ଟେଷ୍ଟ କ୍ରିକେଟକୁ ଅଲବିଦା କଲେ ଷ୍ଟାର କ୍ରିକେଟର ବିରାଟ କୋହଲି

0

ମୁମ୍ବାଇ //TATKAL ODISHA/

ସବୁ କଳ୍ପନା ଜଳ୍ପନାର ଅବସାନ ଘଟାଇ ଏବଂ କ୍ରିକେଟ କିମ୍ବଦନ୍ତୀ ବ୍ରିଆନ ଲାରାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ଶେଷରେ ଟେଷ୍ଟ କ୍ରିକେଟରୁ ଅବସର ନେଇଛନ୍ତି ଷ୍ଟାର କ୍ରିକେଟର ବିରାଟ କୋହଲି। ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ବିଧିବଦ୍ଧ ଭାବେ ପୋଷ୍ଟ କରି ସେ ସୂଚନା ଦେଇଛନ୍ତି ।

ବିରାଟ କହିଛନ୍ତି ଯେ,

“ଟେଷ୍ଟ କ୍ରିକେଟକୁ ଚଉଦ ବର୍ଷ ପରେ ଏଲବିଦା କରୁଛି I ଏହି ଫର୍ମାଟ୍ ମୋତେ କେଉଁ ଯାତ୍ରାରେ ନେଇଯିବ ତାହା ମୁଁ କେବେ ବି କଳ୍ପନା କରି ନଥିଲି। ହେଲେ ମୁଁ ସବୁକିଛି ଦେଇଛି ଏବଂ ଆଶା ଠାରୁ ବି ବହୁତ ଅଧିକ ଫେରାଇ ଦେଇଛି। ମୁଁ କୃତଜ୍ଞତାରେ ପୂର୍ଣ୍ଣ ହୃଦୟ ସହିତ ବିଦାୟ ନେଉଛି ।’

   ଉଲ୍ଲେନୀୟ ଯେ,ପୂର୍ବରୁ ମେ ୭ରେ ରୋହିତ ଶର୍ମା ଟେଷ୍ଟରୁ ବିରତି ନେଇଥିଲେ I ଏବେ ଷ୍ଟାର କ୍ରିକେଟର ବିରାଟ ଅବସର ଘୋଷଣା କରିବା ପରେ ଟେଷ୍ଟ କ୍ରିକେରେ ସେଭଳି ଷ୍ଟାର ଜନ୍ମ ହେବେ କି ନା କହିବା ମୁସ୍କିଲ ।

Leave A Reply

Your email address will not be published.