ଦାନା ବାନ୍ଧିଲା ‘ବାତ୍ୟା’:14 ସୁଦ୍ଧା ଘାଣ୍ଟିବ?

0
  • Tatkalodishaରେ ରିପୋର୍ଟ ପ୍ରଥମେ ପ୍ରକାଶ ପାଇଥିଲା
  • ନୂଆଦିଲ୍ଲୀ,ଭୁବନେଶ୍ୱର //TATKALODISHA//

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇଛି I ତାହା ଲଘୁଚାପରେ ପରିଣତ ହୋଇ ପରେ ବାତ୍ୟାରେ ରୂପାନ୍ତରିତ ହେବ I

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ରିପୋର୍ଟ ଅନୁସାରେ ଉତ୍ତର ଆଣ୍ଡାମାନ ଦ୍ବୀପ ପୁଞ୍ଜର ଗଭୀର ସମୁଦ୍ରରେ ଲଘୁଚାପ ସୃଷ୍ଟି ହୋଇଛି I ଅକ୍ଟୋବର ଦ୍ଵିତୀୟ ସପ୍ତାହ ଅର୍ଥାତ 10 ସୁଦ୍ଧା ତାହା ଅଧିକ ଶକ୍ତିଶାଳୀ ହୋଇ ବାତ୍ୟାରେ ରୂପ ନେବ I ଅକ୍ଟୋବର 14 ରୁ 15 ସୁଦ୍ଧା ପାରାଦୀପ ଓ ଗୋପାଳପୁର ମଧ୍ୟବର୍ତ୍ତୀ ଓଡ଼ିଶା ଉପକୂଳରେ ବାତ୍ୟା ତାର ତାଣ୍ଡବ ରଚିବ ବୋଲି ଆକଳନ କରାଯାଇଛି I

ବାତ୍ୟାର “ଗତିପଥ” : ସାରଟେଲାଇଟ ଚିତ୍ର

ଏଇ ଅକ୍ଟୋବର ମାସରେ ଓଡ଼ିଶାରେ ବାତ୍ୟା ବାରମ୍ବାର ଆସିଛି I ପ୍ରଥମେ ଅକ୍ଟୋବର 29ରେ ମହାବାତ୍ୟା ହୋଇଥିଲା I ଏଥିରେ 10 ହଜାର ଲୋକସଂଖ୍ୟା ସହ ଲକ୍ଷାଧିକ ସଂଖ୍ୟାରେ ଘର ଭାଙ୍ଗି ଯାଇଥିଲା I ସେହିପରି 12 ଅକ୍ଟୋବର 2013ରେ ଫାଇଲିନ ବ୍ୟାପକ ଧନ ଜୀବନ ନଷ୍ଟ କରିଥିଲା I ପୁଣି ସେଇ ଅକ୍ଟୋବରରେ ଆଉ ଏକ ବାତ୍ୟା ଆସୁଛି I

  • ଦେଖନ୍ତୁ TATKAL ODISHAର ପୂର୍ବ ଓ ପ୍ରଥମ ବାତ୍ୟା ରିପୋର୍ଟ..

ଦାନା ବାନ୍ଧୁଛି ଆଉ ଏକ ‘ବାତ୍ୟା’

ଦାନା ବାନ୍ଧୁଛି ଆଉ ଏକ ‘ବାତ୍ୟା’

Leave A Reply

Your email address will not be published.