ଜୀବନ ମନ୍ତ୍ର :ଉତ୍ତମ ସ୍ବାସ୍ଥ୍ୟ ପାଇଁ 15 ନିୟମ

0
  • ଭୁବନେଶ୍ୱର//TATKAL ODISHA//

++++++++++++++++++++++++++++++++++++++

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ନିଜକୁ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ I କିଛି ବଦଭ୍ୟାସ ଛାଡ଼ି ସୁଅଭ୍ୟାସ କଲେ ଜୀବନ ସୁଖମୟ ହୋଇ ପାରିବ I

ଉତ୍ତମ ସ୍ୱାସ୍ଥ୍ୟ ପାଇଁ 15 ନିୟମ ପାଳନ୍ତୁ…ଦେଖିବେ ସବୁ ଠିକଠାକ ହୋଇଯିବ..

+++++++++++++++++++++++++++++++++++++++

  • ୧) ସକାଳ ୫ଟା ବ୍ରହ୍ମମୁହୂର୍ତ୍ତରେ ଉଠନ୍ତୁ
  • ୨) ଖାଲି ପେଟରେ ଗୋଟିଏ ଲିଟର ଉଷୁମ ପାଣି ପିଅନ୍ତୁ
  • ୩) ସକାଳ ଜଳଖୁଆରେ ୮୦ ପ୍ରତିଶତ ପେଟ ଭରି ଖା’ନ୍ତୁ ।
  • ୪) ମଧ୍ୟାହ୍ନ ଭୋଜନରେ ୭୦ ପ୍ରତିଶତ ପେଟ ଭରି ଖା’ନ୍ତୁ

  • ୫) ରାତ୍ରି ଭୋଜନରେ ଅଧା ପେଟ ଖା’ନ୍ତୁ
  • ୬) ସକାଳେ,ଦି ପହରେ ଓ ରାତିରେ ଖାଇବାର ଅଧଘଣ୍ଟା ପରେ ଅଧାଲିଟର ଲେଖା ପାଣି ପିଅନ୍ତୁ।
  • ୭) ପ୍ରତିଥର ଖାଇବାର ଅଧଘଣ୍ଟା ଆଗରୁ ଗୋଟିଏ ଗ୍ଲାସ ପାଣି ପିଅନ୍ତୁ ।
  • ୮) ରାତିରେ ଭୋଜନର ୧ ଘଣ୍ଟା ପରେ ଶୁଅନ୍ତୁ
  • ୯) ରାତିରେ ଶୋଇବା ଆଗରୁ ଏକ ଗ୍ଲାସ ଉଷୁମ ପାଣି ପିଅନ୍ତୁ ।
  • ୧୦) ରାତିରେ ଶୋଇବା ସମୟରେ ପ୍ରଥମେ ଚିତ୍ ହୋଇ ଶୁଅନ୍ତୁ ଓ ୩ ଟୋପା ସୋରିଷ ତେଲ ନାଭିରେ ପକାନ୍ତୁ ଓ ନାଭି ଚାରିପଟେ ଟିକେ ତେଲ ଧୂରେ ମାଲିସ୍ କରନ୍ତୁ,ତାପରେ ଆରାମରେ ଶୋଇଯାନ୍ତୁ ।
  • ୧୧) ସପ୍ତାହରେ ୨ ରୁ ୩ ଥର ପିତା(କଲରା) ଖା’ନ୍ତୁ । ୨ ରୁ ୩ ଥର ଅମୃତଭଣ୍ଡା(କଞ୍ଚା)ସନ୍ତୁଳା ଖା’ନ୍ତୁ । ୨ ରୁ ୩ ଥର ଲାଉ ଖା’ନ୍ତୁ। (କଲରା,ଅମୃତଭଣ୍ଡା ଓ ଲାଭର ପରିମାଣ ଅତି କମରେ ଥରକୁ ୨୦୦ ଗ୍ରାମ
  • ୧୨) ଆଇଁଷ ଯେତେ କମ୍ ଖାଇବେ ସେତେ ଭଲ ।ବିଲକୁଲ୍ ଆଇଁଷ ନ ଖାଇଲେ ବହୁତ ଭଲ

  • ୧୩)ସକାଳେ ଗାଧୋଇଲା ବେଳେ,ପ୍ରଥମେ ଗୋଡଆଡୁ ପାଣି ଢାଳି ଢାଳି ବେକଯାଏ ଗାଧାନ୍ତୁ ଓ ଶେଷରେ ମୁଣ୍ଡରେ ପାଣି ଢାଳି ଗାଧାନ୍ତୁ ।
  • ୧୪)ଦରକାର ନ ପଡ଼ିଲେ ଉପବାସ କରନ୍ତୁ ନାହିଁ,କେବେବି ଠିଆ ଠିଆ ପାଣି ପିଅନ୍ତୁ ନାହିଁ ।
  • ୧୫)ଲୋଭରେ କେବେବି ପେଟଭରି ଖୁଆନ୍ତୁ ନାହିଁ।

ଏତିକି ମାତ୍ର ପାଳନ କରନ୍ତୁ,ଆଉ ଦେଖନ୍ତୁ ଆପଣଂକ ଜୀବନ ସୁଖମୟ ହୋଇଯିବ, ଆପଣ କେବେବି ରୋଗରେ ଆକ୍ରାନ୍ତ ହେବେନାହିଁ, ଆନନ୍ଦରେ ଜୀବନ କାଟିବେ ।

(ସଂଗୃହିତ)

Leave A Reply

Your email address will not be published.