ଡିସେମ୍ୱର ୧୬ରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

0

ଭୁବନେଶ୍ୱର,//TATKAL ODISHA//

ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ପୁଣି ଡିସେମ୍ବର ୧୬ ସୋମବାରରେ ଅନୁଷ୍ଠିତ ହେବ।

କିଛି ସପ୍ତାହ ଧରି ବନ୍ଦ୍ ଥିବା ଏହି ଭୁବନେଶ୍ୱର ସ୍ଥିତ ୟୁନିଟ୍‌-୫ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ତାହା କରାଯିବ।
 ଗୁରୁବାର ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ତାହା ଜଣାଇ ସୂଚନା ଦିଆଯାଇଛି।

  • ଯେଉଁମାନେ ଗତ ୨୮ ଅକ୍ଟୋବର ୨୦୨୪ରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ ପାଇଁ ପଞ୍ଜୀକରଣ କରିଥିଲେ, ସେମାନେ କେବଳ ଏହି ଶୁଣାଣି ପାଇଁ ଅନୁମତି ପାଇବେ।
  • ସେମାନଙ୍କୁ ପୁନଃ ପଞ୍ଜୀକରଣ କରିବାର ଆବଶ୍ୟକତା ନାହିଁ।
  • ଆବେଦନକାରୀ ସେମାନଙ୍କର ପ୍ରାପ୍ତି ସ୍ୱୀକାର ପତ୍ର ଓ ବ୍ୟକ୍ତିଗତ ପରିଚୟ ପତ୍ର ସହିତ ନିର୍ଦ୍ଧାରିତ ସ୍ଥାନରେ ଉପସ୍ଥିତ ରହିବେ।
  • ଏ ସମ୍ପର୍କରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଏହି ଦିନ ପାଇଁ ଅନ୍ୟମାନଙ୍କୁ ପଞ୍ଜୀକରଣ ନ କରିବାକୁ ଅନୁରୋଧ କରାଯାଇଛି।

Leave A Reply

Your email address will not be published.