ଦୀଘାରେ ଜଗନ୍ନାଥ ଧାମ କାହିଁକି? କାହା ଅନୁମତିରେ ଯାଇଥିଲେ ଶ୍ରୀମନ୍ଦିର ସେବାୟତ??
ଭୁବନେଶ୍ୱର//TATKAL ODISHA//
ଶ୍ରୀକ୍ଷେତ୍ର ପୁରୀ ଛଡ଼ା ଅନ୍ୟ କେଉଁଠି ବ୍ରହ୍ମନାହିଁ । ବ୍ରହ୍ମ ବି ଆଉ କେଉଁଠି ପ୍ରତିଷ୍ଠା ହୋଇପାରିବନି। ଜଗନ୍ନାଥ ଧାମ କହିଲେ କେବଳ ପୁରୀକୁ ବୁଝାଏ। ଅନ୍ୟ କୌଣସି ଠାରେ ଜଗନ୍ନାଥଧାମ ହୋଇ ପାରିବ ନାହିଁ। ସରକାରୀ ସ୍ତରରେ ପଶ୍ଚିମ ବଙ୍ଗ ସରକାରଙ୍କୁ ଜଣାଇବା ଜରୁରୀ । ମୁଁ ମଧ୍ୟ ଚିଠି ଲେଖି ମମତା ବାନାର୍ଜୀଙ୍କୁ ଜଣାଇବି I”
ଗଣମାଧ୍ୟକୁ ଏହା କହିଛନ୍ତି ଦିଘା ଯାଇ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରିଥିବା ରାମକୃଷ୍ଣ ଦାସମହାପାତ୍ର ।
କ’ଣ ପାଇଁ ଦିଘା ଯାଇଥିଲେ? ତାହା କେତେଦୂର ଠିକ? ମହାପ୍ରଭୁଙ୍କ ଗୁପ୍ତ ସେବା ‘ବ୍ରହ୍ମ ପରିବର୍ତ୍ତନ’ କଥା କହିଥିଲେ କି?
ଉତ୍ତରରେ ଦଇତାପତି ନିଯୋଗ ସଂପଦକ ରାମକୃଷ୍ଣ କହିଥିଲେ,ହଁ, ମୁଁ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ ଦିଘା ଯାଇଥିଲି । କାରଣ ମମତା ବାନାର୍ଜୀ ମୋର ଜଣେ ଶିଷ୍ୟା । ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ ମୋତେ ଡାକିଥିଲେ। ପୂର୍ବରୁ ପଥର ମୂର୍ତ୍ତି ଥିଲା I ପରେ ପୁରୀରୁ ନିମ୍ବ କାଠରେ ନିର୍ମିତ ପ୍ରାୟ ଅଢ଼େଇ ଫୁଟ ଉଚ୍ଚାର ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା, ପ୍ରଭୁ ସୁଦର୍ଶନଙ୍କ ସହିତ ମାଧବଙ୍କ ମୂର୍ତ୍ତି ଦିଘା ଯାଇଥିଲା। ଏହି ମୂର୍ତ୍ତିକୁ ଆମେ ଦୀଘା ଜଗନ୍ନାଥ ମନ୍ଦିରରେ ଗତ ଅକ୍ଷୟ ତୃତୀୟା ଦିନ ପ୍ରତିଷ୍ଠା କରିଥିଲୁ।
ହେଲେ ବ୍ରହ୍ମର ଏକମାତ୍ର ସ୍ଥାନ ପୁରୀ I ବ୍ରହ୍ମ ସ୍ଥାପନ ନେଇ ମୁଁ ମତ ଦେଇନାହିଁ I ଶ୍ରୀମନ୍ଦିର ରୀତିନୀତି ଅନ୍ୟ କୌଣସି ସ୍ଥାନରେ ହୋଇପାରିବନାହିଁ ବୋଲି ଶ୍ରୀ ମହାପାତ୍ର ମତ ଦେଇଛନ୍ତି I
’24 ଏକର ଜମିରେ ଓ 260 କୋଟି ବ୍ୟୟରେ ନିର୍ମାଣ ହୋଇଛି ଦିଘା ମନ୍ଦିର ‘
ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ପଶ୍ଚିମବଙ୍ଗ ସରକାରଙ୍କ ସହ ଆଲୋଚନା କରି ଜଗନ୍ନାଥ ଧାମ ନାମ ଲେଖାକୁ ପରିବର୍ତ୍ତନ କରିବା ପାଇଁ ପଦକ୍ଷେପ ନିଅନ୍ତୁ ।
ହେଲେ ଶ୍ରୀମନ୍ଦିର ସେବାୟତ କାହା ଅନୁମତି ନେଇ ଦିଘା ଯାଇଥିଲେ ??
