ନଗର ଉନ୍ନୟନ ବିଭାଗରେ ‘ଛାୟା ଶାସନ’? କିଛି ଅଧିକାରୀଙ୍କ ଦୌରାତ୍ମ୍ୟ ବଳବତ୍ତର??

0
  • ଭୁବନେଶ୍ୱର//TATKAL ODISHA//

ଦୀର୍ଘ ଚଉଦ ବର୍ଷ ପରେ ଗୃହ ଓ ନଗର ଉନ୍ନୟନ ବିଭାଗରୁ ହଟିଲେ ଜି ମାଥିଭାଥନନ I ତାଙ୍କ ପଦବୀଙ୍କୁ ଆସିଲେ ବରିଷ୍ଠ ପ୍ରଶାସିକା ଉଷା ପାଢ଼ୀ I ରାଜ୍ୟ ସରକାରଙ୍କ ଏହି ବଦଳି ନିଷ୍ପତ୍ତିକୁ ସବୁ ମହଲରେ ସ୍ୱାଗତ କରାଯାଇଛି I

ହେଲେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏବେ ବି ଗୃହ ଓ ନଗର ଉନ୍ନୟନ ବିଭାଗରେ ଚାଲିଛି ‘ଛାୟା ଶାସନ‘ I କିଏ ଚଳାଇଛି ତାହା ଗୁରୁତ୍ୱପୂର୍ଣ ପ୍ରଶ୍ନ I ତେବେ ବଦଳି ପରେ ବାବୁଙ୍କ ‘ଚୌକି’ ମୋହ ତୁଟିନାହିଁ I ତାଙ୍କର ଚେଲା ଅଧିକାରୀମାନେ ଏବେ ବେଶ ସକ୍ରିୟ I

“ଗୃହ ଓ ନଗର ଉନ୍ନୟନ ବିଭାଗରେ କରିତକର୍ମା ଅଧିକାରୀଙ୍କ ସାମ୍ରାଜ୍ୟ ଓ କେଳେଙ୍କାରୀ ଦେଖିଲେ ଆପଣ ‘ଟେରା‘ ହୋଇଯିବେ”

ଯେଉଁଠିକୁ ଦୃଷ୍ଟି ପକାଇବ ସେଠି ଦେଖିବ ଦୌରାତ୍ମ୍ୟ .. ଆଉ କେଳେଙ୍କାରୀ..!! ଦୀର୍ଘ ବର୍ଷର ଏହି ସାମ୍ରାଜ୍ୟକୁ ଦେଖିଲେ ଆପଣ ‘ଟେରା‘ ହୋଇଯିବେ I

Tatkal odisha ପକ୍ଷରୁ ଏନେଇ ଅନୁସନ୍ଧାନ କରାଯାଇଛି I ଆଳୁ ଖୋଳୁ ଖୋଳୁ ମହାଦେବ ଦର୍ଶନ କଲା ଘଟିଛି ଏଠି I ସମ୍ପୃକ୍ତ ଗୃହ ଓ ନଗର ଉନ୍ନୟନ ବିଭାଗ ଗୋଟିଏ ଦୁଆଁଳିଆ ଗାଇ ହୋଇଛି I ଯେତେ ଦୁହିଁଲେ ବି ସରିବ ନାହିଁ I ବିଶେଷକରି ‘ସୋଡ଼ା’-ମୁକ୍ତା ଯୋଜନା, ୱାଟକୋର ଡ୍ରିଙ୍କ ଫ୍ରମ ଟେପ, ଓଡ଼ିଶା ଅର୍ବାନ ଏକାଡେମୀ, OWSSB, ପିଏଚଡିର ଅମୃତ ଯୋଜନା ସହ ବିଡିଏ,ହାଉସିଂ ବୋର୍ଡ ଆଦି କ୍ଷେତ୍ରରେ ‘ଶିରା ଶିରାରେ’ ଅର୍ଥ ହରିଲୁଟର ଅଭିଯୋଗ I ହେଲେ ଅତୀତରେ ତଦନ୍ତ ହୋଇଛି… ମାତ୍ର କେବଳ ଧର୍ମକୁ ଆଖିଠାର ମାରିଲା ଭଳି ହୋଇଛି I

ସବୁ ସ୍ଥାନରେ ପୁରୁଣା ବାବୁଙ୍କ ଲୋକ ଗାଦି ମାଡ଼ି ବସିଛନ୍ତି I ଯିଏ ପ୍ରତିବାଦ କରିଛି ସେ ହଣା ଖାଇଛି I

ଟଙ୍କପାଣି ରୋଡରେ ଥିବା ‘ଓଡ଼ିଶା ଅର୍ବାନ ଏକାଡେମୀ’ରେ ନିର୍ଦେଶକ ପଦବୀ ଏବେ ‘ମ୍ୟୁଜିକ ଚେୟାର’ ଭଳି ହୋଇଛି I ହାତ ଚିକ୍କଣ କାରଣରୁ ଏଠି ଅବସରପ୍ରାପ୍ତ ଅଧିକାରୀଙ୍କ କାଟତି ଅଧିକ I ଏବେ ମୁଳ ନିର୍ଦେଶକଙ୍କୁ ବିନା ନୋଟିସରେ ହଟାଯାଇ ସେଇ ସ୍ଥାନଙ୍କୁ ମାଡ଼ି ବସିବାକୁ ଚକ୍ରାନ୍ତ କରିଛନ୍ତି ଜଣେ ପୂର୍ବତନ ଓ ଅବସରପ୍ରାପ୍ତ କରିତକର୍ମା ଅଧିକାରୀ I

ଏସବୁ ପୁରୁଣା ବାବୁଙ୍କ ଇଙ୍ଗିତରେ ହୋଇଥିବା କୁହାଯାଉଛି I

ଅନ୍ୟ ପକ୍ଷରେ ୱାଟକୋ ଓ SUDAରେ ବି ଅନୁରୂପ ଅବସ୍ଥା I ଏଠି ‘ରାତିଏ ଗଲେ ହାତୀଏ’ ଆଣିଲା ଭଳି ସ୍ଥିତି I କାହା ବାହୁ ଛାୟା ତଳେ ରହି ସମ୍ପୃକ୍ତ ଅଧିକାରୀ(ନିର୍ଦେଶକ) ମାଲାମାଲ ହେବା ସହ ‘ଦୌରାତ୍ମ୍ୟ’ ଜାରି ରଖିଥିଲେ ତାହା ଅନୁସନ୍ଧାନ ସାପେକ୍ଷ I

ନୂଆ ସରକାର ଏହା ଉପରେ ନିରପେକ୍ଷ ସଂସ୍ଥା ଜରିଆରେ ତଦନ୍ତ କରି ପଦକ୍ଷେପ ନେବା ଦାବି ହୋଇଛି I ଯଦି ତାହା ନ କରନ୍ତି ତାହାଲେ ପୁରୁଣା ବାବୁଙ୍କ ଛାୟା ଶାସନ ଚାଲିଥିବ, କେହି ରୋକି ପାରିବେ ନାହିଁ I

Leave A Reply

Your email address will not be published.