ଜାନୁଆରୀ ୩୧ ସୁଦ୍ଧା ସରକାରୀ କର୍ମଚାରୀ ପ୍ରଦାନ କରିବେ ନିଜର ବାର୍ଷିକ ସମ୍ପତ୍ତି ତାଲିକା

0
  • ଭୁବନେଶ୍ୱର// TATKAL ODISHA//

ଜାନୁଆରୀ ୩୧ ସୁଦ୍ଧା ସରକାରୀ କର୍ମଚାରୀମାନେ ନିଜର ବାର୍ଷିକ ସମ୍ପତ୍ତି ତାଲିକା ପ୍ରଦାନ କରିବେ I
ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ସଚିବ ଶଶାଙ୍କ ଶେଖର ଦାଶଙ୍କ ଦସ୍ତଖତ୍‌ରେ ଶନିବାର ପ୍ରକାଶିତ ହୋଇଛି କଡ଼ା ନିର୍ଦେଶନାମା I

ବିଜ୍ଞପ୍ତିରେ କଣ କୁହାଯାଇଛି ଦେଖନ୍ତୁ..

  • ଓଡ଼ିଶା ଗଭମେଣ୍ଟ ସର୍ଭେଣ୍ଟ କଣ୍ଡକ୍ଟ (ଆମେଣ୍ଡମେଣ୍ଟ) ରୁଲ୍ସ-୨୦୨୧ ଭିତ୍ତିରେ ଗ୍ରୁପ୍ ‘ଏ’ରୁ ଗ୍ରୁପ୍ ‘ଡି’ ପର୍ଯ୍ୟନ୍ତ ସବୁ ସରକାରୀ କର୍ମଚାରୀ ନିଜର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ତାଲିକା ସାର୍ବଜନୀନ କରିବାକୁ ବାଧ୍ୟ ।
  • ଏହି ସମ୍ପତ୍ତି ତାଲିକା ୨୦୨୨ ବର୍ଷ ପାଇଁ ପ୍ରଦାନ କରିବାକୁ ହେବ ।
  • ସରକାରୀ କର୍ମଚାରୀମାନେ ୧ ଜାନୁଆରୀରୁ ୩୧ ଜାନୁଆରୀ ୨୦୨୩ ମଧ୍ୟରେ ଏଚ୍‌ଆର୍‌ଏମ୍‌ଏସ୍ ପୋର୍ଟାଲରେ ନିଜର ବାର୍ଷିକ ସଂପତ୍ତି ତାଲିକାର ବିବରଣୀ ଅପଲୋଡ୍ କରିବେ । ଏହା ଉପରେ ସଂପୃକ୍ତ କର୍ମଚାରୀଙ୍କ ପଦୋନ୍ନତି ନିର୍ଭର କରିବ ।
  • ନହେଲେ ସସସ୍ୟାର ପଡ଼ିବାର ଯଥେଷ୍ଟ ସମ୍ଭାବନା ରହିଛି ।
  • ୩୧ ଜାନୁଆରୀ ପରେ କୌଣସି ବିବରଣୀ ଗ୍ରହଣ କରାଯିବ ନାହିଁ ।

ଏନେଇ ରାଜ୍ୟ ସବୁ ଆର୍‌ଡିସି, ଜିଲ୍ଲାପାଳ ଓ ବିଭାଗୀୟ ମୁଖ୍ୟଙ୍କୁ ଚିଠି ଦିଆଯାଇଛି ।
 

Leave A Reply

Your email address will not be published.