ନବୀନ ଇତିହାସ କରିବେ ନା’ ଇତିହାସ ହେବେ?

0
  • ନୂଆଦିଲ୍ଲୀ//TATKAL ODISHA//

ନବୀନ ଇତିହାସ କରିବେ ନା ଇତିହାସ ହେବେ?

ସାଧାରଣ ନିର୍ବାଚନ-2024ର ଗଣତି ହେବାର କେଇ ଘଣ୍ଟା ପୂର୍ବରୁ ଜାତୀୟ ତଥା ସମ୍ଭ୍ରାନ୍ତ ଇଂରାଜୀ ପତ୍ରିକା ‘ଇଣ୍ଡିଆ ଟୁଡେ’ ଏକ ପ୍ରଚ୍ଛଦ ପ୍ରସଙ୍ଗ ଛାପି ଏହି ପ୍ରଶ୍ନ କରିଛି I

ଇଣ୍ଡିଆ ଟୁଡେ’ ଏମିତି ପ୍ରଶ୍ନ ଉତ୍ଥାପନ କରିବାର କାରଣ କଣ? ହୋଇପାରେ ..

  • ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସାନପୁଅ ନବୀନ ଏବେ ରାଜନୀତିରେ ପ୍ରବୀଣ I ଚବିଶ ବର୍ଷର ଦୀର୍ଘ  ରାଜନୀତିକ କ୍ୟାରିଅରରେ ସେ ପାଲଟିଯାଇଛନ୍ତି ଅପ୍ରତିଦ୍ୱନ୍ଦୀ ନେତା ।  ଲଗାତାର ପାଞ୍ଚ ଥର ମୁଖ୍ୟମନ୍ତ୍ରୀ ହୋଇ ସେ ରେକର୍ଡ ସୃଷ୍ଟି କରିବା ସହ ଜାତୀୟ ଦଳ କଂଗ୍ରେସ ଓ ବିଜେପି ପାଇଁ ଚ୍ୟାଲେଞ୍ଜ ହୋଇ ଛିଡା ହୋଇଛନ୍ତି। 
     
  •  2000ରେ କ୍ଷମତାସିନ ହେବା ଦିନ ଠାରୁ 2017 ଯାଏ ସୁରୁଖୁରୁରେ ଶାସନ ଚଳାଇ ଆସିଥିଲେ ନବୀନ I ବିଜେପିର କେନ୍ଦ୍ରୀୟ ନେତାମାନେ ବି ଓଡ଼ିଶା ଗସ୍ତ ସମୟରେ ତାଙ୍କ ବିଷୟରେ ଭଲ ବୋଲି କହୁଥିଲେ I
  • ମାତ୍ର 2019 ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତତ୍କାଳୀନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ପୂର୍ବ ଭାରତ ଦଖଲ ଅଭିଯାନ ଯୋଜନାରେ ଟାର୍ଗେଟ ରହିଥିଲା ଓଡ଼ିଶା। ପଂଚାୟତ ନିର୍ବାଚନ ପରେ ଓଡ଼ିଶା ଦଖଲ ପାଇଁ  ପ୍ରସ୍ତୁତ ହୋଇଥିଲା  ବ୍ଲୁ-ପ୍ରିଣ୍ଟ। ଦଳର ଉଭୟ ଶୀର୍ଷ ନେତା ନବୀନଙ୍କ ପ୍ରତି ଆକ୍ରମଣାତ୍ମକ ଆଭିମୁଖ୍ୟ ସେଇଠୁ ଆରମ୍ଭ  କରିଥିଲେ । ହେଲେ 2019 ନିର୍ବାଚନରେ  ସଫଳ ହୋଇ ନଥିଲେ I 

“ଯଦି ଗଣତି ପରେ ବିଜେପି ବିଧାନସଭାରେ ସଂଖ୍ୟା ଗରିଷ୍ଠ ହୁଏ ତାହାଲେ ନବୀନଙ୍କ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବାର ସ୍ବପ୍ନ ଧୂଳିସାତ ହେବ ଏବଂ ସେ ଇତିହାସ ହୋଇଯିବେ”-ଇଣ୍ଡିଆ ଟୁଡେ

   2024 ନିର୍ବାଚନରେ ସ୍ଥିତି ଭିନ୍ନ I ବିଜେପି ଓ ବିଜେଡି ମଧ୍ୟରେ ମେଣ୍ଟ ନେଇ ପୂର୍ବରୁ ଚର୍ଚ୍ଚା ହୋଇଥିଲେ ହେଁ ସଫଳ ହୋଇ ନାହିଁ I ଫଳରେ ନିର୍ବାଚନବେଳେ ଉଭୟ ଦଳ ମୁହାଁମୁହିଁ ହୋଇଛନ୍ତି I ବିଶେଷକରି ଭିକେ ପାଣ୍ଡିଆନ ଓ  ‘ଅସ୍ମିତା’  ପ୍ରସଙ୍ଗକୁ ରାଜନୈତିକ ଇସ୍ୟୁ କରିଛି ବିଜେପି I EXIT ପୋଲରେ ବି ବିଧାନସଭା ପାଇଁ ବିଜେଡି-ବିଜେପି ବରାବର ସ୍ଥିତିରେ ଥିବାବେଳେ ଲୋକସଭା କ୍ଷେତ୍ରରେ ବିଜେପି ଆଗରେ ରହିଛି I ଗଣତି ପରେ ସବୁକିଛି ସ୍ପଷ୍ଟ ହେବ I

 ଯଦି ଗଣତି ପରେ ବିଜେପି ଜିତିଯାଏ ତାହାଲେ ନବୀନଙ୍କ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବାର ସ୍ବପ୍ନ ଧୂଳିସାତ ହେବ ଏବଂ ସେ ଇତିହାସ ହୋଇଯିବେ I ଯଦି ବିଜେଡି ବିଧାନସଭାରେ ସଂଖ୍ୟା ଗରିଷ୍ଠ ଲାଭ କରେ ତାହାଲେ ନବୀନ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ବିରଳ ରେକର୍ଡ କରିବେ, ଏଥିରେ ଦ୍ବିମତର ପ୍ରଶ୍ନ ନାହିଁ I ଇଣ୍ଡିଆ ଟୁଡେ ସେଇ କଥା କହିବାକୁ ଚାହିଁଛି I 

Leave A Reply

Your email address will not be published.