ଧାର୍ଯ୍ୟ ସମୟରେ ସରିବ ‘କ୍ୟାପିଟାଲ ରିଜିଅନ ରିଙ୍ଗ ରୋଡ’ ନିମନ୍ତେ ଜମି ଅଧିଗ୍ରହଣ

0
  • ଭୁବନେଶ୍ୱର,//TATKAL ODISHA//

ଭୁବନେଶ୍ୱର ସ୍ମାର୍ଟ ସିଟି ଚତୁଃପାର୍ଶ୍ୱରେ ପ୍ରସ୍ତାବିତ ‘କ୍ୟାପିଟାଲ ରିଜିଅନ ରିଙ୍ଗ ରୋଡ’ ନିମନ୍ତେ ଜମି ଅଧିଗ୍ରହଣ ଦ୍ରୁତଗତିରେ ଆଗେଇ ଚାଲିଛି I ତାହା ଧାର୍ଯ୍ୟ ସମୟରେ ସରିବ I ରାଜସ୍ବ ବିଭାଗର ନିୟମିତ ସମୀକ୍ଷା ବୈଠକ ପରେ ତାହା ସମ୍ଭବ ହୋଇଛି I

ଏହି ସୂଚନା ଦେଇଛନ୍ତି ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ I

ଏସିଏସ ସତ୍ୟବ୍ରତ ସାହୁ

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସାହୁଙ୍କ ଅଧ୍ୟକ୍ଷତାରେ ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ତ୍ୱରାନ୍ୱିତ କରିବା ନିମେନ୍ତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଅଛି ।

  • ଜାତୀୟ ରାଜପଥ ୪୨ ଓ ୫୫ ରେ କଟକ ଅନୁଗୁଳ ମଧ୍ୟରେ ୧୦୭ ଗ୍ରାମରେ ୭୮୪ ଏକର ଜମିଅଧିଗ୍ରହଣ କରାଯାଇ ଜାତୀୟ ରାଜପଥ ପ୍ରାଧିକରଣଙ୍କୁ ହସ୍ତାନ୍ତର କରାଯାଇଛି ।
  • ଜାତୀୟ ରାଜପଥ ୧୩୦- ସିଡିରେ କୋରାପୁଟ ଜିଲ୍ଲାରେ ୫୧୬ ଏକର ଜମି ଅଧିଗ୍ରହଣ ସମ୍ପୂର୍ଣ ହୋଇସାରିଛି ଓ ଜମି ମାଲିକଙ୍କୁ ଶତକଡା ୯୩ ଭାଗ କ୍ଷତିପୂରଣ ପ୍ରାପ୍ୟ ବଣ୍ଟନ ସରିଛି ।
  • ନବରଙ୍ଗପୁର ଜିଲ୍ଲାରେ ଜାତୀୟ ରାଜପଥ ୧୩୦- ସିଡି
    ନିମନ୍ତେ ୨୮୮ ଏକଜାତୀୟ ରାଜପଥ ଅଧିକାରଙ୍କୁ ହସ୍ତାନ୍ତର କରାଯାଇ କୋଷ୍ଟ ହାଇ ୱେ ନିମନ୍ତେ ଜମି ଅଧିଗ୍ରହଣ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆ ଯାଇଛି I
  • କଟକ କନ୍ଦରପୁର-ପାରାଦୀପ ଏବଂ ଗୋପାଳପୁର-ଛତ୍ରପୁର ଜାତୀୟ ରାଜପଥ ଦୁଇ ବନ୍ଦରକୁ ଯୋଡ଼ìଥିବାରୁ ଜମି ଅଧିଗ୍ରହଣକୁ ତ୍ୱରାନ୍ୱିତ କରିବା ପାଇଁ ବି ନିର୍ଦ୍ଦେଶ ଦିଆଯାଇଛି ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ହିତାଧିକାରୀଙ୍କୁ ନିୟମ ଅନୁଯାୟୀ ପ୍ରାପ୍ୟ ବଣ୍ଟନ ପରେ ତତ୍କାଳ ଦାଖଲ ଖାରଜ ଫଇସଲା କରି ଜାତୀୟ ରାଜପଥ ପ୍ରାଧିକରଣକୁ ଜମି ହସ୍ତାନ୍ତର ଉପରେ ଗୁରୁତ୍ୱାରୋପ କରିଥିଲେ ।
ଜାତୀୟ ରାଜପଥ ପ୍ରାଧିକରଣ ପ୍ରକଳ୍ପ ନିମନ୍ତେ ଜମି ଅଧିଗ୍ରହଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଓ ଜମି ହସ୍ତାନ୍ତର କାର୍ଯ୍ୟକୁ ଅଗ୍ରାଧିକାର ଭିତ୍ତିରେ ସମାପନ କରିବାକୁ ସମସ୍ତ କ୍ଷେତ୍ରାଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଜାତୀୟ ରାଜପଥ ପ୍ରାଧିକରଣକୁ ସମସ୍ତ ଜମି ଅଧିଗ୍ରହଣ ଅଧିକାରୀମାନଙ୍କୁ ସମସ୍ତ ପ୍ରକାର ବୈଷୟିକ ସହାୟତା ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା ରାଜସ୍ୱ୍‌ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ମାସିକ ସମୀକ୍ଷା ବୈଠକ
କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପଗୁିକର କାର୍ଯ୍ୟ ତ୍ୱରାନ୍ୱିତ କରିବା ଦିଗରେ ଗୁରୁିାରୋପ କରାଯାଇଛି ।

ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବରିଷ୍ଠ ଅଧିକାରୀ, ଜମି ଅଧିଗ୍ରହଣ ଅଧିକାରୀ, ସ୍ୱତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ, ଜାତୀୟ ରାଜପଥ ପ୍ରାଧିକରଣର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ । ଜାତୀୟ ରାଜପଥ ପ୍ରାଧିକରଣର ବରିଷ୍ଠ ଅଧିକାରୀମାନେ ବିଗତ ସମୀକ୍ଷା ବୈଠକ ପରଠାରୁ ଜାତୀୟ ରାଜପଥ ନିମନ୍ତେ ଜମି ଅଧିଗ୍ରହଣରେ ଉନ୍ନତି ପରିଲକ୍ଷିତ ହୋଇଥିବା ନେଇ ସନ୍ତୋଷ ବ୍ୟକ୍ତ କରିବା ସଂଗେ ସଂଗେ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.