‘ଜୱାଦ’ ପ୍ରଭାବ : ଗୁଲାବ ଠାରୁ ଅଧିକ, ଫନି ଠାରୁ କମ
ଭୁବନେଶ୍ୱର//TATKAL ODISHA//
ବାତ୍ୟା ‘ଜୱାଦ’ । ଗୁଲାବ ଠାରୁ ଅଧିକ, ଫନି ଠାରୁ କମ । ସ୍ଥଳଭାଗ ଛୁଇଁବା ବେଳେ ୯୦ରୁ ୧୦୦ କିମି ବେଗରେ ବହିପାରେ ପବନ ।
ଆଞ୍ଚଳିକ ପାଣିପାଗ ବିଭାଗର ସୂଚନାନୁସାରେ ୱେଲ୍ ମାର୍କଡ୍ ଲୋ’ ପ୍ରେସରରେ ପରିଣତ ହେଲା ଲଘୁଚାପ କ୍ଷେତ୍ର। ୧୨ ଘଣ୍ଟାରେ ଅବପାତର ରୂପ ନେବା ସମ୍ଭାବନା।
ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରି ୨୪ ଘଣ୍ଟାରେ ବାତ୍ୟାର ରୂପ ନେଇପାରେ। ୩ ତାରିଖ ପରଠାରୁ ପବନର ବେଗ ବଢ଼ିପାରେ।
୩ରେ ପବନର ବେଗ ବଢ଼ିବା ସହିତ ଉତ୍ତର ଆନ୍ଧ୍ର ଓ ଓଡ଼ିଶା ଉପକୂଳରେ ପବନର ପରିମାଣ ବୃଦ୍ଧି ପାଇବ। କିଛି ଉପକୂଳବର୍ତ୍ତୀ ଜିଲ୍ଲାକୁ ସତର୍କ କରାଯାଇଛି । ଉକ୍ତ ଜିଲ୍ଲା ଗୁଡ଼ିକ ହେଲା ଗଜପତି, ଜଗତସିଂହପୁର, ପୁରୀ, ଗଞ୍ଜାମ । ଏହି ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି । ସେହିପରି କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ନୟାଗଡ଼, ରାୟଗଡ଼ା, କନ୍ଧମାଳ ଓ କୋରାପୁଟ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି ।
ପବନର ବେଗ ୭୦ରୁ ୮୦ କିମି ରହିବାର ଆଶଙ୍କା ରହିଛି । ଏଥିରେ କ୍ଷୟକ୍ଷତିର ସମ୍ଭାବନା ରହିଛି I ଚାଷୀ ଓ ମତ୍ସଜୀବୀଙ୍କୁ ସତର୍କ କରିଦିଆଯାଇଛି ।
- ଦେଖନ୍ତୁ ବାତ୍ୟାର ପୂର୍ଵ ରିପୋର୍ଟ..
ବାତ୍ୟା ‘ଜୱାଦ’ର ଧୀରଚଳନ : ଉପକୂଳ ମୁହାଁ
ବାତ୍ୟା ‘ଜୱାଦ’ର ଧୀରଚଳନ : ଉପକୂଳ ମୁହାଁ