ନବଜାତ ଶିଶୁର ଯତ୍ନ କେମିତି ନେବେ? : ସବୁ ମାଆ ନଜର ଦିଅନ୍ତୁ
TATKAL Health / ଡା. ଅରବିନ୍ଦ ମହାନ୍ତି
……………………………………………………..
୧. ମା କ୍ଷୀର – ସାଧାରଣ ପ୍ରସବ ହୋଇଥିଲେ ଜନ୍ମ ହେବାର ଅଧଘଣ୍ଟା ମଧ୍ୟରେ ବା ଅସ୍ତ୍ରୋପଚାର ଦ୍ୱାରା ହୋଇଥିଲେ ମା ବିଛଣାକୁ ଆସିବାପରେ ନର୍ସ / ଜେଜେ ମା /ଆଈଙ୍କ ସାହାଯ୍ୟରେ ତୁରନ୍ତ ମା କ୍ଷୀର ଦିଅନ୍ତୁ ଓ ଯେତେବେଳେ କାନ୍ଦିବ,ମା କ୍ଷୀର ଦିଅନ୍ତୁ ଶିଶୁଟି ମା କ୍ଷୀର ନ ପି ପାରୁଥିଲେ ଡାକ୍ତରଙ୍କ ପରାମର୍ଶ ନେଇ ଶିଶୁଟି କେବଳ ମା କ୍ଷୀର ପାଇପାରିବ , ଯତ୍ନ ନିଅନ୍ତୁ ଡ଼ବା କ୍ଷୀର ବା ପିଇବା ବୋତଲ ପରାମର୍ଶ ଗ୍ରହଣ କରନ୍ତୁନାହିଁ ଏହା ଶିଶୁର ସ୍ୱାସ୍ଥ୍ୟପାଇଁ ହାନିକାରକ ଭାରତ ସରକାରଙ୍କ ଶିଶୁ କ୍ଷୀର ବିକଳ୍ପ ଓ ପିଇବା ବୋତଲ ପରାମର୍ଶ ନିଷେଧ ଆଇନ ୧୯୯୨ ଅନୁସାରେ ଏହା ଏକ ଅପରାଧ ଓ ଦଣ୍ଡନୀୟ ଛ ମାସ ପର୍ଯ୍ୟନ୍ତ କେବଳ ମା କ୍ଷୀର ଦିଅନ୍ତୁ I ପାଣି ବା ଅନ୍ୟ କୌଣସି ଖାଦ୍ୟ ଦିଅନ୍ତୁ ନାହିଁ I ପରିଶ୍ରା ଦିନକୁ ଛ ଥର ହେଉଥିଲେ ମା କ୍ଷୀର ଶିଶୁପାଇଁ ଯଥେଷ୍ଟ କିଭଳି ବସି ଧରି କ୍ଷୀର ପିଆଇ ପାରିବେ ସ୍ୱାସ୍ଥ୍ୟ କର୍ମୀଙ୍କ ସାହାଯ୍ୟ ନିଅନ୍ତୁ ମନେରଖନ୍ତୁ ଶିଶୁଟି ଜନ୍ମ ହେବାକ୍ଷଣି ମା ପାଖକୁ କ୍ଷୀର ଆସି ଯାଇଥାଏ ମା କ୍ଷୀର ଆସିନାହିଁ ବା ଯଥେଷ୍ଟ ନୁହଁ କହିବା ଏକ ଭୁଲ ପରାମର୍ଶ ଓ ଦଣ୍ଡନୀୟ ମା କ୍ଷୀର ଖାଇବାପରେ ଶିଶୁ କାନ୍ଦୁଥିଲେ କିଭଳି ଶିଶୁକୁ ସଠିକ ଭାବେ ଧରି ଖୁଆଇବେ ସ୍ୱାସ୍ଥ୍ୟ କର୍ମୀଙ୍କ ପରାମର୍ଶ ନିଅନ୍ତୁ ଠିକ ଭାବେ ନ ଧରିଲେ ଶିଶୁ ପେଟକୁ ପବନ ପଶିଥିବାର ସମ୍ଭାବନା ବେଶୀ ପେଟରେ ପବନ ଥିଲେ ଛୁଆର କାନ୍ଦିବା ସଂଗେ ସଂଗେ ହାକୁଟି /ବାନ୍ତି /ଛିଙ୍କ /ପେଟ କାଟିବା / ପେଟ ଫାମ୍ପି ବାଇ ସହ ଝାଡା ଫେରିବା /ବାରମ୍ବାର ଝାଡା ହେବା ହୋଇଥାଏ କେବଳ ପେଟେଇ କରି ଶକ୍ତ ବିଛଣାରେ ଶୁଆଇ ଦେଇ ପିଠି ଥାପୁଡ଼େଇ ଦେଲେ ପବନ ବାହାରି ଯାଇଥାଏ ନଚେତ ସ୍ୱାସ୍ଥ୍ୟକର୍ମୀଙ୍କ ପରାମର୍ଶ ନିଅନ୍ତୁ କୌଣସି ଔଷଧର ଆବଶ୍ୟକତା ନାହିଁ ଶିଶୁଟି ଏକ ବର୍ଷ ହେବା ପର୍ଯ୍ୟନ୍ତ ଜିଭ ପୋଛନ୍ତୁ ନାହିଁ ଅଳ୍ପ ଓଜନ (୨.