ଡିଏନ ଗ୍ରୁପ ଚଢ଼ାଉ, ନୂଆ ତଥ୍ୟ ପାଇ ଆୟକର ବିଭାଗ ଟେରା
– ୧୦୫ କୋଟି କାରବାରର ଚିଠା !
ଭୁବନେଶ୍ୱର//TATKAL ODISHA//
ଡିଏନ୍ ଗ୍ରୁପ୍ରେ ଆୟକର ଚଢ଼ାଉ ପରେ ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ତଥ୍ୟ ହସ୍ତଗତ ହେବାରେ ଲାଗିଛି I
ପ୍ରଥମେ ଜଣେ ତଳିଆ କର୍ମଚାରୀ ଘରୁ 30 କୋଟି ଟଙ୍କା ଜବଦ ହୋଇଥିଲା I ଏବେ ୧୦୫ କୋଟି କାରବାରର ଚିଠା ମିଳିଥିବା ସୂଚନା ମିଳିଛି I
ବୁଧବାର ଟିକସ ଫାଙ୍କି ଅଭିଯୋଗରେ ଡିଏନ ଗ୍ରୁପ୍ ଉପରେ ଆୟକର ବିଭାଗ ପକ୍ଷରୁ ୨୫ରୁ ଅଧିକ ସ୍ଥାନରେ ରେଡ୍ ହୋଇଥିଲା। ସଂସ୍ଥାର ଜଣେ କର୍ମଚାରୀଙ୍କ ଘରୁ ନଗଦ ୩୦ କୋଟି ଟଙ୍କା ଜବତ ହୋଇଥିବା ଚର୍ଚ୍ଚା ହେଉଛି ।ଆଇଆରସି ଭିଲେଜ୍ ସ୍ଥିତ ଡିଏନ ଗ୍ରୁପ୍ ର ମୁଖ୍ୟ କାର୍ଯ୍ୟାଳୟ ସମେତ ଘାଟିକିଆସ୍ଥିତ ବିପୁଳ ଗାର୍ଡେନ୍ ରେ ରହୁଥିବା ସଂସ୍ଥାର ମାଲିକ ଜଗଦୀଶ ପ୍ରସାଦ ନାୟକ, ନିର୍ଦ୍ଦେଶକ ରତ୍ନମାଳା ସ୍ୱାଇଁଙ୍କ ଘରେ ବି ଚଢ଼ାଉ ହୋଇଛି I