ଦରଦୀ ବନ୍ଧୁ ଉତ୍କଳମଣି ଗୋପବନ୍ଧୁ

0
  • ଶ୍ରୀକାନ୍ତ ଦାଶ
  • //TATKAL ODISHA//


ମିଶୁ ମୋର ଦେହ ଏ ଦେଶ ମାଟିରେ , ଦେଶବାସୀ ଚାଲି ଯା’ନ୍ତୁ ପିଠିରେ |
ଦେଶର ସ୍ଵରାଜ୍ୟ ପଥେ ଯେତେ ଗାଡ଼,
ପୁରୁ ତହିଁ ପଡି ମୋର ମାଂସ ହାଡ |

ଏଭଳି ମର୍ମସ୍ପର୍ଶୀ କବିତା ମାଧ୍ୟମରେ ଲୋକଙ୍କୁ ଉଦବୁଦ୍ଧ କରିଥିବା ମହାପୁରୁଷ ହେଉଛନ୍ତି ଉତ୍କଳମଣି ଗୋପବନ୍ଧୁ ଦାସ |

ଆଜି ସେହି ପୁଣ୍ୟ ପୁରୁଷଙ୍କ ତିରୋଧାନ ଦିବସ |

1877 ମସିହା october 9 ତାରିଖରେ ପୁରୀ ଜିଲ୍ଲା ସତ୍ୟବାଦୀ ନିକଟ ସୁଆଣ୍ଡ ଗ୍ରାମରେ ପିତା ଦୈତାରୀ ଦାସ ଓ ମାତା ସ୍ବର୍ଣ୍ଣମୟୀ ଦେବୀଙ୍କ କୋଳରେ ଜନ୍ମ ଗ୍ରହଣ କରିଥିଲେ | ପିତା ମୁକ୍ତିଆର ଥିଲେ ହେଁ କୃଷ୍ଣ ଭକ୍ତ ଥିଲେ |ବାପାଙ୍କ ପ୍ରଭାବ ତାଙ୍କ ଉପରେ ପଡିଥିଲା |ବାଲ୍ୟ କାଳରୁ ସେ ମା’ଙ୍କୁ ହରାଇ ପିଉସୀ କମଳା ଦେବୀଙ୍କ କୋଳରେ ବଢ଼ି ଥିଲେ | ପିଉସୀଙ୍କ ସ୍ନେହ, ଆଦର୍ଶ ଓ ପ୍ରେରଣା ତାଙ୍କୁ ଭବିଷ୍ୟତରେ ଆଦର୍ଶ ବ୍ୟକ୍ତି ରୂପେ ଗଢି ତୋଳିଲା |କୃଷ୍ଣଭକ୍ତ ପିତାଙ୍କ ପ୍ରଭାବରୁ ସେ ପିଲାଦିନୁ ଭାଗବତ ପ୍ରେମୀ ହୋଇଥିଲେ ଓ ପ୍ରତିଦିନ ସନ୍ଧ୍ୟାରେ ଭାଗବତରୁ ଅଧ୍ୟାୟଟିଏ ପଢୁ ଥିଲେ |ପରବର୍ତ୍ତୀ ଜୀବନରେ ସେ ସଭା ସମିତିରେ ସେ ଭାଗବତରୁ ପଦ ଆବୃତ୍ତି କରୁଥିଲେ ଓ ପ୍ରତ୍ୟେକ ବ୍ୟକ୍ତି ଭାଗବତ ପ୍ରତି ଅନୁପ୍ରାଣିତ ହୁଅନ୍ତୁ ବୋଲି ପରାମର୍ଶ ଦେଉଥିଲେ |
ସେ B.A.pass କରିବା ପରେ କଲିକତାରୁ ଓକିଲାତି pass କରିଥିଲେ |
ତେବେ ତାଙ୍କ ଜୀବନରେ ଘଟିଥିବା ସ୍ମରଣୀୟ କଥା ହେଲା “ଆଇନ ପରୀକ୍ଷା ଦେଇ କଟକରେ ଥିବା ବେଳେ ଗୋଟିଏ ଦିନରେ ପରୀକ୍ଷାରେ କୃତକାର୍ଯ୍ୟ ହେବାର ଖବର ପାଇବା ସହିତ ନିଜ ପତ୍ନୀଙ୍କ ଅକାଳ ବିୟୋଗ ଖବର ମଧ୍ୟ ଶୁଣିଥିଲେ |
ସେ ଥିଲେ ଆଜୀବନ ସଂଗ୍ରାମୀ, ଦୁଃଖୀ ଜନତାଙ୍କ ବନ୍ଧୁ | ସତ୍ୟବାଦୀ ବନ ବିଦ୍ୟାଳୟ ଗଢି ସୁନାଗରିକ ପ୍ରସ୍ତୁତ କରିବାରେ ସେ ନୂତନ ଦିଗଦର୍ଶନ ଦେଇଥିଲେ |ତାଙ୍କୁ ସକ୍ରିୟ ସହଯୋଗ ଦେଇଥିଲେ ଆଚାର୍ଯ୍ୟ ହରିହର, ପଣ୍ଡିତ ଗୋଦାବରୀଶ, ପଣ୍ଡିତ କୃପାସିନ୍ଧୁ, ପଣ୍ଡିତ ନୀଳକଣ୍ଠ ଓ ପ୍ରଚାରକ ଅନନ୍ତ ମିଶ୍ର |
ସେ କର୍ତ୍ତବ୍ୟ ବୋଧିନି ସମିତି ଗଢି ଓଡ଼ିଆ ଭାଷା ବିଲୋପର ତୀବ୍ର ପ୍ରତିବାଦ କରିଥିଲେ |ଦୈନିକ ସମାଜ ଖବର କାଗଜ ପ୍ରତିଷ୍ଠା କରି ସ୍ୱାଧୀନତା ଆନ୍ଦୋଳନ ଓ ଓଡ଼ିଆ ଭାଷା ରକ୍ଷା ପାଇଁ ବିଭିନ୍ନ ଲେଖା ପ୍ରକାଶ କରୁଥିଲେ |

