ତାଲିକା ଚୂଡାନ୍ତ? ନୂଆ ମନ୍ତ୍ରୀମଣ୍ଡଳ ପ୍ରକ୍ରିୟା ଆରମ୍ଭ ?

0

  • ବିବାଦୀୟ 10 ମନ୍ତ୍ରୀ ଦେବେ ସ୍ୱଇଛାରେ ଇସ୍ତଫା
  • ମନ୍ତ୍ରୀ ପଦକୁ ଫେରିବେ ବାଚସ୍ପତି
  • 8 ପୁରୁଣା ମନ୍ତ୍ରୀଙ୍କ ବଦଳିବ ବିଭାଗ?
  • ବାସ୍ତୁ ତାରିଖ ଅନୁସାରେ ହେଉଛି ଅଦଳବଦଳ !
  • ଶୁଭ ନମ୍ବର “ସାତ” ବା “ନଅ” ଉପରେ ଗୁରୁତ୍ୱ 
  • ମନ୍ତ୍ରୀ ସଂଖ୍ୟା 20 ନୁହଁ 21ହେବ

ଭୁବନେଶ୍ୱର,//TATKAL ODISHA//


 ମନ୍ତ୍ରୀମଣ୍ଡଳ ଅଦଳବଦଳ ପ୍ରକ୍ରିୟା ବିଳମ୍ବିତ ହୋଇଥିଲେ ହେଁ ଚୂଡାନ୍ତ ହୋଇଛି I ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଙ୍ଗଠନିକ କାର୍ଯ୍ୟ ଶେଷ କରି ନୂଆ ମନ୍ତ୍ରୀମଣ୍ଡଳ ତାଲିକାରେ ଶେଷ ସ୍ପର୍ଶ ଦେଇଛନ୍ତି ! ତାଙ୍କ ସରକାରର ଚତୁର୍ଥ ପାଳିରେ ପ୍ରାୟ ତିନି ବର୍ଷ ପରେ ଏହି ଅଦଳବଦଳ  ହେଉଛି I ଶନିବାର ଠାରୁ ପ୍ରକ୍ରିୟା ଆରମ୍ଭ ହୋଇଛି I ଖୁବଶୀଘ୍ର ନୂଆ ମନ୍ତ୍ରୀମଣ୍ଡଳର ଶପଥଗ୍ରହଣ ଉତ୍ସବ ହେବ I

 2024 ନିର୍ବାଚନକୁ ନଜର ରଖି ବରିଷ୍ଠ ଓ କନିଷ୍ଠ ବିଧାୟକଙ୍କ ସମନ୍ନୟ କରି ମନ୍ତ୍ରୀ ପଦ ମିଳିବ I 

 ଏକ ବିଶେଷ ସୂତ୍ରରୁ ତାହା ଜଣାପଡ଼ି ଥିଲେ ହେଁ ସରକାରୀ ଭାବେ କିଛି ଘୋଷଣା ହୋଇନାହିଁ ।

ସୂଚନାନୁସାରେ ବିଭିନ୍ନ ବିବାଦରେ ଛନ୍ଦି ହୋଇଥିବା 10 ମନ୍ତୀଙ୍କର ମୁଣ୍ଡ ଛେଦନ ହେବ I ସେମାନେ ସମୂହ ସ୍ୱଇଚ୍ଛା (voluntarily)ରେ ଇସ୍ତଫା ଦେବେ ବୋଲି ଜଣାପଡ଼ିଛି I  ଆବଶ୍ୟକ ପଡ଼ିଲେ ସବୁମନ୍ତ୍ରୀ ଇସ୍ତଫା ଦେଇପାରନ୍ତି I 8 ପୁରୁଣା ମନ୍ତ୍ରୀଙ୍କ ବଦଳିବ ବିଭାଗ?

ମନ୍ତ୍ରୀ ସଂଖ୍ୟା 20 ନୁହଁ 21 ହେବ I ମନ୍ତ୍ରୀ ପଦକୁ ଫେରିବେ ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ର I  

ବାସ୍ତୁ ତାରିଖ ଅନୁସାରେ ଅଦଳବଦଳ ହେଉଛି ! ସୁପ୍ରିମୋ ନବୀନଙ୍କ ଶୁଭ ନମ୍ବର “ଏକ’, “ତିନି”, ପାଞ୍ଚ, ‘ସାତ’ ବା ‘ନଅ’ ଥିବାରୁ ତାହା ଉପରେ  ଅଧିକ ଗୁରୁତ୍ୱ ଦିଆଯାଇଛି I ସେଥିପାଇଁ ମଇ 7ରେ ମନ୍ତ୍ରୀ ମଣ୍ଡଳ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ଚର୍ଚ୍ଚା ହେଉଛି I ଅନ୍ୟ ଶୁଭ ତାରିଖଗୁଡ଼ିକ ହେଉଛି ମଇ 9, ମଇ 10 (1+0) ବା ମଇ 14(1+4) ଓ ମଇ 21(2+1) ହୋଇପାରେ I     

