ନବୀନ, ଧର୍ମେନ୍ଦ୍ର କହିଲେ-‘ପଖାଳ ମୋର ପ୍ରିୟ’

0
  • ନୂଆଦିଲ୍ଲୀ,ଭୁବନେଶ୍ୱର//TATKAL ODISHA//

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ବାସଭବନରେ ‘ ବିଶ୍ୱ ପଖାଳ ଦିବସ’ରେ ପଖାଳ ଖାଇଛନ୍ତି I ଏହି ଅବସରରେ ଶ୍ରୀ ପଟ୍ଟନାୟକ ‘ପଖାଳ ମୋର ପ୍ରିୟ’ ବୋଲି ଏକ ଭିଡ଼ିଓ ବାର୍ତ୍ତାରେ ପ୍ରକାଶ କରିଛନ୍ତି I

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଅନ୍ୟପକ୍ଷରେ ନୂଆଦିଲ୍ଲୀ ସ୍ଥିତ ବାସଭବନରେ ପଖାଳ ଖାଇ ‘ପଖାଳ ଦିବସ’ ପାଳନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ‘ପଖାଳ ମୋର ପ୍ରିୟ ଖାଦ୍ୟ’ । ଏହା ଆମ ଓଡ଼ିଆଙ୍କ ସ୍ୱତନ୍ତ୍ର ପରିଚୟ । ‘ପଖାଳ ଦିବସ’ ଅବସରରେ ପଖାଳ ଖାଇବାର ମଜା ଅଲଗା । ପଖାଳ ଆମ ଓଡ଼ିଆ ଜନଜୀବନ ଓ ଖାଦ୍ୟପେୟର ଏକ ଅବିଚ୍ଛେଦ୍ୟ ଅଙ୍ଗ । ଓଡ଼ିଆଙ୍କ ଖାଦ୍ୟ ପ୍ରତି ଥିବା ଭଲ ପାଇବା ଓ ଶ୍ରଦ୍ଧାର ପ୍ରତୀକ । ସମସ୍ତ ଓଡ଼ିଶାବାସୀଙ୍କୁ ଏହି ଦିବସର ଅଭିନନ୍ଦନ ।

Leave A Reply

Your email address will not be published.