ଜଳ ନିଷ୍କାସନ, ଡ୍ରେନେଜ ସମସ୍ୟା ସମାଧାନ ପାଇଁ ଗଡ଼କରୀଙ୍କୁ ଭେଟିଲେ ଭର୍ତ୍ତୃହରି

0
  • ନୂଆଦିଲ୍ଲୀ, କଟକ//TATKAL ODISHA//

ଜାତୀୟ ରାଜପଥ 16 ଓ ଜାତୀୟ ରାଜପଥ-42 ତିନୋଟି ସ୍ଥାନରେ ଡ୍ରେନେଜ ଓ ଜଳ ନିଷ୍କାସନ ସମସ୍ୟା ରହିଛି I ଏହାର ତୁରନ୍ତ ସମାଧାନ ପାଇଁ କଟକ ସାଂସଦ ଭର୍ତ୍ତୃହରି ମହତାବ ବୁଧବାର କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତିନ ଗଡ଼କରିଙ୍କୁ ସାକ୍ଷାତ କରି ଦାବି ପତ୍ର ଦେଇଛନ୍ତି I

ଶ୍ରୀ ମହତାବ ଯେଉଁ ତିନୋଟି ଜାତୀୟ ରାଜପଥ ପାର୍ଶ୍ଵ କଥା ଉତ୍ଥାପନ କରିଛନ୍ତି, ସେଗୁଡିକ ହେଉଛି…

  • ଖୁଣ୍ଟୁଣୀ -କୁଶପାଙ୍ଗି- NH 42
  • ମଙ୍ଗୁଳି-କୁଶପାଙ୍ଗି – NH42
  • ଫୁଲ ନଖରା- ମଙ୍ଗୁଳି -NH 16

ମଙ୍ଗୁଳି ସଂଲଗ୍ନ ଜାତୀୟ ରାଜପଥ

ମଙ୍ଗୁଳିରୁ କୁଶପାଙ୍ଗି ପର୍ଯ୍ୟନ୍ତ (NH-42) ଜାତୀୟ ରାଜପଥର ସମ୍ପ୍ରସାରଣ ଯୋଗୁଁ କଲଭର୍ଟଗୁଡ଼ିକ ବନ୍ଦ ହୋଇଯାଇଛି I ଏହି କାରଣରୁ କଟକ ମ୍ୟୁନିସିପାଲିଟି ନିଗମ ଇଲାକାର ଉଭୟ ପାର୍ଶ୍ୱରେ ବାସଗୃହକୁ ସଂଯୋଗ ରାସ୍ତାରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି । ଲୋକେ ବହୁତ ହଇରାଣ ହରକତ ହେଉଛନ୍ତି I ଡ୍ରେନେଜ ସହ ବିକଳ୍ପ ରାସ୍ତା ଯୋଗାଇ ଦିଆଯିବା ଦରକାର ।


ଖୁଣ୍ଟୁଣି ଠାରୁ କୁଶପାଙ୍ଗି ପର୍ଯ୍ୟନ୍ତ (NH-42) ବର୍ଷା ଜଳର ସଠିକ୍ ଜଳ ନିଷ୍କାସନ ସମସ୍ୟା ରହିଛି I ଏଥିପାଇଁ ରାଧାକିଶୋରପୁର ଜିପି ଅନ୍ତର୍ଗତ ବାଲାଙ୍ଗ ଓ ବାଲିରେ ସର୍ଭିସ ରୋଡ ସହିତ ଯାନ ଯାତାୟାତ ପାଇଁ ଅଣ୍ଡରପାସ୍ ଦରକାର | ବର୍ଷା ଜଳର ମୁକ୍ତ ପ୍ରବାହ ପାଇଁ ଡ୍ରେନ୍ ମଧ୍ୟ ନିର୍ମାଣ କରାଯିବା ଆବଶ୍ୟକ I ସେହିପରି ଓରଣ୍ଡା ଠାରୁ ବାଲି ପର୍ଯ୍ୟନ୍ତ ଏବଂ ରାଧାଦାମୋଦରପୁର ଓମଫେଡ ପ୍ଲାଣ୍ଟରୁ ଖୁଣ୍ଟୁଣୀ ପୋଲିସ ଷ୍ଟେସନ ପର୍ଯ୍ୟନ୍ତ ଡ୍ରେନ୍ ସହିତ ସର୍ଭିସ ରୋଡ ଜରୁରୀ I କୁସପାଙ୍ଗୀ ଶିବ ମନ୍ଦିର ସ୍ଥାନାନ୍ତର କରିବା ପରିବର୍ତ୍ତେ କୁସପାଙ୍ଗୀ ଅଣ୍ଡରପାସ୍ ଗୋଟିଏ କାନ୍ଥ ସହ ବିକଳ୍ପ ରାସ୍ତା ନିର୍ମାଣ ହେବା ଆବଶ୍ୟକ |

Leave A Reply

Your email address will not be published.