ଦ୍ରୌପଦୀଙ୍କ ମୁଣ୍ଡରେ ରାଷ୍ଟ୍ରପତି ମୁକୁଟ

0
  • ନୂଆଦିଲ୍ଲୀ,ଭୁବନେଶ୍ୱର//TATKAL ODISHA //

ଓଡ଼ିଆ ଝିଅ ତଥା ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ମୁଣ୍ଡରେ ଏବେ ରାଷ୍ଟ୍ରପତି ମୁକୁଟ I ତୃତୀୟ ରାଉଣ୍ଡ ସୁଦ୍ଧା ସେ ତାଙ୍କ ପ୍ରତିଦ୍ବନ୍ଦୀ ଉପା ପ୍ରାର୍ଥୀ ଯଶୋବନ୍ତ ସିହ୍ନIଙ୍କୁ ପରାସ୍ତ କରିଛନ୍ତି I ସେ ହେଲେ ଷୋହଳତମ ରାଷ୍ଟ୍ରପତି I

ଦ୍ରୌପଦୀ ପ୍ରଥମ ରାଉଣ୍ଡ ସୁଦ୍ଧା କେତେ ଭୋଟ ପାଇଛନ୍ତି ଦେଖନ୍ତୁ…

ତିନି ରାଉଣ୍ଡ ଗଣତିରେ ଦ୍ରୌପଦୀ ଆଗରେ ଥାଇ ବିଜୟୀ ହୋଇଛନ୍ତି I ଆଜି ଏକ ଐତିହାସିକ ଦିନ ବୋଲି ଅବହିତ କରାଯାଇଛି I

ଓଡ଼ିଶା ପାଇଁ ଖୁସି ଓ ଗର୍ବର ମୁହୂର୍ତ୍ତ
ଦ୍ରୌପଦୀ ମୁର୍ମୁ : ଶିକ୍ଷକରୁ ରାଷ୍ଟ୍ର୍ରପତି

++++++++++++++++++++

ଦ୍ରୌପଦୀ ମୁର୍ମୁ । ଓଡ଼ିଶାର ଜଣେ ଆଗଧାଡ଼ିର ଆଦିବାସୀ ନେତ୍ରୀ । ମୟୂରଭଞ୍ଜରେ ଜନ୍ମିତ ଏହି ଚର୍ଚ୍ଚିତ ନେତ୍ରୀ ଜଣକ ଏବେ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ(ଏନ୍‌ଡିଏ)ର ପ୍ରାର୍ଥୀ ହୋଇ ରାଷ୍ଟ୍ରପତି ହୋଇଛନ୍ତି । ହେଲେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଶ୍ରୀମତି ମୁର୍ମୁ ଓଡ଼ିଶା ସରକାରଙ୍କ ଅଧିନରେ ଜଳସେଚନ ଓ ବିଦ୍ୟୁତ୍ ବିଭାଗରେ କନିଷ୍ଠ ସହାୟକ ଭାବେ ପ୍ରଥମେ କାର୍ଯ୍ୟ କରିଛନ୍ତି । ପରେ ସେ ତାହା ଛାଡ଼ି ରାଇରଙ୍ଗପୁରସ୍ଥ ଶ୍ରୀଅରବିନ୍ଦ ଇଣ୍ଟିଗ୍ରାଲ ଏଜୁକେସନ ସ୍କୁଲରେ ଶିକ୍ଷକତା କରିଛନ୍ତି । ତା’ପରେ ରାଜନୀତିରେ ପାଦ ଥାପି ପଛକୁ ଆଉ ଫରି ଚାହିଁନାହାନ୍ତି ।

