ଜୀବନର ଇତିହାସ ସ୍କୁଲ ସହିତ ଜଡ଼ିତ :ନିରଞ୍ଜନ ନିରଞ୍ଜନ

0

ସାତ ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଚିଠି ଲେଖିଲେ

ନିରଞ୍ଜନ କହିଲେ, ତାଙ୍କର ସେ ସ୍କୁଲ ସହିତ ଭାବଗତ ସଂପର୍କ ରହିଛି । ସେହି ବିଦ୍ୟାଳୟ ପ୍ରତି ନିଜର କର୍ତବ୍ୟ ପାଳନ କରିବା

ଭୁବନେଶ୍ୱର,(ତତ୍କାଳ ଓଡିଶା):

ରାଜ୍ୟ ସରକାରଙ୍କର “ମୋ ସ୍କୁଲ ଅଭିଯାନ” କାର୍ଯ୍ୟକ୍ରମ ଅନୁଯାୟୀ କେନ୍ଦୁଝର ଜିଲ୍ଲାର ୫ଟି ଓ ମୟୁରଭଞ୍ଜ ଜିଲ୍ଲାର ୨ଟି ସ୍କୁଲକୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିବାକୁ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଇଛା ପ୍ରକାଶ କରିଛନ୍ତି । ସେ ଅତୀତରେ ପଢ଼ିଥିବା ପ୍ରାଥମିକ ବିଦ୍ୟାଳୟ, ମାଧ୍ୟମିକ ବିଦ୍ୟାଳୟ ଏବଂ ଉଚ୍ଚ ବିଦ୍ୟାଳୟ ଏଥିରେ ଅନ୍ତର୍ଭୁକ୍ତ ବୋଲି ସେ କହିଛନ୍ତି । ସେହି ସ୍କୁଲ ଗୁଡ଼ିକ ହେଲା ମଡ଼େଲ ସ୍କୁଲ, (ଆନନ୍ଦପୁର), ମୋଚିବନ୍ଧ ପ୍ରାଥମିକ ବିଦ୍ୟାଳୟ, (କେନ୍ଦୁଝର), ତେଲକୋଇ ପ୍ରାଥମିକ ବିଦ୍ୟାଳୟ (ତେଲକୋଇ) ବିଏନ ସରକାରୀ ଉଚ୍ଚବିଦ୍ୟାଳୟ (ଆନନ୍ଦପୁର), ଡିଏନ୍ ସରକାରୀ ଉଚ୍ଚବିଦ୍ୟାଳୟ (କେନ୍ଦୁଝର), ରାଇରଙ୍ଗପୁର ସରକାରୀ ଉଚ୍ଚବିଦ୍ୟାଳୟ (ମୟୁରଭଞ୍ଜ), ବାଙ୍ଗିରିପୋଷି ମଧ୍ୟ ଇଂରାଜୀ ବିଦ୍ୟାଳୟ (ମୟୁରଭଞ୍ଜ) ଯାହାକି ବର୍ତମାନ ଉଚ୍ଚବିଦ୍ୟାଳୟରେ ପରିଣତ ହୋଇଛି । ସେ କହିଛନ୍ତି ତାଙ୍କର ସେ ସ୍କୁଲ ସହିତ ଭାବଗତ ସଂପର୍କ ରହିଛି । ନିଜ ଜୀବନର ଇତିହାସ ସେହି ସ୍କୁଲ ଗୁଡ଼ିକ ସହିତ ଜଡ଼ିତ । ସେହି ବିଦ୍ୟାଳୟ ପ୍ରତି ନିଜର କର୍ତବ୍ୟ ପାଳନ କରିବା ପାଇଁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଭୁପିନ୍ଦର ସିଂ ପୁନିଆଙ୍କୁ ଏକ ପତ୍ର ଲେଖିଛନ୍ତି । ଏବଂ ଏ ସଂକ୍ରାନ୍ତରେ ଅନୁମତି ଦେବା ପାଇଁ ସେ ଅନୁରୋଧ କରିଛନ୍ତି । ଶ୍ରୀ ପଟ୍ଟନାୟକ ଏ ସମ୍ପର୍କରେ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ମଧ୍ୟ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି । ସରକାର ଏହି ପ୍ରସ୍ତାବକୁ ଗ୍ରହଣ କରିବେ ବୋଲି ଶ୍ରୀ ପଟ୍ଟନାୟକ ଆଶାବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.