ଦୁଇ ମିଡିଆ ସଂସ୍ଥା ବିରୋଧରେ ଅମର ଆଣିଲେ ସ୍ବାଧୀକାର ଭଙ୍ଗ ପ୍ରସ୍ତାବ

0

ଭୁବନେଶ୍ୱର,TATKAL ODISHA//

ଦି ନିୟୁ ଇଣ୍ଡିଆନ ଏକ୍ସପ୍ରେସ ଏବଂ ଓଡ଼ିଶା ଟିଭି (OTV) ବିରୋଧରେ  ବିଜେଡି ବିଧାୟକ ଅମର ଶତପଥୀ ଗୃହରେ ସ୍ବାଧୀକାର ଭଙ୍ଗ ପ୍ରସ୍ତାବ ଆଣିଛନ୍ତି I

  ଗତକାଲି ସନ୍ଧ୍ୟାରେ ନବ ଦାସ ହତ୍ୟା ନେଇ ଆସିଥିବା  ‘ମୋସନ’ ଆଲୋଚନାରେ  ଜଣେ ସରକାରୀ ଅଧିକାରୀଙ୍କ ନାଁ ନେଇଥିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର I ଏଥିରେ ପ୍ରତିବାଦ କରିଥିଲେ ଶାସକ ସଭ୍ୟ I ଗୃହରେ ଅନୁପସ୍ଥିତ କାରଣରୁ ତାଙ୍କ ନାଁ ନେବା ଠିକ ନୁହେଁ କହି ଏହାକୁ ଗୃହ ବିବରଣୀରୁ ବାଦ ଦେବାକୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ନିର୍ଦ୍ଦେଶ ଦେଇଥିଲେ । ହେଲେ ତାହା କିଛି ଗଣମାଧ୍ୟମରେ ପ୍ରକାଶ ପାଇଛି I କେମିତି ପ୍ରକାଶ ପାଇଲା ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ I

  ସେ କହିଛନ୍ତି ଯେ, ‘ଓଟିଭି’ ଖବର ପ୍ରସାରଣ କରିବା ସହ ଦି ନିୟୁ ଇଣ୍ଡିଆନ ଏକ୍ସପ୍ରେସରେ ତାହା ପ୍ରକାଶ ପାଇଛି I  ଗୃହରେ ସ୍ବାଧୀକାର ଭଙ୍ଗ ହୋଇଛି I ଏନେଇ ସେ ଖବରର ପୃଷ୍ଠା ଓ ଓଟିଭି କ୍ଲିପଙ୍ଗ ବିଧାନସଭା ସଚିବଙ୍କ ପାଖରେ ଦାଖଲ କରିଛନ୍ତି ଅମର । ଗୃହର ମର୍ଯ୍ୟାଦା ପାଇଁ ଏହା ଉପରେ ଆଲୋଚନା କରି ଅନ୍ୟ ପ୍ରସଙ୍ଗ ବନ୍ଦ କରିବାକୁ ସେ ଦାବି କରିଥିଲେ I  ଫଳରେ  ତାଙ୍କୁ ସମସ୍ତ ବିଜେଡି ସଦସ୍ୟ ସମର୍ଥନ କରିଥିଲେ ।

Leave A Reply

Your email address will not be published.