୨୦ ଜୁନ ୧୯୫୮ରେ ଓଡ଼ିଶାର ରାଇରଙ୍ଗପୁର, ମୟୁରଭଞ୍ଜରେ ଦ୍ରୌପଦୀ ମୁର୍ମୁଙ୍କ ଜନ୍ମ । ୧୯୯୭ରେ ସେ ରାଜନୀତିକୁ ପ୍ରବେଶ କରି ୱାର୍ଡ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ । ପ୍ରଥମରୁ ସେ ବିଜେପିର ଆଦିବାସୀ ମୋର୍ଚ୍ଚା ସହ ଜଡ଼ିତ । ସେହିବର୍ଷ ଶ୍ରୀମତି ମୁର୍ମୁଙ୍କୁ ଭାରତୀୟ ଜନତା ପାର୍ଟିର ଆଦିବାସୀ ମୋର୍ଚ୍ଚାର ଉପସଭାନେତ୍ରୀ କରାଯାଇଥିଲା । ଏହାପରେ ରାଇରଙ୍ଗପୁର ପୌରାଧ୍ୟକ୍ଷା ହୋଇଥିଲେ ।

୨୦୦୦ ଏବଂ ୨୦୦୪ରେ ଓଡ଼ିଶା ବିଧାନ ସଭାକୁ ସେ ଭାରତୀୟ ଜନତା ପାର୍ଟିର ଦଳୀୟ ପ୍ରାର୍ଥୀ ଭାବେ ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରୁ ନିର୍ବାଚିତ ହୋଇଛନ୍ତି । ବିଜୁ ଜନତା ଦଳ ଏବଂ ଭାରତୀୟ ଜନତା ପାର୍ଟିର ମିଳିତ ଶାସନ ସମୟରେ ଶ୍ରୀମତି ମୁର୍ମୁ ବାଣିଜ୍ୟ ଏବଂ ଗମନାଗମନ ମନ୍ତ୍ରୀ ଭାବେ ମାର୍ଚ୍ଚ ୬, ୨୦୦୦ରୁ ଅଗଷ୍ଟ ୬, ୨୦୦୨ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ପରେ ମତ୍ସ୍ୟ ଏବଂ ପଶୁସମ୍ପଦ ବିଭାଗରେ ମନ୍ତ୍ରୀ ଭାବେ ୨୦୦୨ ଅଗଷ୍ଟ ୬ରୁ ୨୦୦୪ ମଇ ୧୬ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ।

ଓଡ଼ିଶା ବିଧାନ ସଭାଦ୍ୱାରା ୨୦୦୭ବର୍ଷ ପାଇଁ ଶ୍ରେଷ୍ଠ ବିଧାୟକ ଭାବେ ନୀଳକଣ୍ଠ ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ତେବେ ସେ ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ଭାରତୀୟ ଜନତା ପାର୍ଟି ଆଦିବାସୀ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ରହିବା ସହ ୨୦୦୬ରୁ ୨୦୦୯ ପର୍ଯ୍ୟନ୍ତ ଦଳର ଆଦିବାସୀ ମୋର୍ଚ୍ଚାର ରାଜ୍ୟ ଅଧ୍ୟକ୍ଷା ହୋଇଛନ୍ତି । ୨୦୧୦ରେ ମୟୂରଭଞ୍ଜର ଭାରତୀୟ ଜନତା ପାର୍ଟି ଜିଲ୍ଲା ଅଧ୍ୟକ୍ଷା ପଦରେ ଆସୀନ ହୋଇଛନ୍ତି । ୨୦୧୩ରୁ ୨୦୧୫ ପର୍ଯ୍ୟନ୍ତ ବିଜେପି ଆଦିବାସୀ ମୋର୍ଚ୍ଚାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟା ରହିଛନ୍ତି । ଶ୍ରୀମତି ମୁର୍ମୁ ୨୦୧୫ରୁ ୨୦୨୧ ପର୍ଯ୍ୟନ୍ତ ଝାଡ଼ଖଣ୍ଡର ରାଜ୍ୟପାଳ ହୋଇଛନ୍ତି ।

ଏବେ ସେ ଦେଶର ନୂଆ ରାଷ୍ଟ୍ରପତି । ତେଣୁ ଓଡ଼ିଶା ପାଇଁ ଏବେ ଖୁସି ଓ ଗର୍ବର ମୁହୂର୍ତ୍ତ ।

Leave A Reply

Your email address will not be published.