ଦ୍ରୁତ ଗତିରେ ବ୍ୟାପୁଛି ଓମିକ୍ରନ୍ : କେମିତି ଜାଣିବେ ଲକ୍ଷଣ?

0

  • ଦକ୍ଷିଣ ଆଫ୍ରିକାରେ ସ୍ଥିତି ସାଂଘାତିକ
  • ଭାରତରେ ବର୍ତ୍ତମାନ ସୁଦ୍ଧା 4 ଚି଼ହ୍ନଟ
  • ନୂଆଦିଲ୍ଲୀ,//TATKAL ODISHA//


ଦ୍ରୁତ ଗତିରେ ବ୍ୟାପୁଛି ଓମିକ୍ରନ୍ ଭାରିଆଣ୍ଟ : ଦକ୍ଷିଣ ଆଫ୍ରିକାରେ ସ୍ଥିତି ସାଂଘାତିକ I କରୋନା ଭାଇରସର ଏକ ନୂତନ ପ୍ରକାର ଭାରିଏଣ୍ଟ  ‘ଓମିକ୍ରନ’ ମିଳିବା ପରେ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଛି।

ନୂଆ ଭାରିଆଣ୍ଟ

ବର୍ତ୍ତମାନ ସୁଦ୍ଧା 32ରୁ ଅଧିକ ଦେଶକୁ ରୋଗ ବ୍ୟାପିଲାଣି I ଭାରତରେ 4 ଓମିକ୍ରନ୍ ରୋଗୀ ଚି଼ହ୍ନଟ ହୋଇ ସାରିଛନ୍ତି I ହୁ ହୁ ହୋଇ ରୋଗ ମାଡ଼ି ଚାଲିଥିବାରୁ ଭାରତ ସରକାର ଏବଂ ବିଭିନ୍ନ ରାଜ୍ୟ ସରକାର ନୂଆ ମାର୍ଗଦର୍ଶିକା ଲାଗୁ କରିଛନ୍ତି I

 ‘ଓମିକ୍ରନ’ର ଲକ୍ଷଣ କେମିତି ଜାଣିବେ?

ଦକ୍ଷିଣ ଆଫ୍ରିକୀୟ ମେଡିକାଲ ଆସୋସିଏସନ (ଏସଏଏମଏ) ମୁଖ୍ୟ ଡାକ୍ତର ଆଞ୍ଜେଲିକ କୋଏଟିଜି କହିଥିଲେ, 
ଓମିକ୍ରନ ସଂକ୍ରମିତ ରୋଗୀର ଲକ୍ଷଣ ଏମିତି..

  • ଅତ୍ୟଧିକ ଥକ୍କା*
  • ଗଳା ଯନ୍ତ୍ରଣା*
  • ମାଂସପେଶୀ ଯନ୍ତ୍ରଣା
  • ଶୁଖିଲା କାଶ*
  • ଶରୀରର ତାପମାତ୍ରା ବୃଦ୍ଧି
    ଡାକ୍ତରଙ୍କ ଅନୁଯାୟୀ, ଓମିକ୍ରନର କିଛି ଲକ୍ଷଣ ଅଛି ଯାହା ସମ୍ପୂର୍ଣ୍ଣ ଭିନ୍ନ। ସଂକ୍ରମିତ କିଛି ରୋଗୀ ଡାକ୍ତରଖାନାରେ ଭର୍ତ୍ତି ନ ହୋଇ ବି ସୁସ୍ଥ ହୋଇଯାଇଛନ୍ତି। ଓମିକ୍ରନର ଲକ୍ଷଣ ସାମାନ୍ୟ I 

 * ଲକ୍ଷଣଗୁଡ଼ିକ କରୋନାର ଡେଲଟା ଭାରିଏଣ୍ଟ ଠାରୁ ସମ୍ପୂର୍ଣ୍ଣ ଭିନ୍ନ।
* ଦକ୍ଷିଣ ଆଫ୍ରିକାରେ ଓମିକ୍ରନ ସଂକ୍ରମିତଙ୍କ ବୟସ ୪୦ ବର୍ଷରୁ କମ ଥିଲା ବେଳେ ବାକି ଦେଶରେ ଭିନ୍ନ ବୟସ ଲୋକଙ୍କୁ ରୋଗ ଆକ୍ରମଣ କରିଛି I

ରବିବାର ଦିଲ୍ଲୀରେ ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି I ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି I ବର୍ତମାନ ସୁଦ୍ଧା ଦେଶରେ 4 ଜଣ ରୋଗୀ ଚି଼ହ୍ନଟ ହୋଇଛନ୍ତି I


ତେଣୁ ଏହି ରୋଗକୁ ନ ଡରି ମୁକାବିଲା କରନ୍ତୁ ଓ ସରକାରୀ ନିୟମକୁ କଡ଼ାକଡି ଭାବେ ପାଳନ କରନ୍ତୁ I ଘରୁ ବାହାରିଲେ ବି ମାସ୍କ ପିନ୍ଧନ୍ତୁ, ପାଖରେ ସାନିଟାଈଜର ରଖନ୍ତୁ I 

Leave A Reply

Your email address will not be published.