେ ସକ୍ରିୟ ସହଯୋଗ ଦେଇ ଜାତୀୟ ସ୍ତରରେ ନିଜର ପ୍ରତିଷ୍ଠା ବୃଦ୍ଧି କରିଥିଲେ |22ଟି ଗଡଜାତ ରାଜ୍ୟକୁ ଓଡ଼ିଶାରେ ମିଶେଇବାରେ ସେ ସଫଳ ହୋଇଥିଲେ |


ଓଡିଶା ମୁଖ୍ୟମନ୍ତ୍ରୀ ଭାବେ ସେ କରିଥିବା କାର୍ଯ୍ୟ ତାଙ୍କୁ ଜଣେ ପ୍ରଗତିକାମି ଜନନାୟକର ପରିଚୟ ପ୍ରଦାନ କରିଛି |ଭୁବନେଶ୍ୱର ରେ ରାଜଧାନୀପ୍ରତିଷ୍ଠା, ମାଛକୁଣ୍ଡ ଜଳବିଦ୍ୟୁତ ଯୋଜନା, ଓଡିଶା ଅଲିମ୍ପିକ ଆସୋସିଏସନ, ବିଦ୍ୟାଧରପୁର ଧାନ ଗବେଷଣା କେନ୍ଦ୍ର, କଟକ ଆକାଶବାଣୀ କେନ୍ଦ୍ର, ଓ ଓଡିଶା ଉଚ୍ଚନ୍ୟାୟାଳୟ ତାଙ୍କର ଅମର କୀର୍ତ୍ତି I


ସେ ଥିଲେ ଓଡିଶା ମାଟିର ସନ୍ତାନ |ଓଡିଶା ସାହିତ୍ୟ ସଂସ୍କୃତିକୁ ସେ ଦେଇ ଯାଇଥିବା ଅମର କୃତି ସବୁ ହେଉଛି ‘ପୁଣ୍ୟାତ୍ମା ଗୋପବନ୍ଧୁ ”ଚଷାଭାଇ ”ପଲାସି ଅଭିଯାନ ”ସ୍ଵରାଜ୍ୟ ସାଧନ ‘ସାଧନା ପଥେ ”ପ୍ରତିଭା ‘ ‘ଟାଉଟର ‘ ‘ଦୁର୍ଭିକ୍ଷ ‘ ଗାଁ ମାଟି ‘ ‘ଗାଁ ଟାଉଟର ‘ ‘ଅବ୍ୟାପାର ‘|ଏସବୁ ଆଜିବି ପାଠକୀୟ ମର୍ଯ୍ୟାଦା ସାଉଁଟି ଚାଲିଛି |’ଗାଁ ମଜଲିସ ‘ ପୁସ୍ତକ ପାଇଁ ସେ କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର ପାଇଛନ୍ତି |


ପିତା ଶ୍ରୀକୃଷ୍ଣ ଚନ୍ଦ୍ର ଦାସ ଓ ମାତା ତୋଫା ବିବିଙ୍କ କୋଳରେ 1899 ମସିହା 21ନଭେମ୍ବର ଦିନରେ ଜନ୍ମ ହୋଇ ପୁତ୍ର ହରେକୃଷ୍ଣ ଅନାମଧେୟ ଅଗରପଡା (ବାଲେଶ୍ୱର ଜିଲ୍ଲା )କୁ ନିଜ କର୍ମ ବଳରେ ବିଖ୍ୟାତ କରିଦେଲେ |

ସେ 1987ମସିହା ଆଜିର ଦିନରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ |


ଏଭଳି ଜଣେ ଯୋଗ ଜନ୍ମା ପୁଣ୍ୟ ପୁରୁଷଙ୍କୁ ଓଡ଼ିଆ ଜାତୀୟ ସମ୍ମିଳନୀ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି I

  • ଶ୍ରୀକାନ୍ତ ଦାଶ, କାର୍ଯ୍ୟକାରୀ ସଭାପତି, ଓଡ଼ିଆ ଜାତୀୟ ସମ୍ମିଳନୀ |ମୋବାଇଲ ନମ୍ବର 9238304919

———————————————————————————-

Advt

Leave A Reply

Your email address will not be published.