ଦୀର୍ଘ ୧୪ ବର୍ଷ ପରେ ଛାତ୍ରଛାତ୍ରୀଙ୍କ ଅପସରା ସ୍ମୃତିଉଜ୍ଜିବୀତ
- ଚକୁଳେଶ୍ୱର ମା’ ସରସ୍ୱତୀ କୋଚିଂ ସେଣ୍ଟର -୨୦୧୦ ମାଟ୍ରିକ ବ୍ୟାଚର ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ
ଜାତମୁଣ୍ଡିଆ/ବାଙ୍କୀ,//TATKAL ODISHA//
କଟକ ଜିଲ୍ଲା ବାଙ୍କୀ ଉପଖଣ୍ଡ ଡମପଡ଼ା ବ୍ଲକ ନିସ୍ତିପୁର ଅରାଚଣ୍ଡୀ ମନ୍ଦିରର ମନରୋମ ପରିସରରେ ଚକୁଳେଶ୍ୱର ମା’ ସରସ୍ୱତୀ କୋଚିଂ ସେଣ୍ଟର ୨୦୦୯-୧୦ ମାଟ୍ରିକ ବ୍ୟାଚର ଛାତ୍ରଛାତ୍ରୀଙ୍କ ଏକ ବନ୍ଧୁମିଳନ ସମାରୋହ ଗତ ରବିବାର ବହୁ ଉତ୍ସାହ ଏବଂ ଉଲ୍ଲାସରେ ଅନୁଷ୍ଠିତ ହୋଇଯାଇଛି ।
ଦୀର୍ଘ ୧୪ ବର୍ଷର ବ୍ୟବଧାନ ପରେ ଆୟୋଜିତ ଏହି ବନ୍ଧୁମିଳନ ସମାରୋହରେ ଉକ୍ତ କୋଚିଂ ସେଣ୍ଟର ଶିକ୍ଷକ କ୍ଷୀରୋଦ ସ୍ୱାଇଁ, ପ୍ରଦୀପ ବେହେରାଙ୍କ ସପରିବାର ଯୋଗଦେଇଥିଲେ । ସେମାନେ କୋଚିଂ ସେଣ୍ଟରର ଇତିହାସ, ଅତୀତର ସ୍ମୃତିଚାରଣ ତଥା ନିଜର ଅନୁଭୂତି ବାଣ୍ଟିଥିଲେ । ୨୦୦୨ରେ ଆନୁଷ୍ଠାନିକ ଭାବେ ମାତ୍ର ଦୁଇ ଜଣ ଛାତ୍ରଙ୍କୁ ନେଇ ଆରମ୍ଭ ହୋଇଥିବା ଏହି କୋଚିଂ ସେଣ୍ଟର ଏବେ ଦୁଇଶହ ଛାତ୍ରଛାତ୍ରୀରେ ପହଞ୍ଚି ବଟ୍ଟବୃକ୍ଷର ରୂପ ନେଇଛି । ଏହା କେବଳ ଦୁଇ ଜଣ ସାର ଓ ଦିଦିଙ୍କ ନିଷ୍ଠା, ଏକାଗ୍ରତା ଓ କଠିନ ପରିଶ୍ରମ ପାଇଁ ସମ୍ଭବ ହୋଇପାରିଛି ବୋଲି ମତପ୍ରକାଶ ପାଇଥିଲା । କାର୍ଯ୍ୟବ୍ୟସ୍ତତା ଯୋଗୁଁ ସମାରୋହରେ ସାମିଲ ହୋଇପାରିନଥିବା ସୁରେଖା ସ୍ୱାଇଁଙ୍କ ବଳିଷ୍ଠ ଭୂମିକାକୁ ଛାତ୍ରଛାତ୍ରୀମାନେ ମନେ ପକାଇଥିଲେ ।
ଉକ୍ତ କୋଚିଂର ପୁରାତନ ଛାତ୍ର ସତ୍ୟଜିତ୍ ସାମଲ ମଞ୍ଚ ପରିଚାଳନା କରିଥିବା ବେଳେ ମାନସ, ଅଜିତ, ଲାଲୁ, ଝରି, ଦିଲ୍ଲୀପ, ଅର୍ଚ୍ଚନା ନିଜର ଅନୁଭୂତି ପ୍ରକାଶ କରିଥିଲେ । ଦିବଙ୍ଗତ ବନ୍ଧୁ ଲଲୁଙ୍କ ସ୍ମରଣାର୍ଥେ ଦୁଇ ମିନିଟ ନୀରବ ପ୍ରାର୍ଥନା ହୋଇଥିଲା । ଆଗାମୀ ଦିନରେ ପୁରାତନ ଛାତ୍ରଛାତ୍ରୀ ଯୋଡି ହୋଇ ସହଯୋଗରେ ରହିବେ ବୋଲି ସହମତି ପ୍ରକାଶ କରିଥିଲେ । ଉପସ୍ଥିତ ଶିକ୍ଷକମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଉପହାର ପ୍ରଦାନ କରାଯାଇଥିଲା । ଗୁମା, ନଗେଶ, ଦିଲ୍ଲୀପ, ସିଦ୍ଧେଶ୍ୱର, ବ୍ରଜକିଶୋର, ବେଣୁଧର, ମୋତି, ନିରଞ୍ଜନ, ସିପୁନା, ଘଡେଇ, ରୋଜି, କାବେରି, କମି, କାଳିଆ, ଗଙ୍ଗା, ଇପସିତା, ଲିଟୁ, ପ୍ରଦୀପ, ବିକେଶ, ବୁଲା, ପୁଜାଞ୍ଜଳି, ଅନନ୍ତ, ବିଶ୍ୱଜିତ, ଉପେନ୍ଦ୍ର, ରୋନିତା, ସୋରଜ, ଶୁକ, ଶୁଭ, ସୋନାଲି, ସୁବ୍ରତ, ପ୍ରବାସିନୀ, ତାପସ ସମେତ ଶତାଧିକ ଛାତ୍ରଛାତ୍ରୀମାନଙ୍କ ସପରିବାର ବନ୍ଧୁମିଳନରେ ଯୋଗଦେଇ ଏହାକୁ ସଫଳ କରିଥିଲେ । ଶେଷରେ ରାଜେଶ କୁମାର ବେଉରା ଆଗାମୀ ନବବର୍ଷର ଶୁଭେଚ୍ଛା ଜଣାଇବା ସହ ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ I