ଦିବଂଗତ ସଭ୍ୟଙ୍କ ପାଇଁ ଗୃହରେ ଶୋକ
ଭୁବନେଶ୍ୱର//TATKAL ODISHA//
ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଦିବଂଗତ ସଭ୍ୟଙ୍କ ପାଇଁ ଶୋକ ପ୍ରସ୍ତାବ ଆଗତ ହୋଇଥିଲା I ଗୃହର ନେତା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଶୋକ ପ୍ରସ୍ତାବ ଆଗତ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ I ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏବଂ ଶେଷରେ ନୂଆ ବାଚସ୍ପତି ପ୍ରମିଳା ମଲ୍ଲିକ ଦିବଂଗତ ସଭ୍ୟଙ୍କ ଉଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ I
ଯେଉଁ ସଭ୍ୟଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ ହୋଇଛି ସେମାନେ ହେଉଛନ୍ତି, ପୂର୍ବତନ ବାଚସ୍ପତି ତଥା ଏବର ମୋହନା ସଭ୍ୟ ସୂର୍ଯ୍ୟ ନାରାୟଣ ପାତ୍ର, ପୂର୍ବତନ ସଦସ୍ୟ ସ୍ବର୍ଗତ ତ୍ରିଲୋଚନ କାନୁନଗୋ, ପୂର୍ବତନ ସଦସ୍ୟ ସ୍ବର୍ଗତ ରମେଶ ସୋରେନ, ପୂର୍ବତନ ସଦସ୍ୟ ସ୍ବର୍ଗତ କୁମର ବେହେରା,
ପୂର୍ବତନ ସଦସ୍ୟା ନିବେଦିତା ପ୍ରଧାନ,ପୂର୍ବତନ ଲାନ୍ସ ନାଏକ 49 ରାଷ୍ଟ୍ରୀୟ ରାଇଫଲ ସ୍ବର୍ଗତ ଦେବାଶିଷ ବିଶ୍ବାଳ,ପୂର୍ବତନ କନେଷ୍ଟବଳ (ଜିଡି), 60 ସିଆରପିଏଫ୍ ବାଟାଲିୟନ ସ୍ବର୍ଗତଃ ସୁଶାନ୍ତ କୁମାର ଖୁଣ୍ଟିଆ,ପୂର୍ବତନ କନେଷ୍ଟବଳ, ଓଡିଶା ପୋଲିସ
ସ୍ବର୍ଗତଃ ସୁଶାନ୍ତ କୁମାର ମହାନ୍ତି I ଦିବଂଗତ ସଭ୍ୟଙ୍କ ସମ୍ମାନାର୍ଥେ ଗୃହର ପ୍ରଥମାର୍ଦ୍ଧ ବୈଠକ ମୁଲତବୀ କରାଯାଇଛି ବୋଲି ବାଚସ୍ପତି ଶ୍ରୀମତୀ ମଲ୍ଲିକ ଘୋଷଣା କରିଥିଲେ I