ତାତିରୁ ତ୍ରାହି, ଝଡ଼ ବର୍ଷା ସମ୍ଭାବନା

0
  • ଭୁବନେଶ୍ୱର//TATKAL ODISHA//

ଅସହ୍ୟ ତାତିରୁ ମିଳିବ ତ୍ରାହି I ଆଗାମୀ 24 ଘଣ୍ଟା ଭିତରେ ପାଗ ପରିବର୍ତ୍ତନ ହୋଇ ପରବର୍ତ୍ତୀ ପାଞ୍ଚ ଦିନ ଯାଏ କୋହଲା ରହିବ I କାଳବୈଶାଖୀ ବର୍ଷା ସହ ପବନ ହେବ I ଏଥିଯୋଗୁଁ କିଛି ସ୍ଥାନରେ ଝଡ଼ ତୋଫାନ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ କରିଦେଇଛି I

Tatkal Odishaକୁ ଏହି ସୂଚନା ଦେଇଛନ୍ତି SRC ସତ୍ୟବ୍ରତ ସାହୁ I ପାଣିପାଗ ବିଭାଗ ରିପୋର୍ଟ ଭିତ୍ତିରେ ଶ୍ରୀ ସାହୁ କହିଛନ୍ତି ଯେ, ୨୦ ଦିନ ପରେ ପାରଦ ତଳ ମୁହାଁ ହୋଇଛି I କମିଛି ତାତି I ଆଗାମୀ ପାଞ୍ଚ ଦିନ ଯାଏ ତାତି କମିବ I

ଶ୍ରୀ ସାହୁ କହିଛନ୍ତି ଯେ, ରବିବାର ଅପରାହ୍ନରେ କାଳ ବୈଶାଖୀ ବର୍ଷା ହୋଇପାରେ I ଏଥିଯୋଗୁଁ ଗ୍ରୀଷ୍ମ ପ୍ରବାହର ପ୍ରଭାବ ଆହୁରି ହ୍ରାସ ହେବ I

Leave A Reply

Your email address will not be published.