ଉତ୍କଳର ବାଣୀ ଭଣ୍ଡାରକୁ ସେ ଦାନ କରିଥିବା ଅମୁଲ୍ୟ ରତ୍ନ ହେଲା କାରା କବିତା, ବନ୍ଦୀର ଆତ୍ମ କଥା, ଧର୍ମପଦ ଓ ଆହୁରି ଅନେକ ପ୍ରବନ୍ଧ |
ଏବେ ବି ଲୋକ ମୁଖରେ ପ୍ରଚଳିତ କେତେକ କବିତା ପଂକ୍ତି :-ମାନବ ଜୀବନ ନୁହଇଁ କେବଳ ବର୍ଷ ମାସ ଦିନ ଦଣ୍ଡ, କର୍ମେ ଯିଏ ନର କର୍ମ ଏକାତାର ଜୀବନର ମାନଦଣ୍ଡ |’


ପଛ ଘୁଞ୍ଚା ନାହିଁ ବୀରର ଜାତକେ, ନ ମରେ ସେ କେବେ ପରାଣ ଆତଙ୍କେ |
ସେ ଉତ୍କଳର ନେତା ଜଗନ୍ନାଥଙ୍କର ପରମ ଭକ୍ତ ଥିଲେ |ସେଥିପାଇଁ କହିଥିଲେ “, ଭାରତର ପ୍ରତି ବୃକ୍ଷ କଳ୍ପବଟ , ପ୍ରଭୁ ନୀଳାଚଳ ସର୍ବତ୍ର ପ୍ରକଟ |”
ଆହୁରି ମଧ୍ୟ :-ନିଜ ସ୍ୱାର୍ଥ ପାଇଁ ଜାତ ନୁହେଁ ହିନ୍ଦୁ, ବିଶ୍ୱ ହିତେ ହିନ୍ଦୁ ପ୍ରତି ରକ୍ତ ବିନ୍ଦୁ ‘


ଜୀବନ କି ଖାଲି ନିରାଶାର ବାଲି, ମରୁ ମରୀଚିକା ସେନେହ ପ୍ରୀତି, ତେଵେ କି ଆଶାରେ କହ ଏ ସଂସାରେ ପରଲାଗି ନର ମରୁଛି ନିତି “|
ଏହି ମହାପୁରୁଷଙ୍କୁ ତାଙ୍କ ଶ୍ରାଦ୍ଧ ଦିବସରେ ଓଡ଼ିଆ ଜାତୀୟ ସମ୍ମିଳନୀ ଶ୍ରଦ୍ଧାର୍ଘ୍ୟ ଅର୍ପଣ କରୁଛି | ବନ୍ଦେ ଉତ୍କଳ ଜନନୀ 🙏🙏

  • ଶ୍ରୀକାନ୍ତ ଦାଶ, ସାଧାରଣ ସମ୍ପାଦକ , ଓଡ଼ିଆ ଜାତୀୟ ସମ୍ମିଳନୀ |
    ଦୂରଭାଷ :9238304919

Leave A Reply

Your email address will not be published.