ନବୀନଙ୍କୁ ଭେଟିଲେ ନୀତିଶ : ଆଲୋଚନାର ବିଷୟ କ’ଣ ଥିଲା ?

0

  • ବିହାର ଭବନ ପାଇଁ ପୁରୀରେ ଜମି ଦେବେ କହିଲେ ମୁଖ୍ୟମନ୍ତ୍ରୀ
  • ଭୁବନେଶ୍ୱର//TATKAL ODISHA//

ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଙ୍ଗବାର ମଧ୍ୟାହ୍ନରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ହେଲେ କାହିଁକି ? ଦୁଇ ନେତାଙ୍କ ମଧ୍ୟରେ ଆଲୋଚନାର ବିଷୟବସ୍ତୁ କଣ ଥିଲା? ସମ୍ମୁଖରେ ବିଭିନ୍ନ ସରକାରୀ କାର୍ଯ୍ୟ କଥା କୁହାଯାଉଥିଲେ ହେଁ ବାସ୍ତବରେ 2024 ନିର୍ବାଚନ ପୂର୍ବରୁ କଂଗ୍ରେସ ବିରୋଧୀ ମେଣ୍ଟ କଥା ଆଲୋଚନା ହୋଇଥିବା ଚର୍ଚ୍ଚା ଜୋର ଧରିଛି I

ତେବେ ନବୀନ କିମ୍ବା ନୀତିଶ ତାହା ସ୍ପଷ୍ଟ କରି ନାହାନ୍ତି I


ଯେବେ ହେବ ଆପଣ ଜାଣିବେନି :ନୀତିଶ କୁମାର

ମେଣ୍ଟ ଉପରେ କିଛି ଆଲୋଚନା ହୋଇନି:ନବୀନ

ପରେ ସାମ୍ବାଦିକମାନଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ପୁରୀରେ ବିହାର ଭବନ ପାଇଁ ଓଡିଶା ସରକାର ବିହାର ସରକାରଙ୍କୁ ଦେଢ ଏକର ଜମି ମାଗଣାରେ ଯୋଗାଇଦେବେ । ଜଗନ୍ନାଥ ଧାମ ପୁରୀକୁ ଆସୁଥିବା ବିହାରର ଲୋକମାନଙ୍କ ରହଣି ସୁବିଧା ପାଇଁ ବିହାର ସରକାର ବିହାର ଭବନ ନିର୍ମାଣ ପାଇଁ ଇଚ୍ଛା ପ୍ରକାଶ କରିଥିଲେ ।

ଏହି ଘୋଷଣା ପାଇଁ ବିହାର ମୁଖ୍ୟମନ୍ତ୍ରୀ ଶ୍ରୀ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଶ୍ରୀ ନୀତିଶ କୁମାର ଆଜି ମଧ୍ୟାହ୍ନରେ ସିଧା ବିମାନ ବନ୍ଦରକୁ ଆସି ନବୀନ ନିବାସରେ ପହଞ୍ଚିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିହାର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରିଥିଲେ ।

Leave A Reply

Your email address will not be published.