ଡେଙ୍ଗୁ ଆତଙ୍କ, ସତ୍ୟନଗରରେ ବିଗିଡ଼ିଛି ସ୍ଥିତି

0
  • ଭୁବନେଶ୍ୱର//TATKAL ODISHA //

ରାଜଧାନୀର ଆଉ ଏକ ସମୃଦ୍ଧ ଇଲାକା ସତ୍ୟନଗର ଏବେ ଡେଙ୍ଗୁ ମଶାଙ୍କ ପଞ୍ଝାରେ I 5 ହଜାର ଲୋକସଂଖ୍ୟା ବିଶିଷ୍ଟ ଏହି ଅଞ୍ଚରେ ପ୍ରାୟ ଦେଢ଼ ଶହରୁ ଅଧିକ ଲୋକ ଆକ୍ରାନ୍ତ ହେଲେଣି I

ଭୁବନେଶ୍ୱର ମହାନଗର ନିଗମ ବା ବିଏମସି ଏନେଇ ନା କିଛି ଜରୁରୀ ପଦକ୍ଷେପ ନେଉଛି ନା ଡ୍ରେନ ସଫା କରିଛି I ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି I

ଏହାର ମୂଳ କାରଣ ହେଲା ବିଗ ବଜାର ଆଡୁ ଡ୍ରେନ ପାଣି ଅଧିକ ପରିମାଣରେ ଆସୁଥିବାରୁ ସତ୍ୟନଗରରେ ସବୁ ଡ୍ରେନ ଚୋକ ହୋଇଛି I ଏହାର ପ୍ରତିକାର ହେଉନି I ବିଶୋଧନ ବି ହୋଇନି I

ମିଳିଥିବା ରିପୋର୍ଟ ଅନୁସାରେ ରାଜଧାନୀରେ ଏବେ ହୁ ହୁ ହୋଇ ଡେଙ୍ଗୁ ରୋଗୀ ବଢୁଥିବାବେଳେ କ୍ୟାପିଟାଲ ହସ୍ପିଟାଲରେ କିନ୍ତୁ ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ନାହିଁ ।

ଅନେକ ଆକ୍ରାନ୍ତ ଡେଙ୍ଗୁରୋଗୀଙ୍କ ରକ୍ତ ପରୀକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲ ସମେତ ଅନ୍ୟାନ୍ୟ ହସ୍ପିଟାଲରେ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ମତ ଦେଇଥିଲେ । ହେଲେ ୟୁନିସେଫ୍‍ କିମ୍ବା ସ୍ୱାସ୍ଥ୍ୟ ବିଭାଗ ଏ ଦିଗରେ କୌଣସି ପଦକ୍ଷେପ ନନେବାରୁ ଏବେ ଲୋକେ ଘରୋଇ ନିଦାନ କେନ୍ଦ୍ର ମୁହାଁ ହେଉଥିବାବେଳେ ସେମାନେ ମନଇଚ୍ଛା ଫି ଆଦାୟ ସହିତ ବହୁ କ୍ଷେତ୍ରରେ ଡେଙ୍ଗୁ ଆକ୍ରାନ୍ତମାନଙ୍କୁ ଘରୋଇ ଡାକ୍ତରଖାନାକୁ ପଠାଇ ଦେଉଛନ୍ତି ।

Leave A Reply

Your email address will not be published.