ଡାକ୍ତର ଦାମୋଦର ରାଉତ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି
ଭୁବନେଶ୍ୱର//TATKAL ODISHA//
ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଅସୁସ୍ଥ ହୋଇ କିମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି I
ପେଟରେ ପାଣି ଜମିବା କାରଣରୁ ସେ ଗୁରୁତ୍ତର ଭାବେ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ରବିବାର ରାତ୍ରିରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି I
ଏବେ ଡାଇଲିସିସ ଚାଲିଛି I ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି I
୨ ଜୁଲାଇ ୧୯୪୨ରେ ଜଗତସିଂପୁରରେ ଜନ୍ମ ଲାଭ କରିଥିବା ଦାମୋଦର ରାଉତଓଡ଼ିଶା ବିଧାନସଭାକୁ ବିଧାୟକ ଭାବରେ ସାତ ଥର ନିର୍ବାଚିତ ହୋଇଛନ୍ତି ।
ଓଡ଼ିଶା ବିଧାନସଭା ନିର୍ବାଚନରେ ସେ ଏରସମା ଓ ପାରାଦ୍ୱୀପ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୭ମ, ୮ମ, ୧୦ମ, ୧୨ଶ, ୧୩ଶ, ୧୪ଶ ଓ ୧୫ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।