ଡିସେମ୍ବର ପହିଲାରୁ ବିଧାନସଭା ଶୀତ ଅଧିବେଶନ

0

  • ଡିସେମ୍ବର 31ଯାଏ ଚାଲିବ,26 କାର୍ଯ୍ୟକାରୀ ଦିବସ

  • ପ୍ରଥମ ଦିନ ପ୍ରଥମ ଅତିରିକ୍ତ ବଜେଟ ଆଗତ
  • ଡିସେମ୍ବର10ରେ  ପ୍ରଥମ ଅତିରିକ୍ତ ବଜେଟ
  • ଭୁବନେଶ୍ୱର,//TATKALODHISHA//

ଚଳିତ ବର୍ଷ ଡିସେମ୍ବର ପହିଲାରୁ 31 ଯାଏ ବସିବ ବିଧାନସଭା ଶୀତ ଅଧିବେଶନ I କାର୍ଯ୍ୟକାରୀ ଦିବସ 26 ଦିନ ରହିବ I  ପ୍ରଥମ ଦିବସରେ ରାଜ୍ୟ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ 2021-22 ଆର୍ଥିକ ବର୍ଷର ପ୍ରଥମ ତିନି ମାସ ପାଇଁ ଅତିରିକ୍ତ ବଜେଟ ଆଗତ କରିବେ I ଡିସେମ୍ବର 10ରେ ପ୍ରଥମ ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ ପାରିତ ହେବ I 

   ବିଧାନସଭା ପକ୍ଷରୁ ଏନେଇ ବିଜ୍ଞପ୍ତି  ପ୍ରକାଶ ପାଇଛି I  ବାଚସ୍ପତି ଡ଼ଃ ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ଯେ, ଡିସେମ୍ବର 1ରୁ ଡିସେମ୍ବର 31 ମଧ୍ୟରେ ବିଧାନସଭାର ଶୀତ ଅଧିବେଶନ ବସିବ I ଏହାରି ମଧ୍ୟରେ 5ଟି ରବିବାର ପଡୁଥିବାରୁ ଗୃହ ଚାଲିପାରିବ ନାହିଁ I ସମୁଦାୟ ୫ଟି ଛୁଟି ଦିନ ମଧ୍ୟରେ ରହିଛି ୪ଟି ରବି ବାର ଏବଂ ଅନ୍ୟଟି ଏକ୍ସ ମାସ ଛୁଟି ଦିନ । ଡିସେମ୍ବର 7ରୁ 9ଭିତରେ ଅତିରିକ୍ତ ବଜେଟ ଉପରେ ବିସ୍ତୃତ ଆଲୋଚନା ହେବ I ଡିସେମ୍ବର 10ରେ ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ପ୍ରଥମ ଅତିରିକ୍ତ ବ୍ୟୟ ମଞ୍ଜୁରୀ ଵା ଆପ୍ରୋପ୍ରିଏସନ ବିଲ ଆଗତ କରିବେ ଏବଂ ସେହିଦିନ ତାହା ପାରିତ ହେବ ବୋଲି ସେ ପ୍ରକାଶ କରିଛନ୍ତି I 

ବାଚସ୍ପତି ଡ଼ଃ ପାତ୍ର କହିଛନ୍ତି ଯେ, ଓଡ଼ିଶାର ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ, ବିଧାନସଭା 60 ଦିନ ବସିବାର ନିୟମ ରହିଛି। ଏହି ହିସାବରେ ଆଉ 26 ଦିନ ବାକି ଅଛି। ସେଥିପାଇଁ ରାଜ୍ୟପାଳ ଓ ରାଜ୍ୟ ସରକାରଙ୍କୁ ବିଧାନସଭା ପକ୍ଷରୁ ଚିଠି ହୋଇଥିଲା । ଅନୁମୋଦନ ପରେ ବିଜ୍ଞପ୍ତି ପ୍ରକାଶ ପାଇଛି I

 

Leave A Reply

Your email address will not be published.