ଜିତେନ୍ଦ୍ର ପଟ୍ଟନାୟକଙ୍କୁ 2024 ପାଇଁ ‘ଚଲାପଥ ସମ୍ମାନ’

0

// ଭୁବନେଶ୍ୱର//

– ରିପୋର୍ଟ : ବିଭୁ ରଞ୍ଜନ ସାହୁ

ବିଶିଷ୍ଟ ଲେଖକ, ଗବେଷକ, ସାମ୍ବାଦିକ ଓ ପ୍ରାମାଣିକ ଚଳଚିତ୍ରର ନିର୍ମାତା ଜିତେନ୍ଦ୍ର ପଟ୍ଟନାୟକଙ୍କୁ  2024 ପାଇଁ ସମ୍ମାନଜନକ ‘ଚଲାପଥ ସମ୍ମାନ’ ମିଳିଛି I

 ଓଡ଼ିଆ ସାହିତ୍ୟ ଓ ସଂସ୍କୃତି ସୁରକ୍ଷାର ମୁଖଶାଳା ‘ଚଲାପଥ’ ଅନୁଷ୍ଠାନ ତାର ସୁବର୍ଣ୍ଣ ଜୟନ୍ତୀ ପାଳନର ଶୁଭ ମୁହୂର୍ତ୍ତରେ ଜିତେନ୍ଦ୍ରଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରିଛନ୍ତି ବରେଣ୍ୟ ସାହିତ୍ୟିକ ଓ ଭାଷାବିତ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ, ବିଶିଷ୍ଟ ସାହିତ୍ୟିକା  ଡ. ଅର୍ଚ୍ଚନା ନାୟକ, ପ୍ରାଧ୍ୟାପିକା ତଥା ସୁ-ସାହିତ୍ୟିକା ଡ. ସଂଘମିତ୍ରା ଭଞ୍ଜ, ଖ୍ୟାତିସମ୍ପନ୍ନ କବି ନିରାକାର ଦାସ ଓ ସଂସ୍ଥାର ପ୍ରତିଷ୍ଠାତା ସମ୍ପାଦକ ହଳଧର ଧୀର I 

   ବାଲେଶ୍ବର ଜିଲ୍ଲା ନୀଳଗିରି ଉପଖଣ୍ଡସ୍ଥ ସନ୍ତରାଗଡ଼ିଆ-କାନପୁର ଗ୍ରାମର ଏକ ସମ୍ଭ୍ରାନ୍ତ କରଣ ମାହଲଦାର ପରିବାରରେ ଜନ୍ମଗ୍ରହଣ କରିଥିବା ଜିତେନ୍ଦ୍ର ଅନୁସନ୍ଧାନଧର୍ମୀ ଖବର ଓ ଫିଚର ସାମ୍ବାଦିକତାରେ ଖୁବ୍ ସୁନାମ ଅର୍ଜନ କରିଛନ୍ତି।

 ଜିତେନ୍ଦ୍ର ବାବୁଙ୍କର ବର୍ତ୍ତମାନ ସୁଦ୍ଧା ଚାରୋଟି ପୁସ୍ତକ ପ୍ରକାଶ ପାଇଛି । ପ୍ରଥମ ଓଡ଼ିଶାର ଶକ୍ତିପୀଠ ଉପରେ ଆଧାରିତ ‘ମାସକଳ ଶକ୍ତିର ଆଧାର’ ଏବଂ ଦ୍ଵିତୀୟ ଗବେଷଣାମୂକ ପୁସ୍ତକ ଗୋଁଣ୍ଡ ଜନଜାତିଙ୍କ ଜୀବନ ସଂସ୍କୃତି ଉପରେ ପର୍ଯ୍ୟବେସିତ ‘ଡଙ୍ଗର ଉହାଡ଼େ ଜହ୍ନ’ ଆଦୃତ ଲାଭକରିଛି । ତୃତୀୟ ଗବେଷଣାତ୍ମକ ପୁସ୍ତକ ହେଉଛି ‘ଡଙ୍ଗରାନ କୁଆଁ‘ I ଏହି ପୁସ୍ତକ ଆଦିମ ଜନଜାତି ଡଙ୍ଗରିଆ କନ୍ଧଙ୍କ ଜୀବନ ସଂସ୍କୃତି ଓ ସଂଘର୍ଷ ଉପରେ ଆଧାରିତ I

ଉକ୍ତ ଦୁଇ ପୁସ୍ତକକୁ ଯଥା କ୍ରମେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପୂର୍ବତନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉନ୍ମୋଚନ କରିଥିଲେ I

ତାଙ୍କର ଆଉ ଦୁଇଟି ଗବେଷଣାତ୍ମକ ପୁସ୍ତକ ପ୍ରକାଶ ଅପେକ୍ଷାରେ। 

ତାଙ୍କର ଏହି ନିଷ୍ଠା ଓ ସାଧନା ପାଇଁ ତାଙ୍କୁ ବହୁ ଅନୁଷ୍ଠାନ ସମ୍ମାନିତ ଓ ପୁରସ୍କୃତ କରିଛନ୍ତି । ‘ଗଙ୍ଗାଧର ମେହେର କଳା ସମ୍ମାନ’, ‘ଶବରୀ ପ୍ରଭାଦୀପ୍ତ ସମ୍ମାନ’, ‘ଟେମ୍ପଲ୍ ସିଟି ଆଓ୍ବାଡ୍’ ‘ଜୟପ୍ରକାଶ ନାରାୟଣ ସମ୍ମାନ’ ସେଥିମଧ୍ୟରୁ ଅନ୍ୟତମ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଜିତେନ୍ଦ୍ରଙ୍କ ଦୁଇଟି ଡକ୍ୟୁ ଫିଲ୍ମ ଅନ୍ତର୍ଜାତିକ ସ୍ତରରେ ପୁରସ୍କୃତ ହୋଇଛି I ମିଶନ ଶକ୍ତି ମହିଳାଙ୍କ ମାଛ ଚାଷ ଉପରେ ପର୍ଯ୍ୟବେଶିତ 4.03 ମିନିଟର ପ୍ରଥମ ଡକ୍ୟୁ ଫିଲ୍ମଟି ଆମେରିକା ସିଆଟେଲରେ ପୁରସ୍କାର ପାଇଥିଲାବେଳେ Paddy PROCUREMENT’ ଉପରେ ଆଧାରିତ 4.12 ମିଟିଟର ଦ୍ଵିତୀୟ ଡକ୍ୟୁ ଫିଲ୍ମଟି ସେଇ ଆମେଇକାରେ GLOBAL PLANET AWARD ପାଇବାର ସକ୍ଷମ ହୋଇଥିଲେ I ଉଭୟ ଆୱାର୍ଡ ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇ ପ୍ରଶାସନିକ ଅଧିକାରୀ ଗ୍ରହଣ କରିଥିଲେ I 

ଚଲାପଥ ଭଳି ଉଦୀୟମାନ ସଂସ୍ଥା ଜିତେନ୍ଦ୍ରଙ୍କୁ 2024 ପାଇଁ ‘ଚଲାପଥ ସମ୍ମାନ’ରେ ସମ୍ମାନିତ କରିଥିବାରୁ ସେ କୃତଜ୍ଞ ବୋଲି ମତ ପ୍ରକାଶ କରିଛନ୍ତି I 

Leave A Reply

Your email address will not be published.