ଦଶମ ଓ ଦ୍ବାଦଶ ପରୀକ୍ଷା ଫଳ: ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲ ପୁରୀ ଜିଲ୍ଲା ଟପ୍ସର
- ପୁରୀ, ଭୁବନେଶ୍ବର,//TATKAL ODISHA //
ସିବିଏସ୍ଇ ଦଶମ ଓ ଦ୍ବାଦଶ ପରୀକ୍ଷାରେ ଆଦିତ୍ୟ ବିର୍ଲା ପବ୍ଲିକ ସ୍କୁଲର ଦଶମ ଶ୍ରେଣୀରେ ସୋହନ ପ୍ରଧାନ ୯୮. ୮ % ଓ ଦ୍ବାଦଶ ପରୀକ୍ଷାରେ ସିଦ୍ଧାର୍ଥ ପାଲାଙ୍କି ୯୬% ନମ୍ବର ରଖି ସମଗ୍ର ପୁରୀ ଜିଲ୍ଲାରେ ଟପ୍ପର ହୋଇଛନ୍ତି।
ଛାତ୍ରଛାତ୍ରୀଙ୍କର ଶତପ୍ରତିଶତ ସଫଳତା ସଫଳତା ବିଦ୍ୟାଳୟ ପାଇଁ ଓ ଗୌରବ ଆଣିଦେଇଥିବାବେଳେ ଅଭିଭାବକ ମହଲରେ ଖୁସିର ଲହରୀ ଖେଳିଯାଇଛି।

ଆଦିତ୍ୟ ବିର୍ଲା ସ୍କୁଲ ଅଧ୍ୟକ୍ଷ ଏଲ ଏନ ଦାଶଙ୍କ କହିବାନୁସାରେ ଚଳିତ ବର୍ଷ ୨୦୨୪-୨୫ ବିଦ୍ୟାଳୟର ଦଶମ ଶ୍ରେଣୀର ଦ୍ବିତୀୟ ସ୍ଥାନରେ ସାଇ ସ୍ମରଣିକା ସେଠୀ ୯୬%, ସିଦ୍ଧାର୍ଥ ମିତ୍ର ୯୫. ୬% ମାର୍କ ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।
ସେହିପରି ଦ୍ବାଦଶ ଶ୍ରେଣୀର ବାଣିଜ୍ୟ ବିଭାଗରେ ସିମ୍ପଲ ପଟ୍ଟନାୟକ ଦ୍ବିତୀୟ ସ୍ଥାନ ଓ ଲକ୍ଷ୍ୟ ଅଗ୍ରୱାଲ ତୃତୀୟ ସ୍ଥାନ ଅଧୁକାର କରିଛନ୍ତି ।
ବିଜ୍ଞାନ ବିଭାଗରେ ଅନିକେତ ଦାସ ୯ ०.४% ମାର୍କ ରଖି ବିଦ୍ୟାଳୟର ଟପ୍ସର ହୋଇଥିବାବେଳେ ଦ୍ୱିତୀୟ ସ୍ଥାନରେ ସାକିବ ଅବତର ଓ ସୌମ୍ୟଲୋକ ମହାରଣା ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।
ଆଦିତ୍ୟ ବିର୍ଲା ଗୁରୁପ ସ୍କୁଲର ଶିକ୍ଷା ବିଭାଗର ଉପଦେଷ୍ଟା ଡ଼. ଏସ ଗାଙ୍ଗୁଲି କୃତି ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଛନ୍ତି ।
ଏହି ସଫଳତା ପାଇଁ ଆଦିତ୍ୟ ବିର୍ଲା ସ୍କୁଲର ଅଧ୍ୟକ୍ଷ ଦାଶ, ମେଣ୍ଟର ଡାଫନି ଅଙ୍ଗର, ଆଡମିନ ଅଫିସର ଏନ ସାହୁ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।