ଜୋର ଜବଦସ୍ତ ସିବିଆଇ ରେଡକୁ ବିରୋଧ,ନିଜ ପଦବୀରୁ ଇସ୍ତଫା ଦେଲେ ବିଷ୍ଣୁପଦ
ଭୁବନେଶ୍ୱର//TATKAL ODISHA//
ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀରେ ହୋଇଥିବା କେଳେଙ୍କାରୀ ମାମଲାରେ ବରିଷ୍ଠ ଆଇଏଏସ ବିଷ୍ଣୁପଦ ସେଠୀଙ୍କ ସରକାରୀ ବାସଭବନରେ ସିବିଆଇ ଦ୍ୱାରା ରେଡ ଜାରି ରହିଛି I
ବିନା ଲେଡି ପୋଲିସ ଓ ଜୋର ଜବରଦସ୍ତ ରେଡକୁ ବିରୋଧ କରି ବିଷ୍ନୁପଦ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି ।
ମଙ୍ଗଳବାର ସକାଳ ୮ଟାରୁ ରେଡ ଚାଲିଛି I ସିବିଆଇର ୮ ଜଣିଆ ଟିମ୍ ରେଡ୍ରେ ସାମିଲ ଅଛନ୍ତି ।

ଗଣମାଧ୍ୟମକୁ ବିଷ୍ଣୁପଦ କହିଛନ୍ତି ଯେ,”ମୁଁ ଜଣେ ବରିଷ୍ଠ ଅଧିକାରୀ ହୋଇଥିଲେ ମଧ୍ୟ ସିବିଆଇ ଅଧିକାରୀମାନେ ମୋତେ କଦର୍ଯ୍ୟ ବ୍ୟବହାର କରିଛନ୍ତି । କାହିଁକି ନା ମୁଁ ଜଣେ ଦଳିତ ବର୍ଗର । ମୋର କୌଣସି ପଲିଟିକାଲ୍ ସପୋର୍ଟ ନାହିଁ । ତେଣୁ ସେମାନେ ମୋତେ ଶସ୍ତା ଭାବିଛନ୍ତି । ସିବିଆଇର ଦୁଇଜଣ ଅଧିକାରୀଙ୍କ ଆଚାର ବ୍ୟବହାର ଏତେ ଅଭଦ୍ର ଏବଂ ରୁକ୍ଷ ଯେ ସେମାନେ କିଛି ବି କରିପାରିବେ । ମୋ ନାଁରେ ମିଛ ଲେଖିପାରିବେ । ସେମାନେ ଭାବୁଛନ୍ତି ମୁଁ ଗୋଟେ ବଡ଼ ସୈତାନ୍। ତେଣୁ ରେଡକୁ ବିରୋଧ କରି ମୁଁ ଇସ୍ତଫା ଦେଇଛି ”