- ଶ୍ରୀମନ୍ଦିର ପ୍ରଶାସନ ଏହାର ବିଧିବଦ୍ଧ ତଦନ୍ତ କରିବା ଜରୁରୀ I କାରଣ ଶ୍ରୀମନ୍ଦିରରେ ଅନେକ ଗୁପ୍ତ ଓ ଗୁରୁତ୍ୱପୂର୍ଣ ସେବା ରହିଛି I ସେସବୁ ପଇସା ପାଇବା ନିଶାରେ ପ୍ରକାଶ କରାଯାଇ ପାରିଥାଏ I
ଅତୀତରେ “ଓଡ଼ିଆ ଏକ ଟା ଭାଷା ନୟ” ବୋଲି କହି ଯେଉଁ ବେଙ୍ଗଲୀ ଓଡ଼ିଆ ଭାଷା ଓ ଜାତିର ଲୋକଙ୍କୁ ହୀନ ଦୃଷ୍ଟିରେ ଦେଖିଥିଲେ, ସେଠିକୁ ଯିବା ଆଦୌ ଗ୍ରହଣ ଯୋଗ୍ୟ ନୁହେଁ I
ଅଣ ହିନ୍ଦୁଙ୍କୁ ପ୍ରବେଶ ଅନୁମତି?
ଦ୍ଵିତୀୟ ପ୍ରସଙ୍ଗ ହେଉଛି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୁଆଡ଼େ ସବୁ ଧର୍ମର ଲୋକଙ୍କୁ ମନ୍ଦିର ପ୍ରବେଶ ଅନୁମତି ଦେଇଥିବା ଚର୍ଚ୍ଚା ହେଉଛି I
ତାହା ଯଦି ସତ, ତାହାଲେ ସାଙ୍ଘାତିକ I
ହିନ୍ଦୁ ସଂସ୍କୃତି ଓ ପରମ୍ପରାକୁ ଗୁରୁତ୍ୱ ଦେଉଥିବା ଶ୍ରୀମନ୍ଦିରରେ ଅଣ ହିନ୍ଦୁ ପ୍ରବେଶ ବାରଣ ଥିବାବେଳେ ଦିଘା ଜଗନ୍ନାଥ ମନ୍ଦିରରେ ତାହା କେମିତି ହେବ?? ଏନେଇ ମହାରାଜା ଶ୍ରୀ ଶ୍ରୀ ଦିବ୍ୟ ସିଂହ ଦେବ ବିରୋଧ କରିବା ଜରୁରୀ ବୋଲି ଭିନ୍ନ ମହଲରୁ ଦାବି ହୋଇଛି I ତେଣୁ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ତୁରନ୍ତ ବିରୋଧ କରିବା ସହ ଶ୍ରୀମନ୍ଦିର ସେବାୟତଙ୍କୁ ବାହାରକୁ ଯାଇ ମନ୍ଦିର ପ୍ରତିଷ୍ଠାକୁ ନିଷିଦ୍ଧ କରିବା ଦରକାର I