୫ କିଗ୍ରାରୁ କମ)/ ଅପରିପକ୍ଵ ହୋଇଥିଲେ ସବୁବେଳେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ I
୨. ଜନ୍ମହେବାପରେ କେବଳ ପୋଛିଦେଇ ମା ଛୁଆକୁ ନିଜ ପାଖକୁ ଆଣିବା ଆବଶ୍ୟକ ଜନ୍ମହେବାକ୍ଷଣି ତେଲ ଲଗାଇବା/ସାବୁନ ପାଣିରେ ଗାଧୋଇବା/୬ ,୧୨ ,୨୧ ଦିନରେ ଗାଧୋଇଲେ ଛୁଆର ଲାହି ପାଚିଥାଏ ଓ ରୋଗ ସଂକ୍ରମଣ ହୋଇ ଶିଶୁକୁ ବିପଦସଂକୁଳ ଅବସ୍ଥାକୁ ନେଇ ଯାଇଥାଏ ମନା କରନ୍ତୁ ୨.୫ କିଗ୍ରା ଓଜନରୁ ଅଧିକ ଓ ପରିପକ୍ଵ ଶିଶୁକୁ ଏକ ମାସ ପରେ2 ବା ୨.୫ କିଗ୍ରାରୁ କମ ଅପରିପକ୍ଵ ଶିଶୁକୁ ୨ ମାସ ପରେ ଗାଧୋଇ ଦିଅନ୍ତୁ ତା ପୂର୍ବରୁ ତେଲ ଲଗାଇଲେ ବା ପୋଛାପୋଛି କଲେ କ୍ଷତି କରିଥାଏ, ପରେ କିଣାଯାଇଥିବା ଉଷୁମ ନଡ଼ିଆ ତେଲ ଲଗାଇ ଗାଧୋଇ ଦିଅନ୍ତୁ ଧ୍ୟାନ ଦେବେ ଯେଭଳି ତେଲ ଦେହରେ ଲାଗି ରହିବ ନାହିଁ ଓ ଗାଧୋଇ ସାରିବା ପରେ ଘୋଡାଇ ରଖିବେ I
୩ .ଶିଶୁକୁ ସବୁବେଳେ ଉଷୁମ ରଖନ୍ତୁ ମା ପେଟ ସହିତ ଲଗାଇ ରଖିଲେ ଶିଶୁଟି ଯଥେଷ୍ଟ ଉତ୍ତାପ ପାଇଥାଏ ଅଧିକ ଗରମ କରିବା ବା ରଡ ନିଆଁରେ ସେକିବା କଲେ ଶିଶୁର ରୋଗସଂକ୍ରମଣ ହୋଇଥାଏ ମନା କରନ୍ତୁ ମଇଳା ଲୁଗା ବା ବିଛଣା ଛୁଆର ରୋଗ କରିଥାଏ ଧୁଆ ହୋଇଥିବା ନୂଆ ଲୁଗା ବ୍ୟବହାର କରନ୍ତୁ ଶିଶୁଟି ଘରର ନୂତନ ଅତିଥି ଓ ନୂଆ ଲୁଗାରେ ସ୍ୱାଗତ କରନ୍ତୁ I
୪.ଲାହିରେ କୌଣସି ଔଷଧ ଲଗାନ୍ତୁ ନାହିଁ ବା ସେକାସେକି କରନ୍ତୁ ନାହିଁ I
