ନବୀନଙ୍କ ଅସୁସ୍ଥତା ନେଇ ପୁଣି ‘ଗୁଜବ’

0
  • TATKAL ODISHA//EXCLUSIVE//
  • ଭୁବନେଶ୍ୱର, କଟକ //ବ୍ୟୁରୋ ରିପୋର୍ଟ//

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୀଷଣ ଅସୁସ୍ଥ, ସେ ଚିକିତ୍ସା ପାଇଁ ଚେନ୍ନାଇକୁ ‘ଏୟାର ଲିଫ୍ଟ’ ହୋଇଛନ୍ତି I ଏଭଳି ସମ୍ବେଦନଶୀଳ ପ୍ରସଙ୍ଗ ପୁଣି ଥରେ ସୋସିଆଲ ମିଡ଼ିଆ ମୋବାଇଲ କଲରେ ବ୍ୟାପକ ଭାବେ ପ୍ରଚାର କରାଯାଉଛି I ତାହା ଭାଇରଲ ବି ହେଉଛି I

TATKAL ODISHA ପକ୍ଷରୁ ଏହାର ସ୍ୱତନ୍ତ୍ର ଅନୁସନ୍ଧାନ କରିଥିଲୁ I

ଭିତିରିଆ ସୂତ୍ରରୁ ଜଣାପଡ଼ିଛି ଯେ, ନବୀନ ବାବୁଙ୍କୁ ନେଇ ଯାହା ପ୍ରଚାର କରାଯାଉଛି ସେସବୁର ସତ୍ୟତା ଆଦୌ ନାହିଁ I ଏୟାର ଲିଫ୍ଟ କଥା ଡାହା ମିଛ I ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଚାଲିଥିବାବେଳେ କେବଳ ହଇଚଇ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଅସୁସ୍ଥତା ପ୍ରକାଶ କରାଯାଇଛି ବୋଲି କୁହାଯାଇଛି I

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ତେବେ ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି ଯେ,ନବୀନଙ୍କୁ କିଛି ଦିନ ପୂର୍ବରୁ ସାମାନ୍ୟ ଥଣ୍ଡା ହୋଇଥିଲା, ତାହା ବି ଭଲ ହୋଇ ଯାଇଛି I ବିଲକୁଲ ଅସୁସ୍ଥ ନାହାନ୍ତି I

ହେଲେ ଏସବୁ କଥା ସରକାରୀ ଭାବେ କିଛି କୁହାଯାଇ ନାହିଁ I

ପୂର୍ବରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କ ଅସୁସ୍ଥତା ନେଇ “ଗୁଜବ” ପ୍ରଚାର ହୋଇଥିଲା I ମୋବାଇଲରୁ ମୋବାଇଲ ତାହା ଘୁରି ବୁଲିଥିଲା I

ସାଧାରଣତନ୍ତ୍ର ଦିବସ -2022ରେ ରାଜ୍ୟପାଳଙ୍କ ସହ ନବୀନ

ସେଥିପାଇଁ ନବୀନ ବାବୁ ଗଣତନ୍ତ୍ର ଦିବସରେ ରାଜ୍ୟସ୍ତରୀୟ ପ୍ୟାରେଡ

ଉତ୍ସବରେ ଯୋଗ ଦେଇ ପୁରା ଫିଟ ବୋଲି ପ୍ରମାଣିତ କରିଥିଲେ I ଏପରିକି ସେଠାରେ ଉପସ୍ଥିତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନବୀନଙ୍କ ସ୍ମାର୍ଟ ଚାଲି ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିବା ସହ ଖୁସି ହୋଇଥିଲେ I

ଏବେ ପୁଣି ସମାନ ଢଙ୍ଗରେ ନବୀନଙ୍କ ଅସୁସ୍ଥତା ପ୍ରଚାର କରାଯାଉଛି I

ଜଣେ ବରିଷ୍ଠ ଓ ବିଶ୍ୱସ୍ତ ଅଧିକାରୀ ନିଜ ନାମ ଗୋପନ ରଖି TATKAL ODISHAକୁ କହିଥିଲେ ଯେ, ପଞ୍ଚାୟତ ନିର୍ବାଚନ ଦୃଷ୍ଟିରେ ରଖି ନବୀନ ବାବୁଙ୍କ ବିରୋଧୀ ହୁଏତ ଏସବୁ ଅପପ୍ରଚାର କରିଥାଇ ପାରନ୍ତି I ତେବେ କାହା ପ୍ରରୋଚନା ଓ କିଏ ଏସବୁ ଗୁଜବ ପ୍ରଚାର କରୁଛି ତାକୁ ନେଇ ଉଠିଛି ପ୍ରଶ୍ନ I ମୋ ମତରେ ରାଜ୍ୟର ମୁଖିଆଙ୍କୁ ନେଇ ଏସବୁ ହୀନ ରାଜନୀତି ହେବା ଠିକ ନୁହେଁ I

Leave A Reply

Your email address will not be published.