ଦିବ୍ୟାଙ୍ଗ ଛାତ୍ରୀଙ୍କୁ ଅଚ୍ୟୁତଙ୍କ ହୁଇଲ ଚେୟାର ପ୍ରଦାନ

0

ବାରିପଦା, ଭୁବନେଶ୍ୱର//TATKAL ODISHA//

ଦିବ୍ୟାଙ୍ଗ ଛାତ୍ରୀଙ୍କୁ ହୁଇଲ୍‍ ଚେୟାର ପ୍ରଦାନ କଲେ ଅଚ୍ୟୁତ ସାମନ୍ତ
କନ୍ଧମାଳ ସାଂସଦ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଦିନିକିଆ କେନ୍ଦୁଝର ଓ ମୟୂରଭଞ୍ଜ ଗସ୍ତ ଅବସରରେ ମୟୂରଭଞ୍ଜ ମୟୂରଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକ୍‍ ତେରଣ୍ଟା ଗ୍ରାମର ସୁଭଦ୍ରାଙ୍କ ବାପା ଜୟରାମ ଗୁମଜିରାଙ୍କ କିଛି ବର୍ଷ ତଳେ ମୃତ୍ୟୁ ହୋଇଥିବା ବେଳେ ମାଆ ସୁକାନ୍ତି ବହୁ ଦୁଃଖ କଷ୍ଟରେ ମୂଲ ଲାଗି ପରିବାର ପ୍ରତିପୋଷଣ କରୁଥିଲେ। ପାଠ ପଢ଼ିବା ପାଇଁ ସୁଭଦ୍ରାଙ୍କ ଆଗ୍ରହ ଥିଲେ ମଧ୍ୟ ସ୍କୁଲ୍‍ ଯିବା ଆସିବା ପାଇଁ ଅନ୍ୟ ଉପରେ ନିର୍ଭର କରିଥାନ୍ତି। ଏଭଳି ଖବର କଳିଙ୍ଗ ଟିଭିରେ ପ୍ରସାରଣ ହେବା ପରେ ଶ୍ରୀ ସାମନ୍ତଙ୍କ ଦୃଷ୍ଟିଗୋଚର ହୋଇଥିଲା।

ଶ୍ରୀ ସାମନ୍ତ ନିଜ କର୍ମଚାରୀଙ୍କ ଜରିଆରେ ସୁଭଦ୍ରାଙ୍କ ସହ ଯୋଗାଯୋଗ କରି ତତ୍କ୍ଷାଣାତ୍‍ କିସ୍‍ ଫାଉଣ୍ଡେସନ୍‍ ପକ୍ଷରୁ ସହାୟତା ଘୋଷଣା କରିବା ସହ ମାସିକ ୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବାର ବନ୍ଦୋବସ୍ତ କରିଥିଲେ। ଏହା ସହ ସେ ଯେତେ ପର୍ଯ୍ୟନ୍ତ ପଢ଼ିବେ ତାଙ୍କର ସମସ୍ତ ଖର୍ଚ୍ଚ କିସ୍‍ ଫାଉଣ୍ଡେସନ୍‍ ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଆଜି ଶ୍ରୀ ସାମନ୍ତ ସୁଭଦ୍ରାଙ୍କ ଘରେ ପହଞ୍ଚି ତାଙ୍କୁ ବ୍ୟକ୍ତିଗତ ଭାବେ ଭେଟି ନିଜ ଗାଡ଼ିରେ ଭୁବନେଶ୍ୱରରୁ ନେଇଥିବା ହୁଇଲ୍‍ ଚେୟାର ପ୍ରଦାନ କରିଥିଲେ।

ସୁଭଦ୍ରାଙ୍କ ଭାଇ ଏବେ ପଞ୍ଚମ ଶ୍ରେଣୀରେ ପଢୁଥିବାରୁ ତାଙ୍କୁ କିସରେ ପାଠ ପଢ଼ିବା ପାଇଁ ସୁଯୋଗ ଦିଆଯିବ ବୋଲି ଶ୍ରୀ ସାମନ୍ତ ପ୍ରତିଶ୍ରୁତି ଦେଇଥିଲେ। ସେମାନଙ୍କ ରହିବା ପାଇଁ ସରକାରୀ ବ୍ୟବସ୍ଥାରେ ଏକ ଘର ଯୋଗାଇ ଦେବା ନିମନ୍ତେ ଶ୍ରୀ ସାମନ୍ତ ସ୍ଥାନୀୟ ଉପଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି। ଖୁବ୍‍ ଶୀଘ୍ର ସେମାନଙ୍କୁ ଘର ଯୋଗାଇ ଦିଆଯିବ ବୋଲି ଶ୍ରୀ ସାମନ୍ତ ଆଶା ପୋଷଣ କରିଛନ୍ତି। ଏହା ସହିତ ଶ୍ରୀ ସାମନ୍ତ ସାଙ୍ଗରେ ନେଇଥିବା ଚାଉଳ, ଡାଲି, ବିସ୍କୁଟ୍‍ ଆଦି ଶୁଖିଲା ଖାଦ୍ୟ ଓ ମିଠା ଆଦି ସୁଭଦ୍ରାଙ୍କ ମାଆଙ୍କୁ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଡ. ରଜନୀକାନ୍ତ ବିଶ୍ୱାଳ, ବିଡିଓ ଭବାନୀ ପ୍ରଧାନ, ତହସିଲଦାର ଜ୍ୟୋତ୍ସ୍ନାରାଣୀ ନାୟକ, ମୟୂରଭଞ୍ଜ ଦିବ୍ୟାଙ୍ଗ ମହାସଙ୍ଘ ସଭାପତି ଅରୁଣ କୁମାର ବେହେରା, ସ୍ଥାନୀୟ ସ୍କୁଲ୍ରି ପ୍ରଧାନଶିକ୍ଷକ ସୂର୍ଯ୍ୟକାନ୍ତ ଆରୁଖ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସହାୟତା ପାଇଁ ସୁଭଦ୍ରା ଓ ତାଙ୍କ ମାଆ କିସ୍‍ ଫାଉଣ୍ଡେସନ୍‍ ଏବଂ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ କୃତଜ୍ଞତା ଜଣାଇଥିବା ବେଳେ ଏହି କାର୍ଯ୍ୟକୁ ସ୍ଥାନୀୟ ବାସିନ୍ଦା ଭୂୟସୀ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.