ମୁଣ୍ଡକାଟ ପାଇଁ  ଛଅଟି “ମାନ ଦଣ୍ଡ” ସ୍ଥିର ହୋଇଛି I ପୂର୍ବରୁ ତାହା ସ୍ପଷ୍ଟ କରିଥିଲୁ I ପୁଣି ଥରେ ଦେଉଛୁ..

  •  ଯେଉଁ ମନ୍ତ୍ରୀଙ୍କ ‘ଇଣ୍ଡିଗ୍ରିଟି ଡାଉଟଫୁଲ’ ଥିବ
  • ଯେଉଁ ମନ୍ତ୍ରୀଙ୍କ  କାର୍ଯ୍ୟ ଦକ୍ଷତା ଭଲ ନ ଥିବ
  • ଯେଉଁ ମନ୍ତ୍ରୀ କିଛି ‘ଘୋଟଲା’ରେ ସାମିଲ ଥିବେ 
  • ଯେଉଁ ମନ୍ତ୍ରୀ ଅଳିଆ କାର୍ଯ୍ୟରେ ସାମିଲ ଥାଇ ବିବାଦୀୟ ହୋଇଥିବେ
  • ଯେଉଁ ମନ୍ତ୍ରୀ ଦଳ ପାଇଁ ବାରମ୍ବାର ସମସ୍ୟା ସୃଷ୍ଟି କରୁଥିବେ-
  • ଗତ ପଞ୍ଚାୟତ, ପୌର ନିର୍ବାଚନରେ ଦକ୍ଷତା ପ୍ରତିପାଦନ କରିନଥିବେ


କେଉଁ ମନ୍ତ୍ରୀ ଇସ୍ତଫା ଦେବେ ?

  • ସୂଚନା ଓ ଚର୍ଚ୍ଚାନୁସାରେ..
  • ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି,
  • ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ,
  • ଜଳସମ୍ପଦ ତଥା ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ,
  • ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର
  • ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା
  • କୃଷି ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ
  • ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାଏକ
  • ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ
  • ହସ୍ତଶିଳ୍ପ ଓ ବୟନ ମନ୍ତ୍ରୀ ପଦ୍ମିନୀ ଦିଆନ
  • ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରାଣେନ୍ଦ୍ର ପ୍ରତାପ ସ୍ୱାଇଁ 
    ଏହି ମନ୍ତ୍ରୀମାନେ  ସମୂହ ସ୍ଵଇଚ୍ଛାରେ ଇସ୍ତଫା ଦେବେ ବୋଲି ଚର୍ଚ୍ଚା ଜୋରଧରିଛି ।


କେଉଁମାନେ ମନ୍ତ୍ରୀ ହେବେ?

  • ବାଲେଶ୍ୱର ଜିଲ୍ଲାରୁ ବିଧାୟକ ଅଶ୍ୱିନୀ ପାତ୍ର,
  • ଗଞ୍ଜାମ ଜିଲ୍ଲାରୁ ବିଧାୟିକା  ଲତିକା ପ୍ରଧାନ,
  •  ବୌଦ୍ଧ ଜିଲ୍ଲାରୁ ପ୍ରଦୀପ ଅମାତ୍,
  • କେନ୍ଦୁଝର ଜିଲ୍ଲାରୁ ବଦ୍ରିନାରାୟଣ ପାତ୍ର,
  • କେନ୍ଦ୍ରାପଡ଼ା ଜିଲ୍ଲାରୁ ଅତନୁ ସବ୍ୟସାଚୀ ନାୟକ,
  • ମୟୂରଭଞ୍ଜ ଜିଲ୍ଲା ବାସନ୍ତୀ ହେମ୍ବ୍ରମ
  • ମନ୍ତ୍ରିମଣ୍ଡଳରେ ଏମାନଙ୍କୁ ସ୍ଥାନ ମିଳିବାର ସମ୍ଭାବନା ରହିଛି ।


* ମନ୍ତ୍ରୀଙ୍କୁ ଭଲ ବିଭାଗ: ପ୍ରଫୁଲ୍ଲ ମଲ୍ଲିକ, ସୁଶାନ୍ତ ସିଂହ, ଟୁକୁନି ସାହୁ

Leave A Reply

Your email address will not be published.