ଜଳୁଛି କୁଳଡିହା : ବିପଦରେ ଜୀବଜନ୍ତୁ

0

ନୀଳଗିରି, ବାଲେଶ୍ୱର, ଭୁବନେଶ୍ୱର//ତତ୍କାଳ ଓଡିଶା//

ନୀଳଗିରି, ବାଲେଶ୍ୱର, ଭୁବନେଶ୍ୱର//ତତ୍କାଳ ଓଡିଶା//: ବିଶ୍ୱର ଅନ୍ୟତମ ଜୈବମଣ୍ଡଳ ଶିମିଳିପାଳ ଜଳୁଛି I ତାହା ଲିଭି ନାହିଁ I ଜଙ୍ଗଲ ବିଭାଗ ନିଆଁ ଲିଭାଇବାରେ ଅସଫଳ ହୋଇଥିଲାବେଳେ ନୀଳଗିରିର କୁଳଡିହା ଅଭୟାରଣ୍ୟ ଜଳୁଛି I କେହି ଦୁର୍ବୁତ୍ତ ଜାଣିଶୁଣି ନିଆଁ ଲଗାଇ ଦେଇଥିବା ଚର୍ଚ୍ଚା ହେଉଛି I

ଜଳୁଛି କୁଲଢିଆ ଜଙ୍ଗଲ

ଦେବଗିରି ଓ ସ୍ବର୍ଣ୍ଣଚୁଡ଼ ପାର୍ବତ୍ୟାଞ୍ଚଳରେ ଥିବା ଏହି ଘଞ୍ଚ ଜଙ୍ଗଲ ପ୍ରାୟ ତିନି ଦିନ ଧରି ହୁତୁ.. ହୁତୁ ହୋଇ ଜଳୁଥିଲେ ହେଁ କାହାରି ଚିନ୍ତା ଥିଲାପରି ମନେ ହେଉନି I ଫଳରେ ଏହି ଜଙ୍ଗଲରେ ଥିବା ଶତାଧିକ ସଂଖ୍ୟାରେ ଜୀବଜନ୍ତୁ ମରଣ ମୁହଁରେ ପଡିଛନ୍ତି I

ହାତୀମାନେ ଜଙ୍ଗଲ ଛାଡି ପଞ୍ଚଲିଙ୍ଗେଶ୍ୱର ମହାଦେବ ସନ୍ନିକଟ ଗ୍ରାମରେ ପଶି ବ୍ୟାପକ କ୍ଷୟକ୍ଷତି କରୁଛନ୍ତି I ନୀଳଗିରି, ସନ୍ତରାଗଡିଆ, ମିରିଗିଣି, ପାଟପୁର, ବାଉଁଶବଣିଆ, ସାଜନଜାଗଡ଼, ବଉଳଗଡିଆ ଆଦି ଗ୍ରାମରେ ଲୋକେ ସ୍ୱତଃ ବାହାରି ଜଙ୍ଗଲ ନିଆଁ ଲିଭାଉ ଥିବାର ଦେଖା ଯାଇଛି I

ଯଦି ଏହି ନିଆଁ ଆଉ କିଛି ଦିନ ଲାଗେ ତାହାଲେ ଯିବ ଜନ୍ତୁ ମୃତ୍ୟୁ ସହ ବହୁ ଔଷଧୀୟ ବୃକ୍ଷ ନଷ୍ଟ ହୋଇ ଯିବ ବୋଲି ନୀଳଗିରିର ବିଶିଷ୍ଟ ଆଇନୀଜୀବୀ ଅମରେନ୍ଦ୍ର ପଟ୍ଟନାୟକ ଆଶଙ୍କା କରିଛନ୍ତି I ସେ କହିଛନ୍ତି ଯେ, ଏଥିପାଇଁ ପ୍ରଶାସନ ଓ ଜନସାଧାରଣ ମିଳିତ ହୋଇ କାର୍ଯ୍ୟ କରିବା ଦରକାର I

Leave A Reply

Your email address will not be published.