ନବୀନ @76 : ମୋଦୀଙ୍କ ଶୁଭେଚ୍ଛା

0

ଭୁବନେଶ୍ୱର//TATKAL ODHISHA//

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ 76 ବର୍ଷ ହୋଇଛି I 16 ଅକ୍ଟୋବର 1946ରେ  ସେ ଜନ୍ମ ଗ୍ରହଣ କରିଥିବା ନବୀନ କ୍ରମାଗତ ଭାବେ ପଞ୍ଚମ ଥର ନିର୍ବାଚିତ ହୋଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟଭାର ତୁଲାଉଛନ୍ତି I ଆଉ ଗୋଟିଏ ନିର୍ବାଚନ ବିଜୟ ପରେ ସେ ରେକର୍ଡ କରିବେ I 

TATKALODHISHAର ନବୀନଙ୍କୁ ଶୁଭେଚ୍ଛା..

 ଜନ୍ମ ଦିନରେ ନବୀନଙ୍କୁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି । ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ତାଙ୍କର  ଦୀର୍ଘ ଜୀବନ କାମନା କରିବା ସହ ଓଡ଼ିଶାବାସୀଙ୍କ ସେବା କରିଚାଲନ୍ତୁ କହିଛନ୍ତି I 

ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବି  ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, ମହାପ୍ରଭୁଙ୍କ ଆଶୀର୍ବାଦରୁ ତାଙ୍କୁ ଜୀବନ ନିରାମୟ ଓ ସୁଖମୟ ହେଉ I  କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅଶ୍ୱିନୀ ବୈଷ୍ଣବ  ଜନ୍ମଦିନରେ ଶୁଭେଚ୍ଛା ଜଣାଇ ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି ।

ସଂକ୍ଷେପରେ ନବୀନ

+++++++++++++

ନବୀନ ପଟ୍ଟନାୟକ ପିତା ବିଜୁ ପଟ୍ଟନାୟକ ଓ ମାତା ଜ୍ଞାନ ପଟ୍ଟନାୟକଙ୍କ ସାନ ପୁଅ ଭାବରେ କଟକଠାରେ ଜନ୍ମ ନେଇଥିଲେ । ସେ ଡେରାଡୁନର ଉଏଲହାମ ସ୍କୁଲ ଓ ଡୁନ ସ୍କୁଲରେ ଶିକ୍ଷାଲାଭ କରିଥିଲେ । ତାହା ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ କୀ ରୋକି ମଲ୍ଲ ମହାବିଦ୍ୟାଳୟରୁ କଳାରେ ସ୍ନାତକ ଡିଗ୍ରି ହାସଲ କରିଥିଲେ । ସେ ଜଣେ ଅବିବାହିତ ପୁରୁଷ । ସେ ବିଦ୍ୟାଳୟରେ ପଢୁଥିବାବେଳେ ଗୋଲରକ୍ଷକଭାବେ ହକି ଖେଳୁଥିଲେ ।[୩] ନବୀନ ପଟ୍ଟନାୟକ ଯୁବକ ବେଳରେ ଥିଲେ ଜଣେ ଲେଖକ ଏବଂ ଯୁବା ଅବସ୍ଥା ସେ ଓଡ଼ିଶା ଓ ରାଜନୀତି ଠାରୁ ଦୂରରେ ଥାଇ କଟାଇଥିଲେ କିନ୍ତୁ ତାଙ୍କ ପିତା ସ୍ୱର୍ଗତ ବିଜୁ ବାବୁଙ୍କ ଦେହାନ୍ତ ପରେ ସେ ୧୯୯୭ରେ ରାଜନୀତି ଭିତରକୁ ପ୍ରବେଶ କରିଥିଲେ । ଏହାର ୧ ବର୍ଷ ପରେ ସେ ବିଜୁ ଜନତା ଦଳର ସ୍ଥାପନ କରିଥିଲେ ।ଆଇ.ଆଇ.ଟି. ଭୁବନେଶ୍ୱରରେ ନବୀନ ପଟ୍ଟନାୟ

ରାଜନୈତିକ

କଲେଜ ଜୀବନରେ ନବୀନ ରାଜନୀତିଠୁ ଦୂରରେ ଥିଲେ । ବିଜୁ ପଟ୍ଟନାୟକଙ୍କ ତିରୋଧାନ ପରେ ସେ ଓଡ଼ିଶା ରାଜନୀତିରେ ଯୋଗ ଦେଇଥିଲେ । ଏହାର ବର୍ଷକ ଭିତରେ ସେ ଜନତା ଦଳକୁ ବିଜୁବାବୁଙ୍କ ନାମରେ ବିଜୁ ଜନତା ଦଳ ଭାବରେ ତିଆରି କରିଥିଲେ ।

Leave A Reply

Your email address will not be published.