ଜୁଲାଇ 6ରେ ମାଟ୍ରିକ ପରୀକ୍ଷା ଫଳ

0
  • ଜୁଲାଇ ଶେଷ ସପ୍ତାହରେ ଦ୍ୱାଦଶ ପରିକ୍ଷା ଫଳ ପ୍ରକାଶ ପାଇବ

ଭୁବନେଶ୍ୱର//TATKAL ODISHA//

ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବାକୁ ଆଉ ଦୁଇ ଦିନ ବାକି। ଅର୍ଥାତ ଜୁଲାଇ 6ରେ ପ୍ରକାଶ ପାଇବ I ସେହିପରି ଜୁଲାଇ ଶେଷ ସପ୍ତାହରେ ଦ୍ୱାଦଶ ପରିକ୍ଷା ଫଳ ପ୍ରକାଶ ପାଇବ ।

ସୋମବାର ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୂଚନା ଦେଇଛନ୍ତି ।

ମନ୍ତ୍ରୀ କହିଛନ୍ତି, ଜୁଲାଇ ୬ରେ ଦିନ ୧ଟା ସମୟରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇବ । ରେଜଲ୍ଟ ବାହାରିବର ଏକ ଘଂଟା ପରେ ୱେବସାଇଟ୍‌ରେ ରେଜଲ୍ଟ ଉପଲବ୍ଧ ହେବ ।

ମାର୍ଚ୍ଚ ୨୯ରୁ ମାଟ୍ରିକ୍‌ ପରୀକ୍ଷା ଆରମ୍ଭ ହୋଇ ମେ’ ୧୦ ତାରିଖ ଯାଏଁ ଚାଲିଥିଲା । ଚଳିତବର୍ଷ ୫ଲକ୍ଷ ୩୮ ହଜାର ପିଲା ପରୀକ୍ଷା ଦେଇଛନ୍ତି । ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କ ପାର୍ଟ-୧ ଅବ୍‌ ଜେକ୍ଟିଭ୍‌ ପରୀକ୍ଷା ସକାଳ ୮ଟାରୁ ୯ଟା ଓ ପାର୍ଟ-୨ ସବ୍‌ ଜେକ୍ଟିଭ୍‌ ୯ଟାରୁ ୧୦ଟା ପର୍ଯ୍ୟନ୍ତ ଚାଲିଥିଲା । ପରୀକ୍ଷା କେନ୍ଦ୍ରରେ ମୋବାଇଲକୁ କଡ଼ାକଡ଼ି ଭାବେ ବାରଣ କରାଯାଇଥିଲା । ପରୀକ୍ଷାକୁ ଶୃଙ୍ଖଳିତ ଓ କପି ରୋକିବାକୁ ବୋର୍ଡର ସ୍ୱତନ୍ତ୍ର ୩୮ ଟି ସ୍କ୍ୱାର୍ଡ ,୬୫ ଟି ଫ୍ଲାଇଙ୍ଗ ସ୍କ୍ୱାଡ୍‌ ଗଠନ କରାଯାଇଥିଲା ।

Leave A Reply

Your email address will not be published.