୫. ନାକ ଓ ଆଖି ସଂଧିକୁ ଜେଜେମା ନାକ ଉଠାଇବା ଭଳି ଧୀରେ ଘଷି ଉଷୁମ ପାଣିରେ ପୋଛିଦିଅନ୍ତୁ ତା ହେଲେ ଆଖିରୁ ପାଣି ଗଡିବ ନାହିଁ କୌଣସି ରୋଗ ନ ଥାଇ ଅଯଥାରେ ଔଷଧ ପକାନ୍ତୁ ନାହିଁ ନାକ ସଡ଼ ସଡ଼ ହେଉଥିଲେ ସାଲାଇନରେ ନାକ କିଭଳି ସଫା ରଖିବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ I
୬ . କାନରେ ତେଲ ବା କୋଣସି ଔଷଧ ମନଇଚ୍ଛା ପକାନ୍ତୁ ନାହିଁ ବା ତୁଳାକାଠିରେ ସଫାକରିବାକୁ ଚେଷ୍ଟା କରନ୍ତୁ ନାହିଁ ନଚେତ ଶିଶୁଟି ବଧିର ହେବାର ସମ୍ଭାବନା ଅଧିକ ୭.ଝାଡା ଫେରି ସରିବାପରେ ଉଷୁମ ପାଣିରେ ପତଳା କନା/ଓଦା ତୁଳା ସାହାଯ୍ୟରେ ସଫା କରିଦିଅନ୍ତୁ ବଜାରରେ ମିଳୁଥିବା ରାସାୟନିକ ଲାଗିଥିବା କୌଣସି କାଗଜରେ ପୋଛନ୍ତୁ ନାହିଁ ଛୁଆର ନରମ ଚମଡ଼ାକୁ କ୍ଷତି ପହୁଞ୍ଚାଇବ I
୮. ମା ଶିଶୁର ଏକମାତ୍ର ଯତ୍ନ ନେବା ଆବଶ୍ୟକ ଅତି ଦରକାର ନ ହେଲେ ଅନ୍ୟମାନେ ଶିଶୁକୁ ଅତି କମରେ ୬ ମାସ ପର୍ଯ୍ୟନ୍ତ ଧରିବା ଅନୁଚିତ ମା ଛଡା ଅନ୍ୟ ଲୋକ ବାପା /ଜେଜେ ମା /ଆଇ ଧରିଲେ ପରିଷ୍କାର ଲୁଗା ପିନ୍ଧି ହାତ ଧୋଇ ଧରିବେ ମନେ ରଖିବେ ଛୁଆକୁ ମୁହଁରେ ଚୁମା ଦେଲେ ଛୁଆର ଥଣ୍ଡା ସର୍ଦୀ /ଶ୍ୱାସ ରୋଗ ଅଧିକ ହାଇଥାଏ ଅନାଥ ଶିଶୁ /ପୋଷ୍ୟ ଗ୍ରହଣ /ଚାକିରିଆ ମାର ଛୁଆର କିଭଳି ଯତ୍ନ ନେବ ,ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ I
୯. ସଠିକ ବୟସରେ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ /ସ୍ୱାସ୍ଥ୍ୟ କର୍ମୀଂକ ସହାୟତାରେ ଟୀକା ଦେବା ଆବଶ୍ୟକ ସରକାରୀ ଡାକ୍ତରଖାନରେ ମିଳୁନଥିବା ଟୀକା ଆଇ .ଏଲ.ଆର ରଖିଥିବା ଘରୋଇ ଡାକ୍ତରଙ୍କ ତତ୍ୱାବଧାନରେ ଦେବା ଆବଶ୍ୟକ ସରକାରୀ ଓ ଘରୋଇ ଟିକାକୁ ପଞ୍ଜିକରଣ କରାଇ ସାଵଧାନରେ ଓ ଯତ୍ନରେ ରଖନ୍ତୁ ଭବିଷ୍ୟତରେ ଏହାର ବହୁ ଆବଶ୍ୟକତା ଅଛି I
୧୦. ଶିଶୁର ଯତ୍ନ ଶିଖି କେବଳ ମା ନେବ ସେ ଯତ୍ନ ନେଇପାରିବନାହିଁ କହି ଅଣଦେଖା କରି ଛୁଆର ସଠିକ ଯତ୍ନ ନ ଦେଇ ଶିଶୁକୁ କ୍ଷତି ପହୁଞ୍ଚାନ୍ତୁନାହିଁ I