ଦିଅଁ ଦର୍ଶନ ପରେ ମନ୍ଦିର ପାହାଚରେ ବସି କେଉଁ ଶ୍ଳୋକ ବୋଲିବେ?

0

//TATKAL ODISHA //ଜୀବନ ତତ୍ତ୍ୱ//

 ହିନ୍ଦୁ ଧର୍ମର ରୀତି, ନୀତି ଓ ପ୍ରାଚୀନ ପରମ୍ପରା ଭିନ୍ନ ଓ ନିଆରା I କିଛି ନିୟମ ମାନିବା ନିହାତି ଜରୁରୀ I ମାନିଲେ ଜୀବନ ଧନ୍ୟ ହୋଇଯିବ

 ବାସ୍ତବରେ ଦିଅଁ ଦର୍ଶନ ପରେ ମନ୍ଦିରର ପାହାଚରେ ବସି କେଉଁ ଶ୍ଳୋକ ବୋଲିବେ ତାହା ଜାଣନ୍ତୁ…

ଶ୍ଳୋକଟି :-

ଅନାୟାସେନ ମରଣମ୍,

 ଵିନା ଦେନ୍ୟେନ ଜୀବନମ୍।

ଦେହାନ୍ତେ ତବ ସାନିଧ୍ୟମ,

ଦେହିମେ ପରମେଶ୍ବରମ୍॥”

*ଏହାର ଅର୍ଥ:-*

  *’ଅନାୟାସେନ ମରଣମ୍’*  

ଅର୍ଥାତ୍ ,ବିନା କଷ୍ଟରେ ମୃତ୍ୟୁ ହେଉ ଏବଂ ବେମାର ନ ହୋଇ ଶେଯରେ ନ ପଡେ, କଷ୍ଟ ସ୍ବୀକାର କରି ମୃତ୍ୟୁ ପ୍ରାପ୍ତ ନ ହେଉ,ଚାଲିବା ବୁଲିବା ଅବସ୍ଥାରେ ପ୍ରାଣ ଯାଉ ।

*’ଵିନା ଦେନ୍ୟେନ ଜୀବନମ୍

ଅର୍ଥାତ୍,ପର ଉପରେ ନିର୍ଭର କରି ଜୀବନ ନ ଯାଉ। ସମସ୍ତେ ମୁକ୍ତ ଜୀବନ ଚାହାଁନ୍ତି, ଏହା ସମସ୍ତଙ୍କର ନୈସର୍ଗିକ ଇଛା।

ତୁଳସୀ ଦାସ ରାମ ଚରିତମାନସରେ ଲେଖିଛନ୍ତି, 

“कत विधि सृजि नारि जग माही।पराधीन सपनेहु सुख नाहीं“।

ଭଗବାନଙ୍କ କୃପାରେ କାହାକୁ ଭିଖ ନ ମାଗି ଜୀବନ ଚାଲିଯାଉ।

“जग में क्षण की पराधीनता, सौ-सौ मृत्यु समान है।

*ଦେହାନ୍ତରେ ତବ ସାନିଧ୍ୟମ*

ଅର୍ଥାତ୍, ଯେବେ ବି ମରଣ ଆସୁ ଭଗବାନ ସମ୍ମୁଖରେ ରୁହନ୍ତୁ।ତାଙ୍କର ଦର୍ଶନ କରୁ କରୁ ପ୍ରାଣ ଯାଉ ।

 *ଦେହିମେ ପରମେଶ୍ବରମ୍* 

ଅର୍ଥାତ୍, ହେ ପରମେଶ୍ଵର ଏହି ବରଦାନ ମୋତେ ଦିଅନ୍ତୁ।

ଭଗବାନଙ୍କୁ ପ୍ରାର୍ଥନାପୁର୍ବକ ଉପରୋକ୍ତ ଶ୍ଳୋକଟି ପାଠ କରନ୍ତୁ। ଗାଡି, ପୁତ୍ର, ପୁତ୍ରି, ପତି, ପତ୍ନୀ, ଘର,ଧନ ଇତ୍ୟାଦି (ଅର୍ଥାତ୍ ସଂସାର) ମାଗନ୍ତୁ ନାହିଁ କାରଣ ଭଗବାନ ତ ଆପଣଙ୍କ ପାତ୍ରତାନୁସାରେ ସ୍ବୟଂ ଆପଣଙ୍କୁ ଦେଉଛନ୍ତି। ତେଣୁ ଦର୍ଶନ କରିବା ପରେ ବସିକରି ଏହି ପ୍ରାର୍ଥନା ଅବଶ୍ୟ  କରିବା ଉଚିତ୍। ଏହା ପ୍ରାର୍ଥନା , ଯାଚନା ନୁହେଁ। ଯାଚନା ତ ସାସାଂରିକ ପଦାର୍ଥ ପ୍ରତି ହୋଇଥାଏ, ତାହା ଭିକ୍ଷା।

ପ୍ରାର୍ଥନା ‘ଶବ୍ଦର ‘ପ୍ର’ର ଅର୍ଥ ‘ବିଶେଷ ‘ଅର୍ଥାତ୍ ବିଶିଷ୍ଟ, ଶ୍ରେଷ୍ଠ ଏବଂ ‘ଅର୍ଥନା’ ଅର୍ଥ ନିବେଦନ । ପ୍ରାର୍ଥନାର ଅର୍ଥ ହେଲା ବିଶେଷ ନିବେଦନ I

(ସଂଗୃହିତ)

Leave A Reply

Your email address will not be published.